ଗହମ ବୋଝେଇ ଟ୍ରେନ ନାଳକୁ ଖସିଲା

September 14, 2021, ଓଡ଼ିଶା, , Anupambharat News Bureau


ଗହମ ବୋଝେଇ ଟ୍ରେନ ନାଳକୁ ଖସିଲା
Anupambharat News Bureau
September 14, 2021


ଅନୁଗୁଳ ୧୪ା୯(ଅନୁପମ ମିଡ଼ିଆ): ବଅଁରପାଳ ବ୍ଲକ ଅର୍ନ୍ତଗତ ଭୋଗବେରେଣୀ ପଞ୍ଚାୟତର ମୁଣ୍ଡାମାଳ ସାହି ନିକଟସ୍ଥ ରେଳ କେନାଲ ପୋଲ ନିକଟରେ ଗହମ ବୋଝେଇ ମାଲବାହୀ ଟ୍ରେନଟି ଦୁର୍ଘଟଣାଗ୍ରସ୍ତ ହୋଇ ନାଳକୁ ଖସି ପଡିଥିଲା । ଫଳରେ ୧୦ରୁ ଊର୍ଦ୍ଧ୍ୱ ବଗି ଉପରକୁ ଉପର ଚଢି ଯାଇଥିଲା । କିଛି ଡବା ରେଳ ଧାରଣା ତଳକୁ ଖସି ପଡିଥିଲା । ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ଟ୍ରେନ ଚାଳକ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏହା ଫଳରେ ଢେଙ୍କାନାଳ-ସମ୍ବଲପୁର ରେଳ ବିଭାଗରେ ଟ୍ରେନ ସେବା ପ୍ରଭାବିତ ହୋଇଥିବା ନେଇ ପୂର୍ବ ତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁର୍ଘଟଣା ଯୋଗୁ ସୂଚନା ଅନୁସାରେ ୧୨ଟି ଟ୍ରେନ ବାତିଲ ହୋଇଥିବା ବେଳେ ୮ଟି ଟ୍ରେନର ଗତିପଥ ବଦଳିଛି । ଏହା ବ୍ୟତୀତ କେତେକ ଟ୍ରେନର ଚଳାଚଳ ସମୟ ପୁନଃ ନିର୍ଦ୍ଧାରିତ ହୋଇଛି ।
ମିଳିଥିବା ସୂଚନାମୁତାବକ ଏହି ମାଲବାହି ଟ୍ରେନଟି ଗତ କାଲି ସମ୍ବଳପୁରରୁ ବାହାରି ଖୋର୍ଦ୍ଧା ଡିପୋକୁ ଯାଉଥିବା ସମୟରେ ରାତ୍ରି ପ୍ରାୟ ସାଢ଼େ ଦୁଇଟାରେ ଭୋଗବେରେଣୀ ରେଳଷ୍ଟେସନର କିଛି ଦୂରତା ପୂର୍ବରୁ କେନାଲ ପୋଲ ତଳକୁ ଖସିପଡିଥିଲା । ଲଗାଣ ବର୍ଷାରେ କେନାଲ ଉପର ଦେଇ ଯାଇଥିବା ରେଳଧାରଣା ତଳକୁ ବଦି ଯାଇଥିଲା । ଫଳରେ ଟ୍ରେନଟି କେନାଲ ଉପର ଦେଇ ପାର ହେଉଥିବା ବେଳେ ଇଞ୍ଜିିନ ଭିତରକୁ ଗୋଟିଏ ଧାରଣ ଖସି ଯାଇଥିବାରୁ ଏହା ଓଲଟି ପଡିଥିଲା । ଗହମ ବୋଝେଇ ବଗି ଗୁଡିକୁ ତା ଉପରକୁ ଚଢି ଯାଇଥିଲା । ଟ୍ରେନର ୪୨ ଗହମ ବୋଝେଇ ବଗି ମଧ୍ୟରୁ ଦଶଟି ବଗି ଓଲଟି ପଡି ଗହମ ବସ୍ତା ବାହାରକୁ ବାହାରି ଆସିଥିଲା । ଯାହା ଫଳରେ ଏକାଧିକ ଗହମ ବସ୍ତା ଫାଟି ନଷ୍ଟ ହୋଇଯାଇଥିଲା । ଘଟଣାସ୍ଥଳକୁ ଖୋର୍ଦ୍ଧା ଓ ସମ୍ବଲପୁର ରେଳ ଡିଭିଜନର ଅଧିକାରୀ ସମେତ ଉଦ୍ଧାରକାରୀ ଦଳ ପହଁଞ୍ଚି ତଦାରଖ କାର୍ଯ୍ୟ ଜାରି ରଖିଥିବା ଜଣାପଡିଛି । ଉପସ୍ଥିତ ଥିବା ରେଳ ଅଧିକାରୀ ଏ ସର୍ମ୍ପକରେ ପଚାରିବାରୁ ଏହା ଲଗାଣ ବର୍ଷାରେ ରେଳ ଧାରଣ କେନାଲ ନିକଟରେ ଦବି ଯାଇଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ପ୍ରକାଶ କରିଛନ୍ତି । ଅନୁଗୁଳ ଭୁବନେଶ୍ୱର ମୁଖ୍ୟ ଟ୍ରେନ ଲାଇନରେ ଏହି ଦୁର୍ଘଟଣା ଘଟିଥିବାରୁ ଅନୁଗୁଳ ରେଳୱଷ୍ଟେସନକୁ ସମସ୍ତ ଟ୍ରେନ ଅନିର୍ଦ୍ଦଷ୍ଟ କାଳ ପାଇଁ ବାତିଲ କରାଯାଇଛି । ସେହିଭଳି ରାଉରକେଲା-ପୁରୀ ସ୍ପେଶାଲ୍‌, ପୁରୀ-ରାଉରକେଲା ସ୍ପେଶାଲ୍‌, ଭୁବନେଶ୍ୱର-ରାଉରକେଲା ଇଣ୍ଟର ସିଟି ସ୍ପେଶାଲ୍‌, ଲୋକମାନ୍ୟ ତିଳକ ସ୍ପେଶାଲ୍‌, ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟର ସିଟି ସ୍ପେଶାଲ୍‌, ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ସ୍ପେଶାଲ୍‌, ହାଟିଆ-ପୁରୀ ସ୍ପେଶାଲ୍‌,ପୁରୀ-ହାଟିଆ ସ୍ପେଶାଲ୍‌ , ପୁରୀ-ଦୁର୍ଗ ସ୍ପେଶାଲ୍‌ ଓ ଗୁଣୁପୁର-ରାଉରକେଲା ସ୍ପେଶାଲ୍‌ ଟ୍ରେନକୁ ଆସନ୍ତାକାଲି ପାଇଁ ବାତିଲ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ସୁନ୍ଦରଗଡ଼ରେ ସ୍ମାର୍ଟ ହେଲ୍‌ଥ କାର୍ଡ ବାଣ୍ଟିଲେ ନବୀନ

ସୁନ୍ଦରଗଡ଼ରେ ସ୍ମାର୍ଟ ହେଲ୍‌ଥ କାର୍ଡ ବାଣ୍ଟିଲେ ନବୀନ

Read More...

କୌଣସି ନଦୀରେ ବନ୍ୟା ଆଶଙ୍କା ନାହିଁ

କୌଣସି ନଦୀରେ ବନ୍ୟା ଆଶଙ୍କା ନାହିଁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page