ବିଜୟ ସମାରୋହ ଗୁଳିମାଡ଼ରେ ୧୭ ମୃତ

September 04, 2021, ବିଦେଶ, , Anupambharat News Bureau


 ବିଜୟ ସମାରୋହ ଗୁଳିମାଡ଼ରେ ୧୭ ମୃତ
Anupambharat News Bureau
September 04, 2021


ନୂଆଦିଲ୍ଲୀ,୪ା୯:ଆଫ୍‌ଗାନିସ୍ଥାନରେ ଆମେରିକୀୟ ସମର୍ଥିତ ଆଫ୍‌ଗାନ ସେନାର ପତନ ଘଟିବା ପରେ ସରକାର ଗଠନ ନିମନ୍ତେ ଆତଙ୍କବାଦୀ ସଂଗଠନ ତାଲିବାନ ପକ୍ଷରୁ ସମସ୍ତ ପ୍ରସ୍ତìତି ଆରମ୍ଭ ହୋଇଛି । ତେବେ ବିଶ୍ୱ ସମୁଦାୟର ସମର୍ଥନ ଏବଂ ବିରୋଧୀ ଗୋଷ୍ଠୀଙ୍କ ସହାୟତା ଅଭାବରୁ ଆଫ୍‌ଗାନିସ୍ଥାନରେ ବର୍ତ୍ତମାନ ସୁଦ୍ଧା କୌଣସି ସ୍ଥିର ସରକାର ଗଠନ ହୋଇପାରିନାହିଁ । ତାଜା ଖବର ମୁତାବକ ଆଫ୍‌ଗାନିସ୍ଥାନର ତାଲିବାନ ବିରୋଧୀ ଅଞ୍ଚଳ ଭାବେ ପରିଚିତ ପଞ୍ଜଶୀର ଉପତ୍ୟାକାରେ ତାଲିବାନ ବିରୋଧରେ ସଂଘର୍ଷ ଜାରି ରହିଛି । ଆଜି ମଧ୍ୟ ତାଲିବାନ ଓ ପଞ୍ଜଶୀର ଉପତ୍ୟାକାବାସୀଙ୍କ ମଧ୍ୟରେ ସଂଘର୍ଷ ଦେଖାଦେଇଥିଲା । ତେବେ ଶେଷ ପ୍ରଦେଶ ଭାବେ ପଞ୍ଜଶୀର ଉପତ୍ୟାକାକୁ ତାଲିବାନ ନିହାତି ଅକ୍ତିଆରକୁ ନେବ ବୋଲି ପ୍ରତିଶୃତିବଦ୍ଧ ହୋଇଛି । ଆଫ୍‌ଗାନିସ୍ଥାନରେ ତାଲିବାନର ନୂତନ ସରକାର ଗଠନ କରିବା ଦିଗରେ ଚୂଡାନ୍ତ ସ୍ଥିତିରେ ପହଞ୍ଚିଥିବା ଯୋଗୁଁ ଉପତ୍ୟାକାରେ ଆଫ୍‌ଗାନ ତାଲିବାନମାନେ ପଞ୍ଜଶୀର ବିରୋଧରେ ସଂଘର୍ଷ କରି ବିଜୟ ଲାଭ କରିବା ଏକ ଚ୍ୟାଲେଞ୍ଜ ହୋଇଛି । ଅଗଷ୍ଟ ୩୧ ତାରିଖରେ ଆମେରିକୀୟ ସେନା କାବୁଲ ବିମାନବନ୍ଦରକୁ ସମ୍ପୂର୍ଣ୍ଣ ମୁକ୍ତ କରିବା ପରେ ଆଫ୍‌ଗାନିସ୍ଥାନର ସରକାର ଗଠନ ସହିତ କିଏ ନେତୃତ୍ୱ ନେବ ଏହା ଆଜି ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ । ପଞ୍ଜଶୀର ଉପତ୍ୟାକାରେ ଗତ ୧୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସୋଭିଏତ ସଂଘର ଆଧିପତ୍ୟ ଜାରି ରହିଛି । ଏହା ପୂର୍ବରୁ ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ତାଲିବାନର ପ୍ରଥମ ପର୍ଯ୍ୟାୟ ଶାସନ ମଧ୍ୟ ନିହାତି କଠୋରଦାୟକ ଓ ନିଷ୍ଠìରଦାୟକ ଥିଲା । ତେଣୁ ପଞ୍ଜଶୀର ଉପତ୍ୟାକାରେ ତାଲିବାନକୁ ସହଜରେ ଗ୍ରହଣ କରାଯାଇପାରିନାହିଁ । ଆଜି ଆଫ୍‌ଗାନିସ୍ଥାନାର ରାଜଧାନୀନଗରୀ କାବୁଲରେ ତାଲିବାନର ଶାସନ କ୍ଷମତା ଅକ୍ତିଆରକୁ ଆସିବା ଯୋଗୁଁ ଦେଶବ୍ୟାପୀ ବିଜୟ ଉଲ୍ଲାସ ଜାରି ରହିଛି । ତେବେ ତାଲିବାନମାନେ ବିଜୟ ସମାରୋହ କରିବା ବେଳେ ଗୁଳିମାଡ଼ କରିବା ଯୋଗୁଁ ୧୭ ଜଣ ବ୍ୟକ୍ତିଙ୍କ ମୃତୁ୍ୟ ଘଟିଛି । ତେବେ ଏହାର ସତ୍ୟାସତ୍ୟ ଉପରେ ଆଫ୍‌ଗାନ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା
ଦିଆଯାଇନାହିଁ । କହିବାକୁ ଗଲେ ଆଫ୍‌ଗାନିସ୍ଥାନରେ ଏକ ପ୍ରକାର ଗୃହବିପ୍ଲବ ମଧ୍ୟ ସୃଷ୍ଟି ହୋଇଛି । ବିଭିନ୍ନ ସମ୍ବାଦ ସରବରାହ ସଂସ୍ଥା ପକ୍ଷରୁ ଆଜିର ହିଂସା ପ୍ରସଙ୍ଗରେ ପୃଥକ ପୃଥକ ମତ ଦିଆଯାଉଥିବା ଦେଖିବାକୁ ମିଳିଛି । ଏହାମଧ୍ୟ ସୂଚନାରୁ ଜଣାପଡିଛି ଯେ, ୪୧ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଇତିମଧ୍ୟରେ କାବୁଲ ବିମାନବନ୍ଦରକୁ ପୁନର୍ବାର ଖୋଲିବା ପାଇଁ କତାରର ରାଷ୍ଟ୍ରଦୂତ ସବୁଜ ସଙ୍କେତ ଦେଇଛନ୍ତି । କତାରର ଏକ ଟେକ୍ନିକାଲ ଟିମ ଉକ୍ତ ବିମାନବନ୍ଦରକୁ ଚଳାଇବା ପାଇଁ ସକ୍ଷମ ଅଛନ୍ତି । ତୁରନ୍ତ ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ବିମାନ ଚଳାଚଳ ହେବ ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି । ବିସ୍ପୋରଣ ଯୋଗୁଁ କାବୁଲ ବିମାନବନ୍ଦର ବାହାରେ ଯେଉଁ ଭଙ୍ଗାରୁଜା ହୋଇଥିବା ମରାମତି କାମ ଚାଲୁ ରହିଛି ।
ଆଫ୍‌ଗାନିସ୍ଥାନରେ ସରକାର ଗଠନ ଦିଗରେ ଆନ୍ତର୍ଜତୀୟ ସମର୍ଥନର ଅଭାବ ଯୋଗୁଁ ସରକାର ଗଠନ ପ୍ରକ୍ରିୟା ବିଳମ୍ବ ହେବାରେ ଲାଗିଛି । ତେବେ ଆଫ୍‌ଗାନିସ୍ଥାନରେ କୌଣସି ଏକ ସ୍ଥିର ସରକାର ଗଠନ ଦିଗରେ ପାକିସ୍ତାନ ପକ୍ଷରୁ ମଧ୍ୟ ଉଦ୍ୟମ ଜାରି ରହିଥିବା ଚର୍ଚ୍ଚାର କେନ୍ଦ୍ରକୁ ଆସିଛି । ଆଫ୍‌ଗାନିସ୍ଥାନର ପଞ୍ଜଶୀର ଉପତ୍ୟାକାରେ ତାଲିବାନ ଏବଂ ଏହାର ବିରୋଧୀ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଥିବା ବେଳେ ପାକିସ୍ତାନ ଇଣ୍ଟେଲିଜେନ୍ସି ମୁଖ୍ୟ ଲେଫେଫନାଣ୍ଟ୍‌ ଜେନେରାଲା ଫାଇଜ ହମିଜ୍‌ କାବୁଲ ଠାରେ ଏକ ପ୍ରତିନିଧି ଦଳଙ୍କ ସମେତ ପହଞ୍ଚି ସରକାର ଗଠନ ପ୍ରକ୍ରିୟାରେ ପରାମର୍ଶ ଦେଉଥିବା ଜଣାପଡିଛି । ତାଲିବାନ ପକ୍ଷରୁ ସରକାର ଗଠନ ପ୍ରସଙ୍ଗରେ ଘୋଷଣା ଅତିଶୀଘ୍ର ହେବ ଏହା ପୂର୍ବରୁ ପାକିସ୍ତାନ ଆଇଏସ୍‌ଆଇଙ୍କ ସଂପୃକ୍ତି ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଆଲୋଚନାର କେନ୍ଦ୍ରକୁ ଆସିଛି । ଆସନ୍ତା ସପ୍ତାହରେ ସମ୍ଭବତଃ ଆଫ୍‌ଗାନିସ୍ଥାନରେ ନୂତନ ସରକାର ଗଠନ କରାଯିବ । ଏହା ମଧ୍ୟ କୁହାଯାଉଛି ଯେ, ଆଫ୍‌ଗାନିସ୍ଥାନ ଓ ପାକିସ୍ତାର ଭବିଷ୍ୟତକୁ ଦୃଷ୍ଟିରେ ରଖି ତାଲିବାନ ପକ୍ଷରୁ ପାକିସ୍ତାନକୁ ସରକାର ଗଠନ କରିବା ଦିଗରେ ସହାୟତା କରିବାକୁ ପାକ୍‌ ଲେଫେଫନାଣ୍ଟ ଜେନେରାଲଙ୍କୁ ଆମନ୍ତ୍ରଣ କରାଯାଇଥିଲା । ତାଲିବାନମାନଙ୍କର ମୁଖ୍ୟ କାର୍ଯ୍ୟାଳୟ ପାକିସ୍ତାନରେ ଅବସ୍ଥିତ ଥିବା ଘଟଣା ସ୍ପଷ୍ଟ ହୋଇଛି । ତାଲିବାନମାନଙ୍କର ଆଇଏସ୍‌ଆଇ ସଂସ୍ଥା ସହିତ ସଂପର୍କ ଥିବା ଘଟଣା ମଧ୍ୟ ଜଣାପଡିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୪ ଘଣ୍ଟାରେ ଲଘୁଚାପ !

୨୪ ଘଣ୍ଟାରେ ଲଘୁଚାପ !

Read More...

ଉଠିଲା ଆବାସ ଦୁର୍ନୀତି ପ୍ରସଙ୍ଗ: ଗୃହରେ କହିବାକୁ ଦିଆଯାଉନି: ମୋହନ

ଉଠିଲା ଆବାସ ଦୁର୍ନୀତି ପ୍ରସଙ୍ଗ: ଗୃହରେ କହିବାକୁ ଦିଆଯାଉନି: ମୋହନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page