ବାହା ହେଲେ ନୋବେଲ ବିଜେତା ମଲାଲା

November 10, 2021, ବିଦେଶ, , Anupambharat News Bureau


 ବାହା ହେଲେ ନୋବେଲ ବିଜେତା ମଲାଲା
Anupambharat News Bureau
November 10, 2021


ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେଲେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲ ୟୁସୁଫଜାଇ । ୨୪ ବର୍ଷ ବୟସରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ମଲାଲା । ବିବାହ ନେଇ ମଲାଲା ନିଜେ ଟୁଇଟ କରି ସୂଚନା ଦେଇଛନ୍ତି ।
ସେ ଟୁଇଟ କରି କହିଛନ୍ତି କି ଆଜି ମୋ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଜୀବନରେ ପାର୍ଟନର ଭାବେ ରହିବା ପାଇଁ ଅସର ଓ ମୁଁ ଏକାଠି ହୋଇଛୁ । ଆମେ ବର୍ହିଂହାମ ଘରେ ଓ ପରିବାର ଲୋକଙ୍କ ଉପସ୍ଥିତରେ ନିMା କରିଛୁ । ଆପଣମାନେ ଆମ ପାଇଁ ପ୍ରାର୍ଥନା କର;ୁ । ଆମେ ଆପଣମାନଙ୍କ ସହ ଏକାଠି ଆଗକୁ ବଢ଼ିବାକୁ ବେଶ ଉତ୍ସାହିତ ରହିଛୁ ।
ମହିଳାଙ୍କ ଶିକ୍ଷାଧିକାର ପାଇଁ ଲଢ଼େଇ କରି ଆତଙ୍କବାଦୀଙ୍କ ଗୁଳି ମାଡର ଶିକାର ହୋଇଥିଲେ ମଲାଲା । ଆତଙ୍କବାଦୀଙ୍କୁ ନଡରି ସେ ମହିଳାଙ୍କ ଶିକ୍ଷା ଅଧିକାର ଉପରେ କାମ କରିଥିବାରୁ ତାଙ୍କୁ ନୋବେଲ ପୁରସ୍କାର ଦିଆଯାଇଥିଲା । ମଲାଲା ୟୁସୁଫଜଇ ପାକିସ୍ତାନରେ ଜନ୍ମ ଗ୍ରହଣ କରିଥିଲେ । ସେ ସେଠାରେ ଥିବା ମହିଳା ଶିକ୍ଷା ଉପରେ କାମ କରୁଥିଲେ ।
କି;ୁ ମହିଳାଙ୍କ ପାଇଁ କାମ କରିବାରୁ ସେ ଆତଙ୍କବାଦୀଙ୍କ ଆକ୍ରୋଶର ଶିକାର ହୋଇଥିଲେ । ୨୦୧୨ରେ ପାକିସ୍ତାନରେ ତାଲିବାନ ଆତଙ୍କବାଦୀମାନେ ଗୁଳି କରିଥିଲେ । ଗୁଳି ତାଙ୍କ ମୁଣ୍ଡରେ ବାଜିଥିଲା । ତେବେ ଏହି ସମୟରେ ତାଙ୍କୁ ମାତ୍ର ୧୧ ବର୍ଷ ହୋଇଥିଲେ । ଏହି ଘଟଣା ପରେ ମଲାଲାଙ୍କୁ ନୋବେଲ ପୁରସ୍କାର ମିଳିଥିଲା । ଇତିହାସରେ ସବୁଠାରୁ କମ୍‌ ବୟସରେ ନୋବେଲ ପୁରସ୍କାର ପାଇଥିଲେ ।
୨୦୧୨ ମସିହାରେ ମଲାଲାଙ୍କ ଉପରେ ଆକ୍ରମଣ ପରେ ପୁଣି ଚଳିତ ବର୍ଷ ତାଙ୍କୁ ମିଳିଥିଲା ହତ୍ୟା ଧମକ । ପୁଣିଥରେ ତାଲିବାନ ଆତଙ୍କାବାଦ ସଂଗଠନ ମଲାଲାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ତେବେ ଏହି ଧମକ ସେହି ଆତଙ୍କବାଦୀ ଦେଇଥିଲେ ଯିଏ ୯ ବର୍ଷ ପୂର୍ବେ ମଲାଲାଙ୍କୁ ଗୁଳି ମାରିଥିଲେ । ସେହି ଆତଙ୍କୀ ଟୁଇଟ କରି କହିଥିଲା ଯେ ଏହି ଥର ଆଉ ଭୁଲ ହେବ ନାହିଁ । ତେବେ ଏହି ଟୁଇଟ ପରେ ତାଙ୍କ ଟୁଇଟର ଆକାଉଣ୍ଟକୁ ବ୍ଲକ କରିଦିଆଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
  ‘ରକ୍ଷକ’ ଉଦ୍‌ଘାଟିତ

‘ରକ୍ଷକ’ ଉଦ୍‌ଘାଟିତ

Read More...

ବ୍ରହ୍ମପୁର ରିଙ୍ଗ୍‌ ରୋଡ୍‌ : ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ

ବ୍ରହ୍ମପୁର ରିଙ୍ଗ୍‌ ରୋଡ୍‌ : ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page