ଦୁଇ ଶ୍ରମିକଙ୍କୁ ଗୁଳି କଲେ ଆତଙ୍କବାଦୀ

October 17, 2021, ଦେଶ, , Anupambharat News Bureau


ଦୁଇ ଶ୍ରମିକଙ୍କୁ ଗୁଳି କଲେ ଆତଙ୍କବାଦୀ
Anupambharat News Bureau
October 17, 2021


ନୂଆଦିଲ୍ଲୀ: ଅତ୍ୟନ୍ତ ଉଦ୍‌ବେଗଜନକ ହେବାରେ ଲାଗିଛି ଜାମ୍ମୁକାଶ୍ମୀର ଓ ଏହାର ଉପତ୍ୟାକା ଅଞ୍ଚଳ । ଆଫ୍‌ଗାନିସ୍ଥାନରେ ଆତଙ୍କବାଦୀ ସଂଗଠନ ତାଲିବାର ଶାସନ ଆରମ୍ଭଠାରୁ ବିଭିନ୍ନ ପଡୋଶି ଆତଙ୍କବାଦୀ ସମର୍ଥିତ ସଂଗଠନମାନେ ହିଂସାକାଣ୍ଡ ଆରମ୍ଭ କରିଦେଇଛନ୍ତି । ପାକିସ୍ତାନକୁ ଆତଙ୍କବାଦୀମାନଙ୍କର ସୁରକ୍ଷିତ ଆଶ୍ରୟସ୍ଥଳୀ କୁହାଯାଉଥିବା ବେଳେ ପଡୋଶି ଭାରତର ସୀମାବର୍ତ୍ତୀ ଅଞ୍ଚଳରେ ଅନୁପ୍ରବେଶ କରି ଆତଙ୍କବାଦୀମାନେ ହିଂସାକାଣ୍ଡ ଆରମ୍ଭ କରିଦେଇଛନ୍ତି । ନିକଟରେ କେତେକ ଯବାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିବା ବେଳେ ଆଜି ସକାଳେ ଆତଙ୍କବାଦୀମାନେ ଦୁଇଜଣ ଦିନମଜୁରୀଆ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଥିବା ଘଟଣା ଅତ୍ୟନ୍ତ ଚାଞ୍ଚଲ୍ୟକର ହୋଇପଡିଛି । ବିଗତ ଦିନରେ ପଣ୍ଡିତ ଓ ପୁରୋହିତଙ୍କୁ ମଧ୍ୟ ଆତଙ୍କବାଦୀମାନେ ଗୁଳି କରିଥିଲେ ଏବଂ ହିନ୍ଦୁ ସଂପ୍ରଦାୟର ଲୋକଙ୍କୁ ମଧ୍ୟ ହତ୍ୟା କରିଥିଲେ । ଆଜି କୁଲଗାଁଓ ଜିଲ୍ଲାର ବାନ୍‌ପୋହ ଠାରେ ଦୁଇ ଶ୍ରମିକଙ୍କ ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ସେମାନଙ୍କ ଗୁଳିମାଡ଼ରେ ଦୁଇ ଜଣ ଶ୍ରମିକଙ୍କ ମୃତୁ୍ୟ ଘଟିଥିବା ବେଳେ ଅନ୍ୟଜଣେ ସାଧାରଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ସୂଚନାରୁ ପ୍ରକାଶ । କାଶ୍ମୀର ଉପତ୍ୟାକାରେ ଗତକାଲି ଆତଙ୍କବାଦୀମାନେ ଜଣେ ଗୋଲଗପା ଦଲାଲ୍‌ଙ୍କୁ ଗୁଳି କରି ହତ୍ୟା କରିବା ପରେ ଆଜି ଶ୍ରମିକଙ୍କୁ ହତ୍ୟା କରାଯାଇଛି ।
ସୁରକ୍ଷା ବ୍ୟବସ୍ଥା ପ୍ରତି ଏକ ବୃହତ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଘଟଣା ପଛରେ କୌଣସି କାଶ୍ମୀର ନାଗରିକଙ୍କ ସଂପୃକ୍ତି ନାହିଁ । କେବଳ କାଶ୍ମୀରବାସୀଙ୍କୁ ଅପମାନିତ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର ବୋଲି ନ୍ୟାସ୍‌ନାଲ କନ୍‌ଫରେନ୍ସର ଅଧ୍ୟକ୍ଷ ଫାରୁଖ୍‌ ଅବଦ୍ଦୁଲ୍ଲା ଆଜି କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ତିନି ଦିନ ବର୍ଷା ସମ୍ଭାବନା

ତିନି ଦିନ ବର୍ଷା ସମ୍ଭାବନା

Read More...

 ଲଖୀମପୁର ଗାଡ଼ି ଚଢ଼ାଇବା ମାମଲା:  ଆଜି ଚାଷୀ କରିବେ ରେଳରୋକ୍‌

ଲଖୀମପୁର ଗାଡ଼ି ଚଢ଼ାଇବା ମାମଲା: ଆଜି ଚାଷୀ କରିବେ ରେଳରୋକ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page