ଧର୍ମେନ୍ଦ୍ରଙ୍କ ଘରେ ହାରିଲା ବିଜେପି

May 25, 2019, ଓଡ଼ିଶା, , Anupambharat News Bureau


ଧର୍ମେନ୍ଦ୍ରଙ୍କ ଘରେ ହାରିଲା ବିଜେପି
Anupambharat News Bureau
May 25, 2019

ଅନୁଗୋଳ ,୨୫ା୫(ଅନୁପମ ମିଡିଆ): କାମ ଦେଲାନାହିଁ ଧର୍ମେନ୍ଦ୍ରଙ୍କ ପ୍ରଭାବ କି ମୋଦୀ ଲହର । ବିଜେଡ଼ି ସୁପ୍ରିମୋ ନବୀନଙ୍କ ଯାଦୁ କି;ୁ କାମ ଦେଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜ ଜିଲା ଅନୁଗୋଳରେ ଗତ ଦୁଇଟି ନିର୍ବାଚନ ଭଳି ଏଥର ବି ବିଜେପି ଖାତା ଖୋଲି ପାରିନାହିଁ । ଅନୁଗୋଳ ଜିଲାର ୫ଟି ଯାକ ବିଧାନସଭାରେ ବିଜେଡ଼ି ପ୍ରାର୍ଥୀମାନେ ବିଜୟ ହାସଲ କରିଛନ୍ତି । ବିଜେଡ଼ିର ପ୍ରାର୍ଥୀ ପରିବର୍ତ୍ତନ ରଣନୀତି ବି ଏଠାରେ କାମ ଦେଇଛି । ପାଲଲହଡ଼ା ବିଧାନସଭା କ୍ଷେତ୍ରରେ ବିଜେଡ଼ି ବିଗତ ଦୁଇଟି ନିର୍ବାଚନ ଭଳି ଏଥର ବି ନୂଆଁ ମୁହଁ ଦେଇଥିଲା । ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଘନିଷ୍ଠତା ସେ‰ ବିଜେପି ଟିକେଟ ପାଇବାରୁ ବଞ୍ଚିତ ହୋଇଥିବା ପାଲଲହଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ମୁକେଶ କୁମାର ପାଲଙ୍କୁ ବିଜେଡ଼ି ନିର୍ବାଚନୀ ମଇଦାକୁ ଆଣିଥିଲା । ଆଉ ମୁକେଶ ବି ନିଜର ଦମ୍‌ ଦେଖାଇଲେ । ବିଜେପିର ଅଶୋକ ମହାନ୍ତିଙ୍କୁ ୬,୨୧୬ ଭୋଟରେ ପରାସ୍ତ କଲେ । ମୁକେଶଙ୍କ ବିଜୟ ସହିତ ବିଜେଡ଼ି କ୍ରମାