୧୫ରୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ

November 10, 2021, ଓଡ଼ିଶା, , Anupambharat News Bureau


୧୫ରୁ ଖୋଲିବ  ଷଷ୍ଠ ଓ ସପ୍ତମ ଶ୍ରେଣୀ
Anupambharat News Bureau
November 10, 2021


ଭୁବନେଶ୍ୱର, ୧୦ା୧୧(ଅନୁପମ ମିଡ଼ିଆ): ଆସନ୍ତା ନଭେମ୍ବର ୧୫ ତାରିଖରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଇଁ ସ୍କୁଲ୍‌ ଖୋଲିବ । ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । କୋଭିଡ୍‌ ଗାଇଡଲାଇନ ଆଧାରରେ ପାଠପଢ଼ା ହେବ । ଏହା ପୂର୍ବରୁ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲରେ ପାଠପଢ଼ା ଜାରି ରହିଛି । ଆଉ ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ସ୍କୁଲ ଖୋଲାଯାଇପାରେ ବୋଲି ସୂଚନା ମିଳିଥିଲା । ଶେଷରେ ଏହି ଦୁଇଟି ଶ୍ରେଣୀର ସ୍କୁଲ ଖୋଲିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।
ମନ୍ତ୍ରୀଙ୍କ ଘୋଷଣା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସୂଚନା ଅନୁଯାୟୀ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ର ଛାତ୍ରୀ ସକାଳ ସାଢେ ୯ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ସ୍କୁଲ ଆସିବେ । ପିଲାମାନେ ଅଭିଭାବକଙ୍କ ଅନୁମତି ନେଇ ଅଫଲାଇନ୍‌ କ୍ଲାସ୍‌ କରିବେ । ଏହା ବ୍ୟତୀତ ଅନଲାଇନ୍‌ କ୍ଲାସ୍‌ ମଧ୍ୟ ଜାରି ରହିବ । ସ୍କୁଲ ସହ କୋଭିଡ୍‌ ଗାଇଡ୍‌ ଲାଇନ୍‌ ମାନି ହଷ୍ଟେଲ ମଧ୍ୟ ଖୋଲାଯିବ । ସ୍କୁଲ ଖୋଲିବା ପୂର୍ବରୁ ଜିଲ୍ଲା ଓ ବ୍ଲକ୍‌ ଶିକ୍ଷା ଅଧିକାରୀ ପ୍ରମୁଖ ସେଠାକୁ ଯାଇ ସ୍କୁଲ ପରିସରରେ ସ୍ୱଚ୍ଛତା ନେଇ ନିଶ୍ଚିତ କରିବେ । କୋଭିଡ୍‌ ମହାମାରୀ ପାଇଁ ପାଖାପାଖି ଦୁଇ ବର୍ଷ ଧରି ବନ୍ଦ ରହିଥିଲା ସ୍କୁଲ । ତେବେ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ରାଜ୍ୟ ସରକାର ଅନ୍‌ଲାଇନ୍‌ କ୍ଲାସ ଆରମ୍ଭ କରିଥିଲେ । ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିବା ପରେ ରାଜ୍ୟରେ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲା ହୋଇଥିଲା । ଦଶହରା ପରେ ଅକେଫାବର ୨୧ ତାରିଖରୁ ଏକାଦଶ ଏବଂ ୨୫ରୁ ଅଷ୍ଟମ ଶ୍ରେଣୀ କ୍ଲାସ୍‌ ଖୋଲିଥିଲା । ଏହା ପରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନିମନ୍ତେ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅତ୍ୟାଧୁନିକ ଓମ୍‌ଫେଡ୍‌ ପ୍ଲାଣ୍ଟ ଆରମ୍ଭ : ଚାଷୀଙ୍କ ରୋଜଗାର ବଢିବ :ମୁଖ୍ୟମନ୍ତ୍ରୀ

ଅତ୍ୟାଧୁନିକ ଓମ୍‌ଫେଡ୍‌ ପ୍ଲାଣ୍ଟ ଆରମ୍ଭ : ଚାଷୀଙ୍କ ରୋଜଗାର ବଢିବ :ମୁଖ୍ୟମନ୍ତ୍ରୀ

Read More...

  ‘ରକ୍ଷକ’ ଉଦ୍‌ଘାଟିତ

‘ରକ୍ଷକ’ ଉଦ୍‌ଘାଟିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page