ଗୋଷ୍ଠୀ ସଂଘର୍ଷରୁ ବୋମାମାଡ

November 07, 2021, ଓଡ଼ିଶା, , Anupambharat News Bureau


ଗୋଷ୍ଠୀ ସଂଘର୍ଷରୁ ବୋମାମାଡ
Anupambharat News Bureau
November 07, 2021


ପୁରୀ, ୭ା୧୧(ଅନୁପମ ମିଡ଼ିଆ): ସରକାରୀ ଜମି ଜବର ଦଖଲକୁ କେନ୍ଦ୍ରକରି ବ୍ରହ୍ମଗିରି ଥାନା ଅନ୍ତର୍ଗତ ନାଥପୁରଗ୍ରାମରେ ସ୍ଥାନୀୟ ଅଧିବାସୀ ଓ ଅସ୍ଥାୟୀଭାବେ ରହୁଥିବାଲୋକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷରୁ ବୋମା ଓ ଗୁଳିମାଡ଼ ହୋଇଛି । ଗୁଳିମାଡ଼ରେ ରୂପକ ଭୋଇ ନାମକ ଜଣେ ଯୁବକ ଗୁରୁତର ହୋଇଛନ୍ତି ।
ରୂପକଙ୍କୁୁ ଚିକିତ୍ସା ନିମନ୍ତେ ପୁରୀସଦର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
ବୋମାମାଡ଼ ଯୋଗୁ ବହୁଘର ଜଳିଯିବା ସହିତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣଥିବାରୁ ଗାଁରେ ୩ ପ୍ଲାଟୁନ୍‌ ସଶସ୍ତ୍ର ଫୋର୍ସ ମୁତୟନ କରାଯାଇଛି । ଅତିରିକ୍ତ ଏସ୍‌ପି,ସଦରଏସ୍‌ଡ଼ିପିଓ ,ବ୍ରହ୍ମଗିରିର ଅତିରିକ୍ତ ତହସିଲଦାର ଓ ବ୍ରହ୍ମଗିରି ଥାନାଆଇଆଇସି ପ୍ରମୁଖ ଘଟଣା ସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ଗତବର୍ଷ ମାର୍ଚ୍ଚ ମାସ ଠାରୁ ବ୍ରହ୍ମପୁର ଗାଁର ୪୦ରୁ ଊର୍ଦ୍ଧ୍ୱ ହରଜନ ଲୋକ ଗାଁରୁ ବାସନ୍ଦ ହୋଇ ସାତପଡ଼ା ନାଥପୁର ଚାକ୍ରେ ଠାରେ ଅସ୍ଥାୟୀଭାବେ ରହୁଥିଲେ । ସେମାନେ ସରକାରୀ ଜମିକୁ ଜବର ଦଖଲ କରି ଘର ତିଆରି କରିବାକୁ ପ୍ରସ୍ତୁତ ହେଉଥିବାବେଳେ ସାତପଡା ଅଞ୍ଚଳର ୩୫ ମୌଜାର ଲୋକମାନେ ତାହାକୁ ବିରୋଧ କରିଥିଲେ । ସେହି ସମୟରେ ସାତପଡ଼ା ଫାଣ୍ଡିରେ ବ୍ରହ୍ମଗିର ତହସିଲଦାର ଓ ୩୫ ମୌଜାରଲୋକଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଥିଲା । କରୋନା ସମୟ ଥିବାରୁ ସେମାନଙ୍କୁ ସେହିସ୍ଥାନରେ ଅସ୍ଥାୟୀ ଭାବେ ରହିବାକୁ କୁହାଯାଇଥିଲା ।
ବାସନ୍ଦ ହୋଇ ଅସ୍ଥାୟୀଭାବେ ରହୁଥିବା ଲୋକମାନେ ସେହି ଚୁକ୍ତିକୁ ମଧ୍ୟ ଗ୍ରହଣ କରିଥିଲେ । ପରେ ଅସ୍ଥାୟୀଭାବେ ରହୁଥିବା ଲୋକମାନେ ସେହିସ୍ଥାନରେ ସ୍ଥାୟୀ ଘର ନିର୍ମାଣ କରିବାରୁ ତାହାକୁ ୩୫ ମୌଜାରଲୋକେ ବିରୋଧ କରିବାରୁ ସେମାନେ ଗାଳି ଗୁଳଜ କରିବା ସହିତ ଧମକ ଦେଇଥିଲେ ।
ଏଥିଲାଗି ଆଜି ୩୫ ମୌଜାର ବୈଠକକୁ ସେମାନଙ୍କୁ ଡ଼କାଯାଇଥିଲା । ସେମାନେ ବୈଠକକୁ ନ ଆସି ଡ଼ାକିବାକୁ ଯାଇଥିବା ଲୋକଙ୍କୁ ମାଡ଼ମାରିବାରୁ ପରିସ୍ଥିତି ଉଗ୍ର ରୂପ ନେବା ସହିତ ଗୋଷ୍ଠୀ ସଂଘର୍ଷର ସୂତ୍ରପାତ ହୋଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆପତ୍ତିଜନକ ପୋଷ୍ଟ : ୬୮ ଆକାଉଣ୍ଟ ହଟାଇବ ଟ୍ୱିଟର

ଆପତ୍ତିଜନକ ପୋଷ୍ଟ : ୬୮ ଆକାଉଣ୍ଟ ହଟାଇବ ଟ୍ୱିଟର

Read More...

ବୈଜ୍ଞାନିକଙ୍କ ଚେତାବନୀ- ଏହି ଶତାବ୍ଦୀ ଶେଷରେ ଆସିବ ‘ପ୍ରଳୟ’ !

ବୈଜ୍ଞାନିକଙ୍କ ଚେତାବନୀ- ଏହି ଶତାବ୍ଦୀ ଶେଷରେ ଆସିବ ‘ପ୍ରଳୟ’ !

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page