ଅର୍ଥନୀତି ଅଭିବୃଦ୍ଧି ଆଡ଼କୁ ବଢ଼ୁଛି: ମୁଖ୍ୟମନ୍ତ୍ରୀ

September 16, 2021, ଓଡ଼ିଶା, , Anupambharat News Bureau


ଅର୍ଥନୀତି ଅଭିବୃଦ୍ଧି ଆଡ଼କୁ ବଢ଼ୁଛି: ମୁଖ୍ୟମନ୍ତ୍ରୀ
Anupambharat News Bureau
September 16, 2021



ଭୁୁବନେଶ୍ୱର, ୧୬ା୯(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାୟଗଡାର କାଶୀପୁରସ୍ଥିତ ଉକିଳ ଆଲୁମିନାର ସମ୍ପ୍ରସାରିତ ରିଫାଇନାରୀର ଉଦଘାଟନ କରିଛନ୍ତି । ଏଥିରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ ୧୫୦୦ କୋଟି ଟଙ୍କା ନିବେଶ କରିଛି । ସମ୍ପ୍ରସାରଣ ପରେ ବାର୍ଷିକ ଆଲୁମିନା ଉତ୍ପାଦନ ୧.୫ ମିଲିଅନ୍‌ ଟନରୁ ୨ ମିଲିଅନ୍‌ ଟନକୁ ବୃଦ୍ଧି ପାଇଛି । ଏହି ନୂଆ ୟୁନିଟରେ ୫୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିବ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ମହାମାରୀ ପ୍ରଭାବରୁ ଅର୍ଥନୀତି ମୁକ୍ତ ହୋଇ ଅଭିବୃଦ୍ଧି ଆଡ଼କୁ ବଢ଼ୁଛି । ରାଜ୍ୟରେ ମେଟାଲ୍‌, ମାଇନିଂ. ସିମେଣ୍ଟ, ଆର୍ଥିକ ସେବା, ଫାସନ ଓ ରିଟେଲ ଶିଳ୍ପ କ୍ଷେତ୍ରରେ ଆଦିତ୍ୟ ବିର୍ଲା ପ୍ରମୁଖ ଭୂମିକା ଗ୍ରହଣ କରିଛି । ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବନଜୀବିକା କ୍ଷେତ୍ରରେ ମଧ୍ୟ ଆଦିତ୍ୟ ବିର୍ଲା ଗ୍ରୁପର ଅଂଶଗ୍ରହଣ ରହିଛି ।
ଏହି ଭର୍ଚୁଆଲ୍‌ କାର୍ଯ୍ୟକ୍ରମରେ ଶକ୍ତି ତଥା ଏମଏସଏମଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଅନୁସୂିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସହ ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା ଓ ହିଣ୍ଡାଲକୋ ଏମଡି ସତୀଶ ପାଇ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ୫ଟି ସଚିବ ଭିକେ ପାଣ୍ଡିଆନ ପରିଚଳାନା କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟିଏମସିରେ ସାମିଲ ହେଲେ ବାବୁଲ ସୁପ୍ରିଓ

ଟିଏମସିରେ ସାମିଲ ହେଲେ ବାବୁଲ ସୁପ୍ରିଓ

Read More...

ଟିକାର ବୁଷ୍ଟର ଉପରେ ନିଷ୍ପତ୍ତି ହୋଇନି

ଟିକାର ବୁଷ୍ଟର ଉପରେ ନିଷ୍ପତ୍ତି ହୋଇନି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page