କରମା ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡ଼ି ୭ ମୃତ

September 18, 2021, ଦେଶ, , Anupambharat News Bureau


କରମା ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡ଼ି ୭ ମୃତ
Anupambharat News Bureau
September 18, 2021


ଝାଡ଼ଖଣ୍ଡ: ଝାଡଖଣ୍ଡର ଲାତେହାରରେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି । ଲାତେହାର ଜିଲ୍ଲାର ବାଲୁସାଥ ଠାରେ କରମା ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିବା ବେଳେ ପାଣିରେ ବୁଡି ୭ ଜଣ ବାଳିକାଙ୍କର ମୃତୁ୍ୟ ଘଟିଥିବା ଜଣାପଡ଼ିଛି । ଏହି ଘଟଣା ଲାତେହାର ଜିଲ୍ଲା ଶେରେଗଡା ଗ୍ରାମରେ ଘଟିଛି । ସୂଚନା ମୁତାବକ କରମା ଡାଲ ବିସର୍ଜନ କରିବାକୁ ଯାଇଥିବା ବେଳେ ପାଣିରେ ବୁଡି ୭ ଜଣ ବାଳିକାଙ୍କର ମୃତୁ୍ୟ ହେବା ପରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି । ଘଟଣାର ତଦନ୍ତ କରିବା ସହ ଜବତ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ୭ ଜଣ ବାଳିକା ମଧ୍ୟରୁ ଗୋଟିଏ ପରିବାରର ୩ ଜଣ ଥିଲେ ବୋଲି ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୨ ଜିଲ୍ଲାରେ ବର୍ଷିବ

୧୨ ଜିଲ୍ଲାରେ ବର୍ଷିବ

Read More...

ଟିଏମସିରେ ସାମିଲ ହେଲେ ବାବୁଲ ସୁପ୍ରିଓ

ଟିଏମସିରେ ସାମିଲ ହେଲେ ବାବୁଲ ସୁପ୍ରିଓ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page