ଇକ୍‌ମୋ ଚିକିତ୍ସା ମାଗଣା ଦେବାରେ ଓଡ଼ିଶା ପ୍ରଥମ : ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ‘ସ୍ମାର୍ଟ’ କରାଯାଉ

August 29, 2021, ଓଡ଼ିଶା, , Anupambharat News Bureau


ଇକ୍‌ମୋ ଚିକିତ୍ସା ମାଗଣା ଦେବାରେ ଓଡ଼ିଶା ପ୍ରଥମ :  ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ‘ସ୍ମାର୍ଟ’ କରାଯାଉ
Anupambharat News Bureau
August 29, 2021



ଭୁବନେଶ୍ୱର, ୨୯ା୮ (ସ୍ୱତନ୍ତ୍ର ପ୍ରତିନିଧି): ଗୁରୁତର କୋଭିଡ୍‌, ଫୁସ୍‌ଫୁସ୍‌ ଓ ହୃଦ୍‌ରୋଗ ଆକ୍ରାନ୍ତଙ୍କ ଜୀବନ ରକ୍ଷା ପାଇଁ ରାଜ୍ୟ ଭିତରେ ଅତ୍ୟାବଶ୍ୟକ ଇକ୍‌ମୋ ମେସିନ୍‌ ବ୍ୟବସ୍ଥା କରାଯାଇଛି । କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଇକ୍‌ମୋ ମେସିନ୍‌ ଲାଗିଛି । ମେସିନ୍‌ ଲାଗିବା ଦିନ ନିଶ୍ଚିନ୍ତକୋଇଲିର ଜଣେ ରୋଗୀ ଏହାର ପ୍ରଥମ ହିତାଧିକାରୀ ହୋଇଛନ୍ତି । ଲୋକଙ୍କୁ ମାଗଣା ସେବା ଯୋଗାଇବା ସହ ଏକକାଳୀନ ୯ଟି ଇକ୍‌ମୋ ମେସିନ୍‌ ଲଗାଇବାରେ ଓଡ଼ିଶା ଦେଶରେ ପ୍ରଥମ । ତେବେ ଯାହା ଦେଖାଯାଉଛି ସ୍ୱାସ୍ଥ୍ୟସେବା ସମେତ ବିଭିନ୍ନ କ୍ଷେତ୍ରରେ ସରକାର ସର୍ବଦା କଟକ-ଭୁବନେଶ୍ୱର ଟ୍ୱିନ୍‌ସିଟିକୁ ଗୁରୁତ୍ୱ ଦେଇ ଆସିଛନ୍ତି । ଶଯ୍ୟା ସଂଖ୍ୟା ବୃଦ୍ଧି ହେଉ ବା ଅତ୍ୟାଧୁନିକ ଯନ୍ତ୍ରପାତି, ଆଇସିୟୁ, ଭେଣ୍ଟିଲେଟର୍‌ ଆଦି ସୁବିଧା ତଥା ନିରାମୟ ସମେତ ସମସ୍ତ ଉପାଦେୟ ଯୋଜନା କଟକ ବଡ଼ ମେଡିକାଲ୍‌ କିମ୍ବା ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲ୍‌ରୁ ଆରମ୍ଭ ହୁଏ । ଏବେ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲା ମୁଖ୍ୟାଳୟ ମେଡିକାଲ୍‌ରେ ସମସ୍ତ ଅତ୍ୟାବଶ୍ୟକ ସୁବିଧା ନାହିଁ । ଏହାଫଳରେ, ଗୁରୁତର ରୋଗୀଙ୍କୁ ଡାକ୍ତର୍‌ ତୁରନ୍ତ କଟକ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଉଛନ୍ତି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆମ ରାଜ୍ୟର ବିକଳ ସ୍ଥିିତିକୁ ଏହା ପ୍ରଦର୍ଶିତ କରୁଛି । ଚିକିତ୍ସା ପାଇଁ କଟକ କିମ୍ବା ଭୁବନେଶ୍ୱର ଆସିବା ପାଇଁ ଆର୍ଥିକ ଦୃଷ୍ଟିରୁ ସମସ୍ତେ ସକ୍ଷମ ନୁହନ୍ତି । ରାଜ୍ୟର ଅର୍ଦ୍ଧାଧିକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ନାହାନ୍ତି । ଉପାନ୍ତ ଅଞ୍ଚଳରେ ନିଯୁକ୍ତ ଅନେକ ଡାକ୍ତର୍‌ଙ୍କୁ ଲୋକେ ଆଦୌ ଦେଖୁ ନାହାନ୍ତି । ବଡ଼ ସହରରେ ଘରୋଇ କ୍ଲିନିକ୍‌ରେ ବିପୁଳ ଟଙ୍କା କମାଇବାର ନିଶାରେ ସେମାନେ ପାଗଳ ହୋଇ ଗ୍ରାମାଞ୍ଚଳର ଲୋକଙ୍କୁ ପୋକମାଛି ପରି ମରିବା ପାଇଁ ଛାଡ଼ି ଦେଉଛନ୍ତି ।
