‘ମିଥ୍ୟା ଖବର ଉପରେ ହସ୍ତକ୍ଷେପ କରନ୍ତୁ ବୁଦ୍ଧିଜୀବୀ’

August 28, 2021, ଦେଶ, , Anupambharat News Bureau


‘ମିଥ୍ୟା ଖବର ଉପରେ ହସ୍ତକ୍ଷେପ କରନ୍ତୁ ବୁଦ୍ଧିଜୀବୀ’
Anupambharat News Bureau
August 28, 2021


ନୂଆଦିଲ୍ଲୀ,୨୮ା୮: ଆଇନ ସମ୍ମତ ଗୁରୁତ୍ୱପୂର୍ଣ୍ଣ ତଥ୍ୟର ସତ୍ୟାସତ୍ୟ ଉପରେ ସୁପ୍ରିମକୋର୍ଟ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଜି ପ୍ରକାଶ କରାଯାଇଛି । ବିଭିନ୍ନ କାର୍ଯ୍ୟଧାରା କ୍ଷେତ୍ରରେ ମିଥ୍ୟା ତଥ୍ୟାବଳୀ ଉପରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟର ଜଜ୍‌ ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ । କୌଣସି ମିଥ୍ୟା ତଥ୍ୟାବଳୀ ଉପରେ ହସ୍ତକ୍ଷେପ କରି ଏହାର ସତ୍ୟତା ପ୍ରକାଶ କରିବା ଦାୟିତ୍ୱ ସାଧାରଣ ବିଜ୍ଞ ବା ଜ୍ଞାନୀ ବ୍ୟକ୍ତିମାନଙ୍କର ରହିବା ଉଚିତ ବୋଲି ସୁପ୍ରିମୋର୍ଟ ଜଜ୍‌ ପ୍ରକାଶ କରିଛନ୍ତି । ମିଥ୍ୟା ବୟାନ, ମିଥ୍ୟା ବିବରଣୀ ଓ ଫେକ୍‌ ନିଉଜ କାରବାର ଉପରେ ଗଣତାନ୍ତ୍ରିକ ସରକାରଙ୍କ ନିୟନ୍ତ୍ରଣ ରହିବା ଜରୁରୀ ବୋଲି ଚନ୍ଦ୍ରଚୂଡ଼ କହିଛନ୍ତି । ସାମାଜିକ, ରାଜନୈତିକ, ଅର୍ଥନୈତିକ, ସାଂସ୍କୃତିକ ଏବଂ ଚଳିତ କାର୍ଯ୍ୟଧାରା ସହିତ ଚିକିତ୍ସା କ୍ଷେତ୍ରରେ ସତ୍ୟାସତ୍ୟ ତଥ୍ୟ ସରକାର ଯୋଗାଇଦେବା ଉପରେ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ ଆଜି ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିଜ ଅଭିଭାଷଣରେ ପ୍ରକାଶ କରିଛନ୍ତି । ଷଷ୍ଠ ପ୍ରଧାନ ବିଚାରପତି ଏମ୍‌ସି ଚାଗ୍‌ଲା ସ୍ମାରକୀ ଭାଷଣର ମୁଖ୍ୟାଂଶରେ ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି ଯେ, ରାଜନୀତି କିମ୍ବା ଅର୍ଥନୈତିକ କ୍ଷେତ୍ରରେ କୌଣସି ଚାପର ବଶବର୍ତ୍ତି ନହୋଇ କିମ୍ବା ପ୍ରଭାବିତ ନହୋଇ ପ୍ରେସ୍‌ ସମ୍ପୂର୍ଣ୍ଣ ମୁକ୍ତ ହୋଇ ଏହାର କାର୍ଯ୍ୟ ସମ୍ପାଦନ କରିବା ଉଚିତ । କୋଭିଡ଼-୧୯ ତଥ୍ୟ ପ୍ରଦାନ କ୍ଷେତ୍ରରେ ବିଶ୍ୱସ୍ତରରେ ଯେଉଁ ମିଥ୍ୟା ତଥ୍ୟ ବିଭିନ୍ନ ସରକାରଙ୍କ ପକ୍ଷରୁ କୌଶଳକ୍ରମେ ପ୍ରକାଶ କରାଯାଉଥିଲା, ଏ ସମ୍ପର୍କରେ ମଧ୍ୟ ଜଷ୍ଟିସ ଚନ୍ଦ୍ରଚୂଡ଼ ମନ୍ତବ୍ୟ ରଖିଥିଲେ । ସଂକ୍ରାମକ ରୋଗର ବ୍ୟାପକ ହେବାର ମୁଖ୍ୟ ବା ପ୍ରକୃତ କାରଣକୁ ମଧ୍ୟ ଲୁଚାଇବା ପାଇଁ ବିଭିନ୍ନ ସରକାର ସଙ୍କୋଚ ମନେ କରିନଥିଲେ ବୋଲି ସେ କହିଛନ୍ତି । ଏଦିଗରେ ଜ୍ଞାନୀ ବ୍ୟକ୍ତିମାନେ ଅଧିକ ଦାୟିତ୍ୱଶୀଳ ହେବା ଉଚିତ ବୋଲି ସେ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ତୃତୀୟ ଲହର ମୁକାବିଲା,  ସରକାର ପ୍ରସ୍ତୁତ

ତୃତୀୟ ଲହର ମୁକାବିଲା, ସରକାର ପ୍ରସ୍ତୁତ

Read More...

 ପାର୍ବଣ ଋତୁ  : ଆସିବ ନୂଆ ଗାଇଡଲାଇନ

ପାର୍ବଣ ଋତୁ : ଆସିବ ନୂଆ ଗାଇଡଲାଇନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page