ଟୋକିଓ ପାରାଲିମ୍ପିକ୍ସ :ସ୍ୱର୍ଣ୍ଣ ଜିତିଲେ ଓଡ଼ିଆ ପୁଅ ପ୍ରମୋଦ

September 04, 2021, ଓଡ଼ିଶା, , Anupambharat News Bureau


ଟୋକିଓ ପାରାଲିମ୍ପିକ୍ସ :ସ୍ୱର୍ଣ୍ଣ ଜିତିଲେ ଓଡ଼ିଆ ପୁଅ ପ୍ରମୋଦ
Anupambharat News Bureau
September 04, 2021


ଟୋକିଓ, ୪ା୯­: ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ସୁପର ସୋ ଜାରି ରହିଛି । ଏହି କ୍ରମରେ ଦେଶ ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ପୁଅ ପ୍ରମୋଦ ଭଗତ । ପ୍ରଥମ ଭାରତୀୟ ଭାବେ ବ୍ୟାଡ୍‌ମିଣ୍ଟନ ପୁରୁଷ ଏକକ ବର୍ଗରେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏଥିସହ ସେ ତାଙ୍କର ବିଶ୍ୱର ୧ ନମ୍ବର ଖେଳାଳି ମାନ୍ୟତାକୁ ବି ବଜାୟ ରଖିଛନ୍ତି । ଏହି ବିଜୟ ପରେ ପ୍ରମୋଦଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।
ପ୍ରମୋଦ ଫାଇନାଲରେ ବ୍ରିଟେନ୍‌ର ଡାନିଏଲ ବେଥେଲଙ୍କୁ ୨୧-୧୪, ୨୧-୧୭ ଗେମ୍‌ରେ ହରାଇଛନ୍ତି । ୪୫ ମିନିଟ୍‌ ଧରି ଏହି ଖେଳ ଚାଲିଥିଲା । ପ୍ରଥମ ଗେମ୍‌ରେ ଆଗୁଆ ରହିବା ସହ ସେଟ୍‌କୁ ନିଜ ପକ୍ଷ କରିନେଇଥିଲେ ପ୍ରମୋଦ । ଏହାପରେ ଦ୍ୱିତୀୟ ଗେମ୍‌ରେ ବି ପ୍ରମୋଦ ନିଜ ଦବଦବା ବଜାୟ ରଖି । ଏହି ସେଟ୍‌ ସହ ମ୍ୟାଚରେ ବିଜୟୀ ହୋଇ ସ୍ୱର୍ଣ୍ଣ ପଦକ ହାତେଇଥିଲେ । ପ୍ରମୋଦ ସ୍ୱର୍ଣ୍ଣ ଜିତିବା ସହିତ ଟୋକିଓ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ପ୍ରକାଶଥାଉକି ପ୍ରଥମ ଥର ଅଲିମ୍ପିକ୍ସରେ ଭାଗ ନେଇଥିବା ପ୍ରମୋଦ ହେଉଛନ୍ତି ପ୍ରଥମ ଓଡ଼ିଆ ଯିଏକି ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ବିଶ୍ୱର ଏହି ନମ୍ବର ୱାନ ଖେଳାଳି ୫ ଥର ବିଶ୍ୱ ଚାମ୍ପିଅନ୍‌ ହୋଇଥିବା ବେଳେ ୪୫ଟି ଅନ୍ତର୍ଜାତୀୟ ପଦକ ଜିତିବାର ଗୌରବ ତାଙ୍କ ନାଁରେ ରହିଛି । ପ୍ରମୋଦ ୨୦୧୯ରେ ଅର୍ଜୁନ ପୁରସ୍କାର ଏବଂ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପାଇଥିଲେ । ପ୍ରମୋଦ ବିହାରରେ ଜନ୍ମ ହୋଇଥିବା ବେଳେ ତାଙ୍କ କର୍ମକ୍ଷେତ୍ର ଓଡ଼ିଶା ରହିଛି । ୫ ବର୍ଷରୁ ସେ ଓଡ଼ିଶାରେ ନିଜ ଭଉଣୀ ଓ ଜ୍ୱାଇଁଙ୍କ ଘରେ ରହି ଆସୁଛନ୍ତି । ପ୍ରମୋଦଙ୍କର ଖେଳ ପ୍ରତି ଥିବା ନିଷ୍ଠା ଓ ଆଗ୍ରହ ତାଙ୍କୁ ଏହି ସଫଳତା ଆଣିଦେଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଉଠିଲା ଆବାସ ଦୁର୍ନୀତି ପ୍ରସଙ୍ଗ: ଗୃହରେ କହିବାକୁ ଦିଆଯାଉନି: ମୋହନ

ଉଠିଲା ଆବାସ ଦୁର୍ନୀତି ପ୍ରସଙ୍ଗ: ଗୃହରେ କହିବାକୁ ଦିଆଯାଉନି: ମୋହନ

Read More...

୩୦ରେ ପିପିଲି ଉପନିର୍ବାଚନ

୩୦ରେ ପିପିଲି ଉପନିର୍ବାଚନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page