ନଭେମ୍ବର ୧୬ରୁ ଘରୋଇ ବସ୍‌ ଚଳାଚଳ ବନ୍ଦ ଚେତାବନୀ

October 26, 2021, ଓଡ଼ିଶା, , Anupambharat News Bureau


ନଭେମ୍ବର ୧୬ରୁ ଘରୋଇ ବସ୍‌ ଚଳାଚଳ ବନ୍ଦ ଚେତାବନୀ
Anupambharat News Bureau
October 26, 2021


ଭୁବନେଶ୍ୱର, ୨୬ା୧୦(ଅନୁପମ ମିଡ଼ିଆ): ରାଜ୍ୟରେ ଘରୋଇ ବସ୍‌ କ୍ଷତିରେ ଚାଲୁଛି । ତୈଳ ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକ ଅସ୍ତବ୍ୟସ୍ତ । ତେଲ ଦର କମ୍‌ କରିବା ପାଇଁ ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ଦାବି କରାଯାଇଛି । ଏଥିପାଇଁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ସରକାରଙ୍କୁ ମହଲତ ଦିଆଯାଇଛି । ଏହା ମଧ୍ୟରେ ତେଲ ଦର ନ କମିଲେ ନଭେମ୍ବର ୧୬ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିବ ବୋଲି ରାଜ୍ୟ ଘରୋଇ ବସ୍‌ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି । ଆଜି ରାଜ୍ୟ ଘରୋଇ ବସ୍‌ ସଂଘ ପକ୍ଷରୁ ସାଧାରଣ ପରିଷଦ ବୈଠକ ବସିଥିଲା । ବୈଠକ ପରେ ଏପରି ଚେତାବନୀ ଦିଆଯାଇଛି । ସେ କହିଛନ୍ତି, ତେଲ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଜିନିଷର ଦାମ୍‌ ବୃଦ୍ଧି ଯୋଗୁ ବସ୍‌ ଗୁଡ଼ିକ କ୍ଷତିରେ ଚାଲିଛି । ଏଥିପାଇଁ ସରକାରଙ୍କ ସହଯୋଗ ଦରକାର ରହିଛି । ସରକାର ତେଲ ଦାମ୍‌ କମ୍‌ କରିବା ସହ ଟ୍ୟାକ୍ସ କମ୍‌ କର;ୁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରତିଷ୍ଠା ହେବ ଶିଶୁ ଅନୁକୂଳ ପୋଲିସ ଥାନା

ପ୍ରତିଷ୍ଠା ହେବ ଶିଶୁ ଅନୁକୂଳ ପୋଲିସ ଥାନା

Read More...

ଗୁଳିମାଡ଼ରେ ୨୫ ପୋଲିସ କର୍ମୀ ଆହତ

ଗୁଳିମାଡ଼ରେ ୨୫ ପୋଲିସ କର୍ମୀ ଆହତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page