ନଭେମ୍ବର ଗାଇଡ୍‌ଲାଇନ୍‌ : ସହରାଞ୍ଚଳରେ ନାଇଟ କର୍ଫୁ୍ୟ ଜାରି

October 31, 2021, ଓଡ଼ିଶା, , Anupambharat News Bureau


ନଭେମ୍ବର ଗାଇଡ୍‌ଲାଇନ୍‌ : ସହରାଞ୍ଚଳରେ ନାଇଟ କର୍ଫୁ୍ୟ ଜାରି
Anupambharat News Bureau
October 31, 2021


ଭୁବନେଶ୍ୱର, ୩୧ା୧୦(ଅନୁପମ ମିଡ଼ିଆ): ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ରିଲିଫ କମିଶନର ନଭେମ୍ବର ମାସ ଲାଗି କୋଭିଡ୍‌ ଗାଇଡଲାଇନ୍‌ ଜାରି କରିଛନ୍ତି । ଗାଇଡ୍‌ଲାଇନ୍‌ ଅନୁସାରେ ସରକାର ପୂର୍ବପରି କଣ୍ଟେନମେଣ୍ଟ ଜୋନ୍‌ ଗୁଡ଼ିକରେ ଲକଡାଉନ୍‌ ବଳବତ୍ତର ରହିବ । ପୂର୍ବ ଭଳି ରାଜ୍ୟରକୌଣସି ସହରରେ ସପ୍ତାହାନ୍ତ ସଟଡାଉନ ଲାଗୁ ହେବ ନାହିଁ । ସହରାଞ୍ଚଳରେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫୁ୍ୟ ଲାଗୁ ହେବ । ତେବେ ନାଇଟ କର୍ଫୁ୍ୟ ସମୟରେ ଜରୁରୀ ସେବା ଜାରି ରହିବ । ତେବେ ଆଗକୁ ଦୀପାବଳି ଥିବା ବେଳେ ବାଣ ବିକ୍ରି ଏବଂ ବ୍ୟବହାରକୁ ନେଇ ପରେ ଗାଇଡଲାଇନ ଜାରି କରାଯିବ ବୋଲି କୁହାଯାଇଛି ।
କଣ୍ଟେନମେଣ୍ଟ ଜୋନ୍‌ରେ ଏହି ନିଷେଧାଦେଶ ଆସନ୍ତା ନଭେମ୍ବର ୩୦ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ଏବଂ କୋଭିଡ୍‌ -୧୯ ସଂକ୍ରମଣ ଶୃଙ୍ଖଳାକୁ ଫଳପ୍ରଦ ଭାବରେ ଭାଙ୍ଗିବା ଉଦ୍ଦେଶ୍ୟରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସମସ୍ତ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରାଯିବ । କେବଳ ମାତ୍ର ଜରୁରୀ କାର୍ଯ୍ୟକଳାପ ପାଇଁ ଅନୁମତି ମିଳିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୀପାବଳୀ ପରେ ଖୋଲିପାରେ ପ୍ରଥମରୁ ସପ୍ତମ ସ୍କୁଲ

ଦୀପାବଳୀ ପରେ ଖୋଲିପାରେ ପ୍ରଥମରୁ ସପ୍ତମ ସ୍କୁଲ

Read More...

ଦରଦାମ ବୃଦ୍ଧି ପ୍ରତିବାଦ:  ବିଜେଡିର ଆଜି ଧାରଣା

ଦରଦାମ ବୃଦ୍ଧି ପ୍ରତିବାଦ: ବିଜେଡିର ଆଜି ଧାରଣା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page