ତିନି କାରଣରୁ ପ୍ରଭାବିତ ହେବ ପୁଞ୍ଜିବଜାର

November 07, 2021, ଶିଳ୍ପ ବାଣିଜ୍ୟ, , Anupambharat News Bureau


 ତିନି କାରଣରୁ ପ୍ରଭାବିତ ହେବ ପୁଞ୍ଜିବଜାର
Anupambharat News Bureau
November 07, 2021


ମୁମ୍ବାଇ:ଚଳିତ ସପ୍ତାହରେ ପୁଞ୍ଜି ବଜାର ମୁଖ୍ୟତଃ ତିନିଟି କାରଣ ପାଇଁ ପ୍ରଭାବିତ ହେବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି । ସେହି ତିନି କାରଣ ହେଲା ବିଶ୍ୱବଜାର ସ୍ଥିତି, ବିଭିନ୍ନ କମ୍ପାନୀଙ୍କ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତୈୟମାସର ସ୍ଥିତି ଓ ଘରୋଇ ମେକ୍ରୋ ଅର୍ଥନୀତି ତଥ୍ୟ । ଗତ ସପ୍ତାହରେ ଏହି କାରଣ ମଧ୍ୟ ପ୍ରଭାବ ସୃଷ୍ଟି କରିଥିଲା । ବିଦେଶୀ ସାଙ୍ଗଠନିକ ପୁଞ୍ଜିନିବେଶକାରୀ(ଏଫଆଇଆଇ)ଙ୍କ ଆଚରଣ ଆମେରିକା ଓ ଚୀନରେ ମୁଦ୍ରାସ୍ପିତି ସ୍ଥିତି ନେଇ ପ୍ରଭାବିତ ହୋଇଥିଲା । ଏହି କାରଣରୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ଅସ୍ଥିରତା ପରିଲକ୍ଷିତ ହେବା ସହ ସୂଚକାଙ୍କ ୬୦ ତଳକୁ ଖସି ଆସିଥିଲା । ଚଳିତ ସପ୍ତାହରେ ପୁଞ୍ଜିବଜାରରେ ସତ୍କାରତ୍ମକ ମନୋଭାବ ପ୍ରକାଶ ପାଇବା ସମ୍ଭାବନା ରହିଛି । ପୁଞ୍ଜି ଲଗାଣ ବିଶେଷଜ୍ଞ ସନ୍ତୋଷ ମୀନା କହିଛନ୍ତି ।
ଆମେରିକୀୟ ମୁଦ୍ରାସ୍ପିତିର ପ୍ରଭାବ ସଂକ୍ରାନ୍ତ ରିପୋର୍ଟଆସନ୍ତା ୧୦ ତାରିଖରେ ପ୍ରକାଶ ପାଇବା ସମ୍ଭାବନା ରହିଛି । ଏହା ବିଶ୍ୱ ବଜାରରେ ପ୍ରଭାବ ସୃଷ୍ଟି କରିବା ସମ୍ଭାବନା ରହିଥିବା ବେଳେ ସେହି ଦିନ ଚୀନ ମଧ୍ୟ ଦେଶର ମୁଦ୍ରାସ୍ପିତି ହାର ଘୋଷଣା କରିବା ସମ୍ଭାବନା ରହିଛି ।
ଘରୋଇ କାରଣ ସମ୍ପର୍କରେ କୁହାଯାଇଛି ଯେ ଆସନ୍ତା ୧୨ ତାରିଖରେ ଆଇଆଇପି ପ୍ରକାଶ ପାଇବା ସମ୍ଭାବନା ରହିଛି । ଏଥିସହ ବିଭିନ୍ନ କମ୍ପାନୀ ସେମାନଙ୍କ ଆୟବ୍ୟୟ ଓ ଲାଭାଂଶ ପରିମାଣ ଘୋଷଣା କରିବା ସମ୍ଭାବନା ରହିଥିବାରୁ ତାହା ପୁଞ୍ଜିବଜାରକୁ ପ୍ରଭାବିତ କରିବା ସମ୍ଭାବନା ରହିଛି । ଚଳିତ ସପ୍ତାହରେ ମେକ୍ରୋଇକନମି ଡେଟା ଗୁରୁତ୍ୱପୂର୍ଣ୍ଣ ରହିଛି । ଆଇଆଇପି ଓ ସିପିଆଇ ମୁଦ୍ରାସ୍ପିତି ହାର ଆସନ୍ତା ୧୨ ତାରିରେ ପ୍ରକାଶ କରିବା ସମ୍ଭାବନା ରହିଥିବା ବେଳେ ପୁଞ୍ଜିନିବେଶକାରୀ ଉତ୍ସାହିତ ହେବା ସମ୍ଭାବନା ରହିଛି ।
ଏହି ସପ୍ତାହରେ ପୁଞ୍ଜିବଜାର ସକ୍ରିୟ ରହିବ ବୋଲି କୁହାଯାଇଛି । କେତେକ ବୃହତ କମ୍ପାନୀ ଯଥା ଭେଲ,ଆଇଜିଏଲ, ମହିନ୍ଦ୍ରା ଓ ମହିନ୍ଦ୍ରା, ଓଏନଜିସି ଓ ଟାଟା ଷ୍ଟିଲ ସହ ଆଇ କେତେକ କମ୍ପାନୀ ସେମାନଙ୍କ ଅଭିବୃଦ୍ଧି ଓ ଲାଭ ସମ୍ପର୍କରେ ଚଳିତ ସପ୍ତାହରେ ପ୍ରକାଶ କରିବା ସମ୍ଭାବନାରହିଛି । ଗତସପ୍ତାହରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କରେ ୭୬୦.୬୯ ପଏଣ୍ଟ ବା ୧.୨୮ ପ୍ରତିଶତ ଲାଭ ବାନ ହୋଇଥିବା ଜଣାଯାଇଛି । ଦୀପାବଳୀ ଦିନ ଏକ ଘଣ୍ଟା ପାଇଁ ଏକ ସ୍ୱତନ୍ତ୍ର ଟ୍ରେଡିଂ ସେସନ ହୋଇ୍‌ଥିଲା । ଏହି ଦିନ ହିନ୍ଦୁ କ୍ୟାଲେଣ୍ଡରର ଅୟାରମ୍ଭ ଦିନ ବୋଲି କୁହାଯାଉଥିବା ଯୋଗୁଁ ସ୍ୱତନ୍ତ୍ର ବାଣିଜ୍ୟ ଦିବସ ପାଳନ କରାଯାଇଥିଲା ।
ଆମେରିକା ଓ ଚୀନର ମୁଦ୍ରାସ୍ପିତି ଛବି ବିଶ୍ୱ ବଜାରକୁ ପ୍ରଭାବିତ କରିବା ସମ୍ଭାବନା ରହିଛି । ଯେତେଦିନ ପର୍ଯ୍ୟନ୍ତ ମୁଦ୍ରସ୍ପିତି ଉଦବେଗ ସୃଷ୍ଟି କରିବା ସ୍ଥିତିରେ ରହିଛି ସେ ପର୍ଯ୍ୟନ୍ତ ପୁଞ୍ଜିନିବେଶକାରୀ ପୁଞ୍ଜିବଜାର ଉପରେ ସଜାଗ ଦୃଷ୍ଟି ରଖିବେ ବୋଲି ସେମକୋ ସିକୁ୍ୟରିଟିର ବିଶେଷଜ୍ଞ ୟେସା ସାହା କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଉତ୍ପାଦ ଶୁÂ ହ୍ରାସ ପରେ ପେଟ୍ରୋଲ, ଡିଜେଲ ମୂଲ୍ୟ ସ୍ଥିର

ଉତ୍ପାଦ ଶୁÂ ହ୍ରାସ ପରେ ପେଟ୍ରୋଲ, ଡିଜେଲ ମୂଲ୍ୟ ସ୍ଥିର

Read More...

କୁକୁର-ବିଲେଇଙ୍କ ଶରୀରରେ ଆଲଫା ଭାରିଆଣ୍ଟ ଚିହ୍ନଟ

କୁକୁର-ବିଲେଇଙ୍କ ଶରୀରରେ ଆଲଫା ଭାରିଆଣ୍ଟ ଚିହ୍ନଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page