କଟକ ବଡ଼ ମେଡିକାଲ୍‌ରେ ଏକକାଳୀନ ୯ଟି ଇକ୍‌ମୋ ମେସିନ୍‌ ଲଗାଇ ରାଜ୍ୟ ସରକାର ବାହାବା ନେଇଛନ୍ତି ସତ, କିନ୍ତୁ ଏହାର ଫାଇଦା ରାଜ୍ୟର ସବୁ ପ୍ରାନ୍ତର ଲୋକ କେମିତି ପାଇବେ ସେ ଦିଗରେ ସାମାନ୍ୟ ଚିନ୍ତା ବି କରି ନାହାନ୍ତି । ରାଜ୍ୟ ସରକାର ଚାହିଁଥିଲେ ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ଭବାନୀପାଟଣା ଓ ବାଲେଶ୍ୱର ଭଳି ପ୍ରମୁଖ ସ୍ଥାନରେ ଥିବା ସରକାରୀ ମେଡ଼ିକାଲ୍‌ରେ ଦାମୀ ଜୀବନରକ୍ଷକ ଇକ୍‌ମୋ ମେସିନ୍‌ ଲଗାଇ ପାରିଥାନ୍ତେ । ଏହାଦ୍ୱାରା ରାଜ୍ୟର ସବୁ ଅଞ୍ଚଳର ଗୁରୁତର ରୋଗୀ ଘର ପାଖରେ ସେବା ପାଇ ପାରିଥାନ୍ତେ ।
ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କୋଟି କୋଟି ଟଙ୍କା ବ୍ୟୟ କରୁଥିଲେ ମଧ୍ୟ, ଏଥିଯୋଗୁ ଗ୍ରାମାଞ୍ଚଳର ଲୋକେ ବିଶେଷ ସୁବିଧା ପାଇ ପାରୁନାହାନ୍ତି । ସରକାର ଯଦି ବାସ୍ତବରେ ସ୍ୱାସ୍ଥ୍ୟସେବାର ଉନ୍ନତି ଚାହାନ୍ତି, ତେବେ ବର୍ତ୍ତମାନ ଯେଭଳି ୫ଟି କାର୍ଯ୍ୟକ୍ରମରେ ସ୍କୁଲ ଗୁଡ଼ିକର ରୂପାନ୍ତରିକରଣ ଚାଲିଛି ସେଭଳି ସ୍ୱାସ୍ଥ୍ୟ କ୍ଷେତ୍ରରେ ଲାଗୁ କରାଯାଇ ଅଚଳ ହୋଇ ପଡ଼ି ରହିଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକୁ ସକ୍ରିୟ କରନ୍ତୁ । ସ୍ଥାୟୀ ଡାକ୍ତର୍‌ଙ୍କ ସହ ଆବଶ୍ୟକ କମ୍ପାଉଣ୍ଡର୍‌, ନର୍ସ,
ଡ୍ରେସର୍‌, ସୁଇପର୍‌ ଆଦି ସହାୟକ ଷ୍ଟାଫ୍‌ ବି ନିଯୁକ୍ତ କରନ୍ତୁ । ଡାକ୍ତର୍‌ମାନଙ୍କୁ ପରିବାର ସହ ରହିବା ପାଇଁ ଉପଯୁକ୍ତ ସୁରକ୍ଷା ଓ ସର୍ବନିମ୍ନ ସୁବିଧା ଯୋଗାଇ ସେମାନଙ୍କ ଗାଁରେ ରହିବାକୁ ସୁନିଶ୍ଚିତ କରନ୍ତୁ ।
ବଡ଼ ମେଡିକାଲ୍‌ ଭଳି ଏଗୁଡ଼ିକ ମଧ୍ୟ ୨୪ ଘଣ୍ଟା ଖୋଲା ରହୁ । ଏହା ଫଳରେ ଅନେକ ଲୋକଙ୍କୁ ନିଯୁକ୍ତି ମିଳିବା ସହ ଗାଁଗହଳର ଗରିବ ରୋଗୀମାନେ ଚିକିତ୍ସା ପାଇଁ ହନ୍ତସନ୍ତ ହୋଇ କଟକ, ଭୁବନେଶ୍ୱର ଦୌଡ଼ିବାରୁ ରକ୍ଷା ପାଆନ୍ତେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହିଞ୍ଜିଳିର ସମସ୍ତ ୫୦ ରୂପାନ୍ତରିତ ସ୍କୁଲ ଲୋକାର୍ପିତ :  ପିଲାଙ୍କୁ ସଫଳ ହେବାକୁ ଶୁଭେଚ୍ଛା ଓ ଆଶୀର୍ବାଦ:ମୁଖ୍ୟମନ୍ତ୍ରୀ

ହିଞ୍ଜିଳିର ସମସ୍ତ ୫୦ ରୂପାନ୍ତରିତ ସ୍କୁଲ ଲୋକାର୍ପିତ : ପିଲାଙ୍କୁ ସଫଳ ହେବାକୁ ଶୁଭେଚ୍ଛା ଓ ଆଶୀର୍ବାଦ:ମୁଖ୍ୟମନ୍ତ୍ରୀ

Read More...

 କ୍ରୀଡ଼ା ଦିବସରେ ଭାରତକୁ ତିନି ପଦକ

କ୍ରୀଡ଼ା ଦିବସରେ ଭାରତକୁ ତିନି ପଦକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page