ଦିଆସିଲି ହେବ ଦୁଇ ଟଙ୍କା

October 23, 2021, ଦେଶ, , Anupambharat News Bureau


ଦିଆସିଲି ହେବ ଦୁଇ ଟଙ୍କା
Anupambharat News Bureau
October 23, 2021


ନୂଆଦିଲ୍ଲୀ,୨୩ା୧୦: ଭାରତବର୍ଷରେ କୌଣସି ଦ୍ରବ୍ୟ ଓ ସାମଗ୍ରୀର ଦରବୃଦ୍ଧି ଘଟଣା କିଛି ସାଧାରଣ ନୁହେଁ, ତେବେ ନିହାତି ଆବଶ୍ୟକ ଭାବରେ ବ୍ୟବହୃତ ଏକ ସାମଗ୍ରୀର ଦୀର୍ଘବର୍ଷ ପରେ ଦରବୃଦ୍ଧି କରାଯାଉଥିବା ଘଟଣା ଦୃଷ୍ଟି ଆକର୍ଷଣର କେନ୍ଦ୍ରକୁ ଆସିଛି । ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ଆବଶ୍ୟକ ହେଉଥିବା ପେଟ୍ରୋଲ, ଡିଜେଲ, ଗ୍ୟାସ ଦର ପରେ ଏବେ ମହଙ୍ଗା ପଡିଛି ଦିଆସିଲ ବାକ୍ସର ମୂଲ୍ୟ ବୃଦ୍ଧି । ଭାରତୀୟ ବଜାରରେ ପ୍ରାୟ ୧୪ ବର୍ଷ ପରେ ଦିଆସିଲର ଦର ବୃଦ୍ଧି ପାଇବ । ଆସନ୍ତା ମାସରୁ ଅର୍ଥାତ୍‌ ଡିସେମ୍ବରରୁ ଦିଆସିଲ ଗୋଟିଏ ବକ୍ସ ପିଛା ମୂଲ୍ୟ ୧ ଟଙ୍କା ବୃଦ୍ଧି ପାଇବ । ଏହି ବୃଦ୍ଧି ପରେ ଦିଆସିଲି ବକ୍ସର ମୂଲ୍ୟ ୨ ଟଙ୍କା ହେବ । ମୂଲ୍ୟ ବୃଦ୍ଧି ପାଇଁ ଅଲ୍‌ ଇଣ୍ଡିଆ ଚାମ୍ବର ଅଫ୍‌ ମ୍ୟାଚ୍‌ ନିଷ୍ପତ୍ତି ନେଇଛି । ତେବେ ବୈଠକରେ ୫ଟି ପ୍ରମୁଖ ମ୍ୟାଚ୍‌ ବକ୍ସ ଇଣ୍ଡଷ୍ଟ୍ରି ସଂସ୍ଥାର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଦିଆସିଲି ମୂଲ୍ୟ ବୃଦ୍ଧି କରିବାକୁ ସେମାନେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଛନ୍ତି । ଦିଆସିଲି ଉତ୍ପାଦନ କରିବା ପାଇଁ ମୁଖ୍ୟତଃ ଲାଲ ଫସଫରସ୍‌, ମହମ, ବକ୍ସ ବୋର୍ଡ ଇତ୍ୟାଦିର ଆବଶ୍ୟକ ପଡେ । ତେବେ ସମସ୍ତ କଞ୍ଚାମାଲର ମୂଲ୍ୟ ବୃଦ୍ଧି କାରଣରୁ ଦିଆସିଲିର ଦର ବୃଦ୍ଧି ହେବାକୁ ଯାଉଛି । ୨୦୦୭ ମସିହାରେ ଦିଆସିଲିର
ମୂଲ୍ୟ ବୃଦ୍ଧି କରାଯାଇ ଏହାର ଦର ମାତ୍ର ୫୦ ପଇସାକୁ ବୃଦ୍ଧି କରାଯାଇ ଦିଆସିଲି ବକ୍ସର ମୂଲ୍ୟ ୧ ଟଙ୍କା ରହିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏଥର ଟିଭି ଦେଖିଲେ  ୫୦% ଅଧିକ ଖର୍ଚ୍ଚ ହେବ

ଏଥର ଟିଭି ଦେଖିଲେ ୫୦% ଅଧିକ ଖର୍ଚ୍ଚ ହେବ

Read More...

ଟ୍ୱି-୨୦ ବିଶ୍ୱକପ୍‌ : ଆଜି ଭାରତ-ପାକ୍‌ ଲଢ଼େଇ

ଟ୍ୱି-୨୦ ବିଶ୍ୱକପ୍‌ : ଆଜି ଭାରତ-ପାକ୍‌ ଲଢ଼େଇ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page