ମାଲକାନଗିରି,୩୧ା୧୦ (ଅନୁପମ ମିଡ଼ିଆ): ବିଲ୍ ପୈଠ ସତ୍ତେ୍ୱର୍ କାଟିଲା ବିଦୁ୍ୟତ ସଂଯୋଗ । ଫଳରେ ଘରେ ଥିବା ରୋଗୀଣା ବୃଦ୍ଧା ମା’ ଗରମରେ ଅସବ୍ୟସ୍ତ ହୋଇ ଛଟପଟ ହେବାରୁ ପ୍ରତିବାଦ ସରୂପ ପୁଅ ଟ୍ରଲିେ ଶୁଆଇ ଜିଲ୍ଲାପାଳଙ୍କ ନିକଟକୁ ନେବା ଦୃଶ୍ୟ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି । ତେବେ ରାସ୍ତାରେ ପ୍ରଶାସନ ତାକୁ ଅଟକାଇ ଆମ୍ବୁଲାନ୍ସ ଯୋଗେ ଜବରଦସ୍ତି ଡାକ୍ତରଖାନାରେ ଭର୍ତ୍ତି କରିଛି । ଏପରି ଏକ ହୃଦୟ ବିଦାରକ ଘଟଣା ମାଲକାନଗିରି ଜିଲ୍ଲାର ଏମ୍ଭି ୪୧ ଗ୍ରାମରେ ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ ମାଲକାନଗିରି ଜିଲ୍ଲା ଏମ୍ଭି ୪୧ ଗ୍ରାମର ଦିପକ ଦେ ନାମକ ଚାଷୀଙ୍କ ବିଜୁଳି ବିଲ୍ ୬୦୦ ଟଙ୍କା ଆସିଥିବା ବେଳେ ସେ ୭୦୦ ଟଙ୍କା ଏକ ସପ୍ତାହ ପୂର୍ବରୁ ପୈଠ କରିଥିଲୋ ତାଙ୍କର ଚାଷ ଜମିରେ ଉଠା ଜଳସେଚନ ପମ୍ପ ଚାଲୁ ବାବଦରେ ବିଜୁଳି ବିଲ୍ ଦୁଇଟି କିସ୍ତିରେ ୨୯ ହଜାର ଟଙ୍କା ପୈଠ କରିଥିବା ବେଳେ ତାଙ୍କର ଆଉ ୭ ହଜାର ଟଙ୍କା ବକେୟା ଥିବା ଟାଟା କମ୍ପାନୀ କର୍ମଚାରୀମାନେ କହିଥିଲେ । କିନ୍ତୁ ଦିପକ ତାଙ୍କର ସମସ୍ତ ଅର୍ଥ ବାନ୍ଧି ଦେଇଥିବାର କାଗଜପତ୍ର ଦେଖାଇଥିବା ସତ୍ତେ୍ୱ କର୍ମଚାରୀ ମାନେ ତାଙ୍କର ଘର ଏବଂ ଜମିରେ ଥିବା ପମ୍ପର ଲାଇନକୁ କାଟି ଦେଇଥିଲେ । ଦିପକଙ୍କ କହିବା ଅନୁଯାୟୀ ସେ ସମ୍ପୂର୍ଣ ବିଲ୍ ପୈଠ କରିଥିବା ବେଳେ ତାଙ୍କର ୧୦୦ ବର୍ଷର ବୃଦ୍ଧା ମା’ ଲମତାପୁଟ ଡାକ୍ତର ଖାନାରେ ଚିକିତ୍ସା କରାଇବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଘରକୁ ଆଣି ତାଙ୍କୁ ଔଷଧ ଦେଉଥିଲେ । ଏଥିସହ ମା’ଙ୍କ ଶରୀର ସୁସ୍ଥ ପାଇଁ ଥଣ୍ଡା ପରିବେଶ, ଫ୍ୟାନ୍, କୁଲର, ଅକ୍ସିଜେନ, ଗ୍ୟାସ୍ ଇତ୍ୟାଦି ଦେଇ ରଖିବାକୁ ପଡିବ କାରଣ ତାଙ୍କୁ ହୃଦ୍ ରୋଗ ଅଛି । କିନ୍ତୁ ବିଲ୍ ପୈଠ ପରେ ମା’ର ଔଷଧ ଖାଇବା ଅସହ୍ୟ ଗରମରେ ମା’ର ଜୀବନ ପ୍ରତି ବିପଦ ଥିବାରୁ ମୁଁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ପ୍ରତାପ କେଶରୀ ନାୟକଙ୍କୁ ଜଣାଇଥିଲେ ମଧ୍ୟ ମୋ ଅଭିଯୋଗକୁ ଖାତିର କରି ନଥିଲେ । ମା’ ଘରେ ମୃତୁ୍ୟବରଣ କରିବା ଅପେକ୍ଷା ଟାଟା କମ୍ପାନୀର ଅବହେଳା ଯୋଗୁଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଡିରହୁ ଏବଂ ମୁଁ ମଧ୍ୟ ସେଠାରେ ବିଷ ପିଇ ଆତ୍ମହତ୍ୟା କରିବି ବୋଲି କହି ଆଜି ଏକ ଟ୍ରଲିରେ ମୋଟୁ ମାଲକାନଗିରି ରାଜରାସ୍ତାରେ ନିଜ ଗ୍ରାମ ଏମ୍.ଭି. ୪୧ରୁ ଦୀର୍ଘ ୨୨ କିଲୋମିଟର ମାଲକାନଗିରି ସଦର ମହକୁମାକୁ ଆସୁଥିଲେ । ତେବେ ଏ ସମ୍ବନ୍ଧରେ ଖବର ପାଇ ମାଲକାନଗିରି ଥାନା ଅଧିକାରୀ ରାମ ପ୍ରସାଦ ନାଗ, ବିଡିଓ ଅଜୟ କୁମାର ପ୍ରଧାନ, ଟାଟା କମ୍ପାନୀ ନିର୍ବାହୀ ଅଧିକାରୀ ପ୍ରତାପ କେଶରୀ ନାୟକଙ୍କ ସହ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ମାନେ ରାଜରାସ୍ତାରେ ପହଞ୍ଚି ପିଦକଙ୍କୁ ବହୁ ବୁଝାସୁଝା କରିବା ସତ୍ତେ୍ୱ ଦିପକ କାହାରି କଥା ନ ଶୁଣି ନିଜ ଜିଦ୍ରେ ଅଟଳ ରହିଥିଲେ । ପୋଲିସ, ଟାଟା କମ୍ପାନୀ କର୍ମଚାରୀ ଆମ୍ବୁଲାନ୍ସ ମଗାଇ ବୃଦ୍ଧାଙ୍କୁ ଜବରଦସ୍ତି ନେଇ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏଥିସହ ଏ ସମ୍ବନ୍ଧରେ ଟାଟା କମ୍ପାନୀ ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି ଯେ, ଯେହେତୁ ତାଙ୍କର ପମ୍ପ ଲାଇନର ବକେୟା ବାକି ଥିଲା, ଫଳରେ ତାଙ୍କ ପମ୍ପ ଲାଇନ ସହ ଘରର ଲାଇନ ଯୋଡିତ ହୋଇଥିବାରୁ ପମ୍ପ ଲାଇନ କାଟିବାରୁ ଘରର ଲାଇନ କଟିଯାଇଥିଲା । ପରବର୍ତ୍ତୀ ସମୟରେ ଏ ବିଷୟରେ
ଜାଣି ଆମ କର୍ମଚାରୀମାନେ ଲାଇନ ଦେବାକୁ ଦୁଇ ଚାରି ଥର ଯାଇଛନ୍ତି କିନ୍ତୁ ଦିପକ କର୍ମଚାରୀଙ୍କୁ ଲାଇନ ସଂଯୋଗ କରିବାକୁ ରୋକଠୋକ୍ ମନା କରିଦେଇଥିଲେ । ତେବେ ଏହି ଘଟଣା ଆଜି ଚର୍ଚ୍ଚାର ବିଷୟ ରହିଥିଲା ।