ରାଜ୍ୟରେ ପୁଣି ବଢ଼ିଲା ସଂକ୍ରମଣ

November 07, 2021, ଓଡ଼ିଶା, , Anupambharat News Bureau


ରାଜ୍ୟରେ ପୁଣି ବଢ଼ିଲା ସଂକ୍ରମଣ
Anupambharat News Bureau
November 07, 2021


ଭୁବନେଶ୍ୱର, ୭ା୧୧(ଅନୁପମ ମିଡ଼ିଆ): ­ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଗୋଟିଏ ଦିନରେ ୩୧୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୩୧୫୧କୁ ବୃଦ୍ଧି ପାଇଛି । ସେହିପରି ୧୮ ବର୍ଷରୁ କମ ୫୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ୩୧୮ ଜଣଙ୍କ ମଧ୍ୟରୁ ୧୮୬ ଜଣ ସଙ୍ଗରୋଧରୁ ହୋଇଥିବା ବେଳେ ୧୩୨ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଚିହ୍ନଟ କୋରୋନା ଆକ୍ରାନ୍ତ ମାନେ ମୋଟ ୨୪ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଅନୁସାରେ ଖୋର୍ଦ୍ଧାରୁ ସବୁଠାରୁ ଅଧିକ ୧୩୯ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ଦୁଇ, ବାଲେଶ୍ୱରରୁ ୧୪ ଜଣ ସଂକ୍ରମିତ ଚିହ୍ନଟ ବେଳେ ବରଗଡ଼ରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ଭଦ୍ରକରୁ ଛ’ , ବଲାଙ୍ଗୀରରୁ ତିନି , କଟକରୁ ୩୧, ଦେବଗଡ ଜିଲ୍ଲାରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଢେଙ୍କାନାଳ ଜିଲ୍ଲାରେ ଜଣେ, ଗଜପତି ଜିଲ୍ଲାରେ ଦୁଇ, ଗଞ୍ଜାମ ଜିଲ୍ଲାରୁ ଚାରି, ଜଗତସିଂହପୁର ଜିଲ୍ଲାରୁ ସାତ, ଯାଜପୁରରୁ ଆଠ, ଝାରସୁଗୁଡ଼ା ଜିଲ୍ଲାରୁ ଦୁଇ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡି ଜିଲ୍ଲାରୁ ଜଣେ ସଂକ୍ରମିତ ଚିହ୍ନଟ ବେଳେ କେନ୍ଦ୍ରାପଡ଼ାରୁ ଛ’, କେନ୍ଦୁଝରରୁ ଦୁଇ, କୋରାପୁଟରୁ ପାଞ୍ଚ , ମାଲକାନଗିରି ଜିଲ୍ଲାରୁ ଚାରି , ମୟୂରଭଞ୍ଜରୁ ଚାରି, ପୁରୀରୁ ନ’, ରାୟଗଡ଼ାରୁ ଦୁଇ ,ସମ୍ବଲପୁରରୁ ୨୧ ଜଣ ଚିହ୍ନଟ ହୋଇଥିବା ବେଳେ ସୋନପୁରରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି ।
ସୁନ୍ଦରଗଡ଼ରୁ ୧୦ ଜଣ ଓ ଷ୍ଟେଟ୍‌ ପୁଲରୁ ୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷେ ରାଜ୍ୟରେ କରୋନାରେ ଆଉ ତିନି ଜଣ ରୋଗୀଙ୍କର ମୃତୁ୍ୟ ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହା ସହ ରାଜ୍ୟରେ କରୋନା କାରଣରୁ ମୃତୁ୍ୟ ସଂଖ୍ୟା ବଢି ୮୩୫୭ ହୋଇଛି । ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ସଂକ୍ରମିତଙ୍କ ମୃତୁ୍ୟବରଣ କରିଛନ୍ତି





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭିଜିଲାନ୍ସ ଜାଲ୍‌ରେ ଓପିଏଚଡବ୍ଲୁସି ଅଧିକାରୀ

ଭିଜିଲାନ୍ସ ଜାଲ୍‌ରେ ଓପିଏଚଡବ୍ଲୁସି ଅଧିକାରୀ

Read More...

 ଚାନେଲ ଦର ବୃଦ୍ଧି ସପକ୍ଷରେ ବ୍ରଡକାଷ୍ଟର, ନିଷ୍ପତ୍ତି ନେବେ ସୁପ୍ରୀମକୋର୍ଟ

ଚାନେଲ ଦର ବୃଦ୍ଧି ସପକ୍ଷରେ ବ୍ରଡକାଷ୍ଟର, ନିଷ୍ପତ୍ତି ନେବେ ସୁପ୍ରୀମକୋର୍ଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page