ହୃଦଘାତରେ ପଶ୍ଚିମବଙ୍ଗ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କ ଦେହାନ୍ତ

November 05, 2021, ଦେଶ, , Anupambharat News Bureau


ହୃଦଘାତରେ ପଶ୍ଚିମବଙ୍ଗ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କ ଦେହାନ୍ତ
Anupambharat News Bureau
November 05, 2021


କୋଲକାତା: ପଶ୍ଚିମବଙ୍ଗ ମନ୍ତ୍ରୀ ତଥା ଟିଏମ୍‌ସିର ବରିଷ୍ଠ ନେତା ସୁବ୍ରତ ମୁଖାର୍ଜୀଙ୍କ ପରଲୋକ । ଗୁରୁବାର ରାତିରେ ହୃଦଘାତରେ ତାଙ୍କର ମୃତୁ୍ୟ ହୋଇଛି । ମୃତୁ୍ୟ ବେଳକୁ ସୁବ୍ରତଙ୍କୁ ୭୫ ବର୍ଷ ହୋଇଥିଲା ।
ଗତ ଅକେଫାବର ମାସରେ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କୁ ହାର୍ଟଆଟାକ୍‌ ଆସିଥିଲା । ଏହାପରେ ତାଙ୍କୁ ଏସ୍‌ଏସ୍‌କେଏମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ସପ୍ତାହରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ମଧ୍ୟ କରାଯାଇଥିଲା । ହେଲେ ଗତକାଲି (ଗୁରୁବାର) ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି । ଏନେଇ ଗଭୀର ଦୁଃଖପ୍ରକାଶ କରିବା ସହ ସୁବ୍ରତଙ୍କ ନିଧନ ବହୁତ ବଡ କ୍ଷତି ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେପଟେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ସୁବ୍ରତ ମୁଖାର୍ଜୀଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ଟିଏମ୍‌ସିରେ ଯୋଗ ଦେବା ପୂର୍ବରୁ ସୁବ୍ରତ ମୁଖାର୍ଜୀ କୋଲକାତା ମୁନିସପାଲ କର୍ପୋରେସନର ପ୍ରଥମ ମେୟର ଥିଲେ । ଇନ୍ଦିରାଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ସହ ତାଙ୍କର ନିବିଡ ସମ୍ପର୍କ ଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବୈଜ୍ଞାନିକଙ୍କ ଚେତାବନୀ- ଏହି ଶତାବ୍ଦୀ ଶେଷରେ ଆସିବ ‘ପ୍ରଳୟ’ !

ବୈଜ୍ଞାନିକଙ୍କ ଚେତାବନୀ- ଏହି ଶତାବ୍ଦୀ ଶେଷରେ ଆସିବ ‘ପ୍ରଳୟ’ !

Read More...

କରୋନା ମୁକାବିଲା ବିଶ୍ୱର ପ୍ରଥମ ବଟିକା ‘ମୋଲନୁପିରାଭିର’

କରୋନା ମୁକାବିଲା ବିଶ୍ୱର ପ୍ରଥମ ବଟିକା ‘ମୋଲନୁପିରାଭିର’

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page