ଆଜି ଆସିବ ସେପେଫମ୍ବର ଗାଇଡ୍‌ଲାଇନ୍‌: କଟକଣା ଆହୁରି କୋହଳ ହେବ

August 30, 2021, ଓଡ଼ିଶା, , Anupambharat News Bureau


ଆଜି ଆସିବ ସେପେଫମ୍ବର ଗାଇଡ୍‌ଲାଇନ୍‌:  କଟକଣା ଆହୁରି କୋହଳ ହେବ
Anupambharat News Bureau
August 30, 2021


ଭୁବନେଶ୍ୱର, ୩୦ା୮(ଅନୁପମ ମିଡ଼ିଆ): ମଙ୍ଗଳବାର ଆସିବ ସେପେଫମ୍ବର ମାସ ପାଇଁ କୋଭିଡ୍‌ ଗାଇଡ୍‌ଲାଇନ୍‌ । ରାଜ୍ୟରେ ଦୈନିକ ସଂକ୍ରମଣ ହାର ଖସୁଥିବାରୁ ଆସନ୍ତାକାଲି କଟକଣା ଆହୁରି କୋହଳ ହେବା ନେଇ ଆଶାବାଦୀ ଅଛନ୍ତି ରାଜ୍ୟବାସୀ । କଟକ, ଭୁବନେଶ୍ୱର, ପୁରୀ ସହରରେ ସପ୍ତାହାନ୍ତ ସଟଡାଉନ୍‌ ଉଠିବା ସହ କଟକଣା ଅଧିକ କୋହଳ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତିି ନେଇପାରନ୍ତି । ସେହିପରି ସକାଳ ୬ଟାରୁ ରାତି ୮ଟା ଯାଏଁ ଦୋକାନ ଖୋଲା ରହିବା ନିଷ୍ପତ୍ତି ପରିବର୍ତ୍ତନ କରି ଏହାକୁ ରାତି ୯ କିମ୍ବା ୧୦ ବଢାଯାଇପାରେ । ଏହାସହ ଆଗକୁ ପାର୍ବଣ ଆସୁଥିବାରୁ ସ୍ୱତନ୍ତ୍ର ଗାଇଡ୍‌ଲାଇନ ଆସିବ ବୋଲି ଅନୁମାନ କରାଯାଉଛି । ତେବେ ସମ୍ପୂର୍ଣ୍ଣ କୋହଳ ନୁହେଁ, କଟକଣା ଭିତରେ ନୂଆ ଗାଇଡ୍‌ଲାଇନ୍‌ ଆଣିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।
ଗତ କିଛି ଦିନ ହେବ ଦୈନିକ ସଂକ୍ରମଣ କ୍ରମାଗତ ଭାବେ ହଜାରେ ତଳେ ରହୁଛି । ୬ଶହ ପର୍ଯ୍ୟନ୍ତ ମଧ୍ୟ ସଂକ୍ରମଣ ଖସୁଛି । ୧ ପ୍ରତିଶତ ତଳେ ଟିପିଆର । ଏବେବି ତୃତୀୟ ଲହର ଆଶଙ୍କା ଥିବାରୁ ସମ୍ପୂର୍ଣ୍ଣ କଟକଣା କୋହଳ ସପକ୍ଷରେ ନାହାନ୍ତି ରାଜ୍ୟ ସରକାର । ପାର୍ବଣ ଯୋଗୁଁ ସଂକ୍ରମଣ ବଢିବା ଭୟ ଥିବାରୁ ସ୍ୱତନ୍ତ୍ର ଗାଇଡ୍‌ଲାଇନ ଅଣାଯିବ । ଏହାରି ମଧ୍ୟରେ କଟକ, ଭୁବନେଶ୍ୱର ଓ ପୁରୀରୁ ସପ୍ତାହନ୍ତ ସଟ୍‌ ଡାଉନ୍‌ ଉଠାଇବା ସହ ନାଇଟ କର୍ଫୁ କୋହଳ କରିବାକୁ ଦାବି କରିଛି ଓଡ଼ିଶା ବ୍ୟବସାୟୀ ମହାସଂଘ । ମାର୍କେଟର ଯେଉଁ ସ୍ଥାନରେ ଗହଳି ହେଉଛି, ସେସବୁ ସ୍ଥାନରେ ସ୍ୱତନ୍ତ୍ର ନଜର ରଖିବାକୁ ସଂଘ ଦାବି କରିଛି । ତେବେ ରାତ୍ରିକାଳୀନ କଟକଣା ଜାରି ରହିବା ସହ ସାଂସ୍କୃତିକ, ଧାର୍ମିକ, ରାଜନୈତିକ କଟକଣା ଜାରି ରହିପାରେ । ଅନ୍ୟପଟେ କେତେକ ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ପାର୍ବଣ ପାଇଁ କଟକଣା ରହିବ । ଅଧିକ ଲୋକ ଏକାଠି ନହେବା ନେଇ କଟକଣା ଜାରି କରିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜାମ୍ମୁକାଶ୍ମୀର ମୁହାଁ ଆତଙ୍କବାଦୀ

ଜାମ୍ମୁକାଶ୍ମୀର ମୁହାଁ ଆତଙ୍କବାଦୀ

Read More...

ଟୋକିଓ ପାରାଲିମ୍ପିକ୍ସ : ଦିନକରେ ଭାରତକୁ ଡବଲ ସ୍ୱର୍ଣ୍ଣ

ଟୋକିଓ ପାରାଲିମ୍ପିକ୍ସ : ଦିନକରେ ଭାରତକୁ ଡବଲ ସ୍ୱର୍ଣ୍ଣ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page