୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ

October 16, 2021, ଓଡ଼ିଶା, , Anupambharat News Bureau


୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ
Anupambharat News Bureau
October 16, 2021


ଭୁବନେଶ୍ୱର, ୧୬ା୧୦(ଅନୁପମ ମିଡ଼ିଆ): ପୂଜା ଛୁଟି ପରେ ଅଷ୍ଟମ ଓ ଏକାଦଶ ଶ୍ରେଣୀ ଖୋଲିବା ନେଇ ସ୍କୁଲ ଓ ଗଣଶିକ୍ଷା ଏବଂ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି । ଉଭୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇ ସବୁ ଶ୍ରେଣୀଗୃହ ସାନିଟାଇଜ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷକ ଓ ପିଲାଙ୍କୁ ସାନିଟାଇଜର, ମାସ୍କ ଯୋଗାଇ ଦିଆଯିବ । ବିପଦଶଙ୍କୁଳ ଛାତ ମଧ୍ୟ ତୁରନ୍ତ ସଜାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଦୀର୍ଘ ଅଠର ମାସ ପରେ ରାଜ୍ୟରେ ବିଦ୍ୟାଳୟ ଖୋଲିବାକୁ ଯାଉଛି । ଦିନ ୧୦ଟାରୁ ସାଢ଼େ ଗୋଟାଏ ଯାଏ ଚାଲିବ ଏକାଦଶ କ୍ଲାସ୍‌ । ସକାଳ ୯ଟାରୁ ଦିନ ସାଢ଼େ ୧୨ଟା ଯାଏ ଚାଲିବ ଅଷ୍ଟମ କ୍ଲାସ । ଅଷ୍ଟମ ପିଲାଙ୍କୁ ସ୍କୁଲରେ ମଧ୍ୟାହ୍ନ ଭୋଜନଦିଆଯିବନି । ସକାଳ ୯ଟା ରୁ ଆସି ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ସୁଦ୍ଧା ସୁଦ୍ଧା ଘରକୁ ଯିବେ । ବିଦ୍ୟାଳୟ ଖୋଲିବା ପୂର୍ବରୁ ଏସ ଏମ ସି ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟରେ ବୈଠକ ଡକାଯିବ । ପଞ୍ଚାୟତରାଜ ବିଭାଗର ତୃଣମୂଳ ସଦସ୍ୟମାନଙ୍କ ସହ ମିଶି ସ୍କୁଲର ଭିତ୍ତିଭୂମିକୁ ସଜାଡ଼ିବା, ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏସଓପିକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦେଶ ଦିଆଯାଇଛି । ଏହାଛଡ଼ା ସ୍କୁଲ ସଫେଇ ଓ କୋଭିଡ ନିର୍ଦ୍ଦେଶାବଳୀ ପାଳନ ଉପରେ ଗୁରୁତ୍ୱ ଦିଆଯିବ । ଡିଇଓ, ଡିପିସି ଏବଂ ବିଇଓ ନିୟମ ପାଳନ ନେଇ ତଦାରଖ କରିବେ ଏବଂ ଓସେପାକୁ ରିପୋର୍ଟ ଦେବେ ବୋଲି ଏଥିରେ କୁହାଯାଇଛି ।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, ପିଲାମାନେ ବହୁତ ଦିନ ଧରି କ୍ୟାମ୍ପସ ବାହାରେ ଥିଲେ । ସ୍କୁଲ ଯିବା ପାଇଁ ପିଲାମାନଙ୍କ ଭିତରେ ପ୍ରବଳ ଆଗ୍ରହ ଅଛି । କି;ୁ କରୋନା ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଯାଇ ନାହିଁ । ଆମେ ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗ ସହ ନିୟମିତ ଯୋଗାଯୋଗା ରଖୁଛୁ । ଆଗରୁ ଆମେ ଶିକ୍ଷକ ମାନଙ୍କୁ ଟିକା ନେବା ପାଇଁ ସ୍ୱତନ୍ତ୍ର ଭାବେ ଆଗ୍ରହ ପ୍ରକାଶ କରିଥିଲୁ । କୌଣସି ଶିକ୍ଷକ ବିନା ଡବଲ୍‌ ଡୋଜ୍‌ ଟିକାରେ ଯେପରି ସ୍କୁଲ ପରିସରକୁ ପ୍ରବେଶ ନକରିବେ, ତା ଉପରେ ଆମେ ନଜର ରଖୁଛୁ । ଯଦି ପାଠପଢ଼ା ସମୟରେ କୌଣସି ସମସ୍ୟା ଉପୁଜେ, ତାହେଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ କାମ କରିବେ । ଯେଉଁଠି ଛାତ୍ର ଛାତ୍ରୀଙ୍କ ଭିତରେ ସାମାନ୍ୟ ଲକ୍ଷଣ ଦେଖାଯିବ, ତାଙ୍କୁ ତୁରନ୍ତ ଚିକିତ୍ସା ଦିଆଯିବା ନେଇ ଗୁରୁତ୍ୱ ଦିଆଯିବ । ତେଣୁ ଶିକ୍ଷା ସମୟରେ ପିଲାମାନଙ୍କର ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦିଆଯିବ । ମୁଖ୍ୟମନ୍ତ୍ରୀ ସବୁ ସମୟରେ ଶିକ୍ଷା ସହ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇଛନ୍ତି । ତେଣୁ ସ୍କୁଲ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି ।
ଅପରପକ୍ଷରେ ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ସ୍କୁଲ ପିଲାଙ୍କର ଲକ୍ଷଣ ଅଛି କି ନାହିଁ, ଶିକ୍ଷକମାନେ କୋଭିଡ୍‌ ଟିକା ନେଇଛନ୍ତି କି ନାହିଁ ଅନୁଧ୍ୟାନ କରାଯିବ । ଅଭିଭାବକମାନେ ମଧ୍ୟ ତୀå ନଜର ରଖିବେ । ସ୍କୁଲ ପିଲାଙ୍କୁ ଟିକା ଦିଆଯାଇନାହିଁ । ଏବେ ସ୍କୁଲ ଖୋଲୁଛି । ତେଣୁ ବଡ଼ ଲୋକଙ୍କ ଠାରୁ ଛୁଆଙ୍କୁ କରୋନା ବ୍ୟାପିବାର ସମ୍ଭାବନା ଥାଏ, ତେଣୁ ସମସ୍ତେ ସଚେତନ ହେବା ଜରୁରୀ । ସ୍କୁଲର ଶିକ୍ଷକ, ଅଭିଭାବକ ସମସ୍ତେ ଟିକା ନେଇଯିବା ଜରୁରୀ । ପିଲାମାନଙ୍କ ଭିତରେ ବାରମ୍ବାର ସଚେତନତା ବଢ଼େଇବା ଆବଶ୍ୟକ । ସୂଚନାଯୋଗ୍ୟ ଯେ ଦୁର୍ଗା ପୂଜା ଛୁଟି ପରେ ଅର୍ଥାତ ୨୧ରେ ଏକାଦଶ ଓ ୨୫ ତାରିଖରେ ଖୋଲିବ ଅଷ୍ଟମ ଶ୍ରେଣୀ । ପୂର୍ବରୁ ନବମ , ଦଶମ ଓ ଦ୍ୱାଦଶ ଶ୍ରେଣୀର ଅଫ୍‌ ଲାଇନ୍‌ କ୍ଲାସ୍‌ ଜାରି ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
  ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ବିଜ୍ଞପ୍ତି :  ପଛୁଆ ବର୍ଗଙ୍କ ପାଇଁ ଚାରି ଜିଲ୍ଲା

ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ବିଜ୍ଞପ୍ତି : ପଛୁଆ ବର୍ଗଙ୍କ ପାଇଁ ଚାରି ଜିଲ୍ଲା

Read More...

ବଢିଲା  ବସ୍‌ ଭଡ଼ା

ବଢିଲା ବସ୍‌ ଭଡ଼ା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page