‘ଆର୍ଶୀବାଦ’ ବନ୍ଦ : ବିରୋଧୀଙ୍କ ଟାର୍ଗେଟରେ ସରକାର

September 16, 2021, ଓଡ଼ିଶା, , Anupambharat News Bureau


‘ଆର୍ଶୀବାଦ’ ବନ୍ଦ : ବିରୋଧୀଙ୍କ ଟାର୍ଗେଟରେ ସରକାର
Anupambharat News Bureau
September 16, 2021


ଭୁବନେଶ୍ୱର, ୧୬ା୯(ଅନୁପମ ମିଡ଼ିଆ): ­ କୋଭିଡ଼ରେ ଯେଉଁ ଶିଶୁମାନେ ନିଜର ପିତାମାତା ବା ସେମାନଙ୍କ ମଧ୍ୟରୁ ଜଣେ ବା ପରିବାରର ମୁଖ୍ୟ ରୋଜଗାର ବ୍ୟକ୍ତିଙ୍କୁ ହରାଇଛନ୍ତି ସେମାନଙ୍କୁ ଆଶୀର୍ବାଦ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ରାଜ୍ୟ ସରକାର ଗତ ଏପ୍ରିଲ୍‌ରେ ଘୋଷଣା କରିଥିଲେ । ତେବେ ଏହି ଯୋଜନାକୁ ଗତ ୧୫ରେ ବନ୍ଦ କରିବା ନେଇ ସରକାରଙ୍କ ଘୋଷଣାକୁ ବିରୋଧୀ ଟାର୍ଗେଟ କରିବାରେ ଲାଗିଛନ୍ତି । ଏହି ପ୍ରସଙ୍ଗରେ ବିଜେପି କହିଛି ଯେ, କୋଭିଡ୍‌ରେ ଅନାଥ ଶିଶୁଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆର୍ଥିକ ସହାୟତା ଘୋଷଣା କରିବାର ତୁରନ୍ତ ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଘୋଷଣା କଲେ । ଓଡିଶାରେ କରୋନାରେ ହରାଇଥିବା ବାପା ମା ହରାଇଥିବା ଶିଶୁଙ୍କୁ ୨୫୦୦ ଓ ଯଦି ଜଣଙ୍କୁ ହରାଇଥାନ୍ତି ତେବେ ୧୫୦୦ ଦେବେ । ଅପରପକ୍ଷରେ ହଠାତ୍‌ ଘୋଷଣା କଲେ ଗତ ୧୫ରୁ ଏହି ଯୋଜନା ବନ୍ଦ ହୋଇଗଲା । ତେବେ ୧୫ରୁ ରାଜ୍ୟରୁ ସମ୍ପୂର୍ଣ୍ଣ ହଟିଗଲା ନା କରୋନାରେ ଆଉ କେହି ମୃତୁ୍ୟ ବରଣ କଲେନାହିଁ । କୌଣସି ପିଲା ଅନାଥ ହେଉନାହାଁନ୍ତି କି? ଯଦି ସେମିତି କଥା ତେବେ ସେପେଫମ୍ବର ୧୫ରୁ ଓଡିଶା କରୋନା ମୁକ୍ତ ହେଲା ବୋଲି ରାଜ୍ୟ ସରକାର ଘୋଷଣା କର;ୁ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ଇତି ମଧ୍ୟରେ ରାଜ୍ୟ ସରକାର ଏହି ଯୋଜନାକୁ ଅର୍ଥ ଦେବା ଆରମ୍ଭ କଲେ ୨୦ଜୁନ୍‌ ୨୦୨୧ପାଖରୁ ସେହି ସମୟରୁ ଆଜି ପର୍ଯ୍ୟନ୍ତ କେତେ ପିଲା ଉପକୃତ ହେଲେ ସେହି ପିଲା ମାନଙ୍କର ନାମ ଠିକଣା କେଉଁଠି ତାଙ୍କର ପାଠପଢାର ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି ଏବଂ କେତେ ଅର୍ଥ ଏ ପିଲାଙ୍କୁ ଦିଆଯାଇଛି ଏହାର ବେନିଫିସିଆରି ଲିଷ୍ଟ୍‌ ହିତାଧିକାରୀଙ୍କର ସୂଚୀକୁ ସର୍ବଜନୀନ କରିବା ପାଇଁ ଡ. ସାମନ୍ତସିଂହାର ଦାବି କରିଛନ୍ତି । ସେହିଭଳି ଏହାକୁ କଂଗ୍ରେସ ମଧ୍ୟ ପ୍ରସଙ୍ଗ କରିଛି । ଆଶୀର୍ବାଦ ଯୋଜନା ବନ୍ଦ ହେବା ମାମଲାକୁ ନିନ୍ଦା କରିଛି ରାଜ୍ୟ କଂଗ୍ରେସ । ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ତଥା ପୂର୍ବତନ ବିଧାୟକ ଡ. ଦେବାଶିଷ ପଟ୍ଟନାୟକ କହିଛନ୍ତି ଯେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ପ୍ରତିଶ୍ରୁତି ଦିଅନ୍ତି ତାହା କେବଳ ଜନସାଧାରଣଙ୍କୁ ଭୂଆଁ ବୁଲାଇବା ପାଇଁ ଉର୍ଦ୍ଦିଷ୍ଟ । ୨୦୨୦ ମସିହା ଏପ୍ରିଲ ୧ ତାରିଖ ପରଠାରୁ ଯେଉଁ ଶିଶୁମାନେ ନିଜର ପିତାମାତା ବା ସେମାନଙ୍କ ମଧ୍ୟରୁ ଜଣେ ବା ପରିବାରର ମୁଖ୍ୟ ରୋଜଗାର ବ୍ୟକ୍ତିଙ୍କୁ ହରାଇଛନ୍ତି ସେମାନଙ୍କୁ ଆଶୀର୍ବାଦ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ । ଯୋଜନା ଘୋଷଣା କରିବାର ୨ ମାସ ୨୪ ଦିନରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାକୁ ବନ୍ଦ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇ ସାରିଲେଣି । ସେପେଫମ୍ବର ୧୫ ତାରିଖରୁ ଏହି ଯୋଜନାଟି ହଠାତ ବନ୍ଦ ହୋଇଗଲା କ’ଣ ପାଇଁ? ବୋଲି ସେ ପ୍ରଶ୍ନ କରିଛନ୍ତି । ଏପର୍ଯ୍ୟନ୍ତ ୩୧ ହଜାର ପିଲା ଅଭିଭାବକଙ୍କୁ ହରାଇଥିବା ସ୍ଥଳେ ମାତ୍ର ୧୦ ହଜାର ପିଲାଙ୍କୁ ଏହି ସ୍କିମରେ ଅନ୍ତର୍ଭୁକ୍ତ କରାଯାଇଛି । ଏବେ ସରକାର କହୁଛନ୍ତି ଆର୍ଥିକ ସଙ୍କଟ ପାଇ ଏ ନିଷ୍ପତ୍ତି ନେବାକୁ ପଡ଼ୁଛି । ରାଜ୍ୟ ସରକାର ଯଦି ଏତେ ଦୁର୍ବଳ ଏ ସବୁ ଯୋଜନା କରୁଛନ୍ତି କାହିଁକି? । ଆଶୀର୍ବାଦ ଯୋଜନାକୁ ନେଇ ଏ ରାଜ୍ୟର କରୋନା ଅନାଥପିଲାଙ୍କର ଭବିଷ୍ୟତ ସୁରକ୍ଷିତ ହେବ ବୋଲି ସମସ୍ତେ ଭାବିିଥିଲେ ମାତ୍ର, ମୁଖ୍ୟମନ୍ତ୍ରୀ ସବୁ ଓଲଟପାଲଟ କରିଦେଲେ । କରୋନା ସରିନି, ତୃତୀୟ ଲହର କରୋନା ମାଡ଼ି ଆସୁଛି କି;ୁ ମୁଖ୍ୟମନ୍ତ୍ରୀଙ୍କର ଯୋଜନା ବନ୍ଦ ହୋଇଗଲା । ପ୍ରତିଶ୍ରୁତି ଦେଇ ଏପରି ବିଶ୍ୱାସଘାତକତାକୁ ରାଜ୍ୟବାସୀ କ୍ଷମା ଦେବେ ନାହିଁ ବୋଲି ପଟ୍ଟନାୟକ କହିଛନ୍ତି । ସେ
କହିଛନ୍ତି ମୁଖ୍ୟମନ୍ତ୍ରୀ ତାଙ୍କ ନିଷ୍ପତ୍ତିର ପୁନଃବିଚାର କର;ୁ । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟିକାର ବୁଷ୍ଟର ଉପରେ ନିଷ୍ପତ୍ତି ହୋଇନି

ଟିକାର ବୁଷ୍ଟର ଉପରେ ନିଷ୍ପତ୍ତି ହୋଇନି

Read More...

ଚାରି ଜିଲ୍ଲାରେ ବନ୍ୟା ଆଶଙ୍କା :  ଓଡ୍ରାଫ୍‌, ଏନଡିଆରଏଫ ମୁତୟନ

ଚାରି ଜିଲ୍ଲାରେ ବନ୍ୟା ଆଶଙ୍କା : ଓଡ୍ରାଫ୍‌, ଏନଡିଆରଏଫ ମୁତୟନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page