ଭୁବନେଶ୍ୱର,୧୪ା୧୦(ଅନୁପମ ମିଡ଼ିଆ): ବରିଷ୍ଠ ଆଇଏଏସ୍ ସ୍ତରରେ ଶନିବାର ଏକ ଛୋଟ ଧରଣର ଅଦଳବଦଳ ହୋଇଥିବା ଜଣାପଡ଼ିଛି । ଏମର୍ମରେ ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣବିଭାଗର ଅତିରିକ୍ତ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ଜଙ୍ଗଲ ଉନ୍ନୟନ ନିଗମ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଅନ୍ୟପକ୍ଷେ ଜଙ୍ଗଲ ଉନ୍ନୟନ ନିଗମର ଅଧ୍ୟକ୍ଷ ଥିବା ପ୍ରରାଗ ଗୁପ୍ତାଙ୍କୁ ଉଦ୍ୟୋଗୀ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସେହିଭଳି ଉଦ୍ୟୋଗୀ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଥିବା ବିଜୟ ଅରୋରାଙ୍କୁ ଜିଏ ଆଣ୍ଡ ପିଜି ବିଭାଗରେ ଅଫିସର ଅନ୍ ସ୍ପେଶାଲ୍ ଡୁ୍ୟଟି ଭାବେ ନିଯୁକ୍ତି ମିଳିଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରକାଶଥାଉକି ବରିଷ୍ଠ ଆଇଏଏସ୍ ପ୍ରଦୀପ୍ତ ମହାପାତ୍ର ଲମ୍ବା ଛୁଟିରେ ଚାଲି ଯାଇଥିଲେ ।