ମମିତା ହତ୍ୟା ମାମଲା: ପୋଲିସର ତନାଘନା ଜାରି

October 21, 2021, ଓଡ଼ିଶା, , Anupambharat News Bureau


ମମିତା ହତ୍ୟା ମାମଲା: ପୋଲିସର ତନାଘନା ଜାରି
Anupambharat News Bureau
October 21, 2021

ଭବାନୀପାଟଣା,୨୧ା୧୦(ଅନୁପମ ମିଡ଼ିଆ): ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ମାମଲାରେ ପୋଲିସର ତନାଘନା ଜାରି ରହିଛି । ଆଜି ପୁଣି ଷ୍ଟାଡିୟମରେ ପୋଲିସ ପହଞ୍ଚି ତଦନ୍ତ କରି ଫେରିଛନ୍ତି । ପ୍ରମାଣ ନଷ୍ଟ ଲାଗି ମୃତ ମମିତାଙ୍କ ମୋବାଇଲକୁ ପୋଡ଼ି ଦିଆଯାଇଥିବା ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ପ୍ରକାଶ କରିଛନ୍ତି ।
ଅନ୍ୟପକ୍ଷେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସନସାଇନ ପବ୍ଲିକ ସ୍କୁଲର ମାଲିକ ଗୋବିନ୍ଦ ସାହୁଙ୍କ ସହଯୋଗୀ କୁହାଯାଉଥିବା ତାଙ୍କ ଡ୍ରାଇଭର ଚଣ୍ଡୀକୁ ପୋଲିସ ଗିରଫ କରିଛି । ଏହାପରେ ଘଟଣାକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବା ଆଶା ରହିଛି । ଅନ୍ୟପକ୍ଷେ କର୍ତ୍ତବ୍ୟରେ ଅବହେଳା କରିଥିବା ଅଭିଯୋଗରେ କେଗାଁ ଥାନା ଅଧିକାରୀଙ୍କୁ କଳାହାଣ୍ଡି ଏସ୍‌ପି ଆଜି ଚାକିରିରୁ ନିଲମ୍ବିତ କରିଛନ୍ତି । ମମିତାଙ୍କ ହତ୍ୟା ଘଟଣାକୁ ନେଇ ଆଉ ଏକ ଖୁଲାସା ହୋଇଛି ଯେ, ତାଙ୍କୁ ହତ୍ୟା କରାଯିବା ପରେ ଶବକୁ ଖଣ୍ଡ ଖଣ୍ଡ କରି ପୋତିବା ପୂର୍ବରୁ ପୋଡ଼ା ଯାଇଥିଲା ।
ଅନ୍ୟପକ୍ଷେ ଆଜି ପୋଲିସ ଡିଆଇଜି ଓ କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଳାର ଦୁଇ ଏସ୍‌ପି ମହାଲିଙ୍ଗ ସନସାଇନ ସ୍କୁଲ ଷ୍ଟାଡିୟମକୁ ଆସି ତଦନ୍ତ କରିବା ସହ କଲେଜର ଛାତ୍ରୀଙ୍କ ହଷ୍ଟେଲକୁ ଯାଇ ଗୁପ୍ତ ତଦନ୍ତ କରିଥିଲେ । ଛାତ୍ରୀଙ୍କ ହଷ୍ଟେଲରୁ ତଦନ୍ତ କରି ଫେରିବା ସମୟରେ ପଚାରିବାରୁ ଯେହେତୁ ଏହି କ୍ରାଇମ୍‌ ହଷ୍ଟେଲ ସହିତ ଲିଙ୍କ ରହିଛି ଓ ତେଣୁ ଆମେ ତଦନ୍ତ କରୁଛୁ ଓ ଆମେ ଆପଣଙ୍କୁ ପ୍ରେସମିଟ ଜରିଆରେ ଜଣେଇ ଦେବୁ ବୋଲି ଡିଆଇଜି ପ୍ରକାଶ କରିଥିଲେ । ଘଟଣା ସ୍ଥାନରେ କିଛି ହାଡ ଓ ମମିତା ମେହେରଙ୍କ ମୋବାଇଲ୍‌ର କିଛି ଅଂଶ ମିଳି ଥିବାର ଜଣାପଡିଛି । ମହାଲିଙ୍ଗ ସନସାଇନ୍‌ ପବ୍ଲିକ ସ୍କୁଲ ଓ କଲେଜ ଭିତରକୁ ପ୍ରବେଶ କରି ଗୋଲାମୁଣ୍ଡା ବିଡିଓ ଓ ଗୋଲାମୁଣ୍ଡା ତହସିଲଦାର ସମସ୍ତ ଦସ୍ତାବିଜ ତଦନ୍ତ କରି ଜବତ କରିଥିବା ଜଣା ପଡିଛି । ତେବେ ସ୍ଥାନୀୟ ପ୍ରଶାସନ ଗତ ସନ୍ଧ୍ୟା ସମୟରେ କେମିତି ଓ କାହିଁକି ଗଲେ ଓ କଣ କଣ ତଦନ୍ତ କରି ଦସ୍ତାବିଜ ସବୁ ଜବତ କରିଛନ୍ତି ତାହା ସବୁ ପ୍ରଶ୍ନରେ ରହିଗଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତହସିଲଦାର ଓ ବିଡ଼ିଓଙ୍କୁ କିଏ ଓ କାହିଁକି ତଦନ୍ତ ନିର୍ଦ୍ଦେଶ ଦେଲେ ତାହା ଆଲୋଚନା ହେବା ସହ ଜୁଡିସିଆରୀ ତଦନ୍ତ ହେବା ଉଚିତ ହେବା ବୋଲି ଲୋକେ କହୁଛନ୍ତି । ସମସ୍ତ କଳାକାରନାମା ର ପ୍ରମାଣ କାଳେ ଲିଭେଇ ବାକୁ ଯାଇଥିବେ ବୋଲି ଚର୍ଚ୍ଚା ଜୋର ଧରିଛି । ଏ ନେଇ ବିଡିଓ ଓ ତହସିଲଦାର ଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ । ଅନ୍ୟପକ୍ଷେ ବହୁ ଅଭିଭାବକ ମାନେ କଲେଜକୁ ଆସି ଟିସି ନେଇଥିବାର ଚର୍ଚ୍ଚା ଜୋର୍‌ ଧରିଛି । ମମିତାଙ୍କୁ ଜୀବନରେ ମାରି ପୋତି ଦେଇଥିବା ସ୍ଥାନରେ ଧାରା ୧୪୪ ଜାରି କରି ପୋଲିସ୍‌ ଛାଉଣୀ କରିଛି । ଅନ୍ୟପକ୍ଷେ କଳାହାଣ୍ଡି ଜିଲ୍ଳା କେଗାଁ ଥାନାରେ ମମିତାଙ୍କ ନିଖୋଜ ନେଇ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ତେବେ ଥାନା ଆଇଆଇସି ଏହାକୁ ନରଖି ଓଲଟି ପରିବାରର ସଦସ୍ୟଙ୍କୁ ଗାଳି ଗୁଲଜ କରିଥିଲେ । ଏତେ ବଡ ଘଟଣା କେଗାଁ ଥାନା ଅଧିନ ମହାଲିଙ୍ଗ ରେ ଘଟି ଥିବାରୁ କେଗାଁ ଆଇଆଇସି କିଛି ବି ସୁରାଗ ବି ପାଇଲେ ନାହିଁ ଓ କେମିତି କୋଉ କାରଣରୁ ଅଭିଯୋଗକୁ ରଖିଲେ ନାହିଁ ପରିବାର ପକ୍ଷରୁ ପ୍ରକାଶ ପରେ କଳାହାଣ୍ଡି ଏସ୍‌ପି କେଗାଁ ଆଇଆଇସି ଡମୁ ପରଜାଙ୍କୁ ଆଜି ଚାକିରିରୁ ନିଳମ୍ବିତ କରିଛନ୍ତି ।
ରାଜ୍ୟ ବ୍ୟାପୀ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରୁଥିବା ବେଳ ଦୁର୍ନୀତି ବିରୋଧି ମହାସଂଘ କଳାହାଣ୍ଡି ତରଫରୁ ସିବିଆଇ ତଦନ୍ତ ସହିତ ଦୋଷୀ ମାନଙ୍କୁ ଫାଶୀ ଦଣ୍ଡ ଦାବି ପାଇଁ ଦାବି କରାଯାଇଛି ।
ମହାଲିଙ୍ଗ ସନସାଇନର ଅଧ୍ୟକ୍ଷ ସ୍ୱର୍ଗତ ମମିତା ମେହେରଙ୍କ ମର୍ଡର ଘଟଣାରେ ରାଜ୍ୟ ସରକାର ଯଦି ସ୍ୱଚ୍ଚ ଓ ନିର୍ମଳ ତେବେ ସିବିଆଇଙ୍କୁ ତଦନ୍ତ ଭାର ଦିଅ;ୁ ଓ ଏହି କେସରେ ଜଡିତ ଥିବା ସମସ୍ତଙ୍କୁ ଫାଶି ଦଣ୍ଡ ଦିଆଯାଉ ବୋଲି ଦୁର୍ନୀତି ବିରୋଧୀ ମହାସଂଘର ସଭାପତି ବିନ୍ଦୁ ମହାନନ୍ଦ ପ୍ରକାଶ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶହେ କୋଟି ଛୁଇଁଲା ଟିକା ଡୋଜ୍‌

ଶହେ କୋଟି ଛୁଇଁଲା ଟିକା ଡୋଜ୍‌

Read More...

ପଥର ବଦଳରେ କିଡ଼ନୀ କାଢି ଦେଲେ ଡାକ୍ତର:  ହସ୍ପିଟାଲ ଦେବ ୧୧ ଲକ୍ଷ କ୍ଷତିପୂରଣ

ପଥର ବଦଳରେ କିଡ଼ନୀ କାଢି ଦେଲେ ଡାକ୍ତର: ହସ୍ପିଟାଲ ଦେବ ୧୧ ଲକ୍ଷ କ୍ଷତିପୂରଣ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page