ପ୍ରତ୍ୟେକ ଜୀବନ ମୂଲ୍ୟବାନ: ମୁଖ୍ୟମନ୍ତ୍ରୀ

October 07, 2021, ଓଡ଼ିଶା, , Anupambharat News Bureau


ପ୍ରତ୍ୟେକ ଜୀବନ ମୂଲ୍ୟବାନ: ମୁଖ୍ୟମନ୍ତ୍ରୀ
Anupambharat News Bureau
October 07, 2021


ପୁରୀ,୭ା୧୦(ଅନୁପମ ମିଡ଼ିଆ): ପ୍ରତ୍ୟେକ ଜୀବନ ମୂଲ୍ୟବାନ । ତେଣୁ ରାଜ୍ୟ ସରକାର ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ଗୁରୁତ୍ୱ ଦେଉଛନ୍ତି । ମହାମରୀ କରୋନାର ଦ୍ୱିତୀୟ ଲହର ସମୟରେ ଲୋକଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାରେ ରାଜ୍ୟ ସଫଳ ହୋଇଛି । ପୁରୀ ସହରରେ ଡ୍ରଙ୍କିଙ୍ଗ ଫ୍ରମ୍‌ ଟ୍ୟାଙ୍କ ଯୋଜନା କାର୍ଯ୍ୟକାରୀ କରାଯାଉଛି, ଯହାକି ସମଗ୍ର ଦେଶରେ ପ୍ରଥମ । ଜନତାଙ୍କ ସହଭାଗିତାରେ ସମସ୍ତ ଯୋଜନା କାର୍ଯ୍ୟକାରୀ ହେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ପୁରୀଜିଲ୍ଲାର ବ୍ରହ୍ମଗିରି ଠାରେ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ କରିବା ସହିତ ବିଭିନ୍ନ ଜନ କଲ୍ୟାଣକାରୀ ପ୍ରକଳ୍ପର ଶୁଭଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ଉପରୋକ୍ତ ମତ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଜିଲ୍ଲାର ପ୍ରାୟ ୩ ଲକ୍ଷ ୬୪ ହଜାର ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ ଆରମ୍ଭ କରିବା ସହିତ ପ୍ରାୟ ଏକ ହଜାର ୬ କୋଟି ୮୨ ଲକ୍ଷ ଟଙ୍କା ମୂଲ୍ୟ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ମୁଖ୍ୟମନ୍ତ୍ରୀ ମଞ୍ଚରେ କୁମାରୀ ପରିଡ଼ା,ରୁକିୟା ବିବି,ମମତା ତରାଇ,ରିଙ୍କି ସେଠୀ ଓ ଲତା ପ୍ରଧାନ ପ୍ରମୁଖ ୫ଜଣ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ ସ୍ମାଟ କାର୍ଡ଼ ବଣ୍ଟନ କରିଥିଲେ । ଜାତୀୟ ଓ ରାଜ୍ୟ ଖାଦ୍ୟସୁରକ୍ଷାଯୋଜନାର ହିତାଧିକରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହି ଅବସରରେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ସଚେତନତା ରଥକୁ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ରାଜ୍ୟସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ,ଖାଦ୍ୟଯୋଗାଣ ,ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ,ସାଂସଦ ପିନାକୀ ମିଶ୍ର,ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ମହାପାତ୍ର ପ୍ରମୁଖ ସଭାରେ ବକ୍ତବ୍ୟ ପ୍ରଦାନ କରିଥିଲେ । ରାଜ୍ୟଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ସ୍ୱାଗତ ଭାଷଣ ଦେବା ଅବସରରେ ସାତପଡ଼ାଠାରୁ ମୋଟ ପର୍ଯ୍ୟନ୍ତ ସୁରକ୍ଷା ପ୍ରାଚୀର ନିର୍ମାଣ,ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ସାତପଡ଼ା -ଜହ୍ନିକୁଦା ସେତୁ ନିର୍ମାଣ ନିମନ୍ତେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । କ୍ରୀଡ଼ା ଓ ଯୁବ ବ୍ୟାପାର, ବିଜ୍ଞାନ ଓ କାରିଗରୀ ,ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଜିଲ୍ଲାର ବିଭିନ୍ନ ବ୍ଲକରେ ପ୍ରସାରଣ କରାଯିବା ସହିତ ଜିଲ୍ଲାର ସବୁ ବ୍ଲକରେ ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ଼ ବଣ୍ଟନ କରାଯାଇଥିଲା । ଜଗତ୍‌ସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ,୫ଟି ସଚିବ ଭିକେ ପାଣ୍ଡିଆନ୍‌,ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସ୍‌ ପି କନୱାର ବିଶାଳ ସିଂ ପ୍ରମୁଖ ଉପସ୍ଥିତଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୋଲିସର ଟିମ୍‌ ଉପରକୁ ବୋମାମାଡ଼: ଖସିଗଲା ମୋଷ୍ଟ ୱାଣ୍ଟେଡ କୁନା

ପୋଲିସର ଟିମ୍‌ ଉପରକୁ ବୋମାମାଡ଼: ଖସିଗଲା ମୋଷ୍ଟ ୱାଣ୍ଟେଡ କୁନା

Read More...

ବ୍ୟାଙ୍କ ଘରୋଇକରଣର ପ୍ରଥମ ପଦକ୍ଷେପ ନେଲେ ସରକାର

ବ୍ୟାଙ୍କ ଘରୋଇକରଣର ପ୍ରଥମ ପଦକ୍ଷେପ ନେଲେ ସରକାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page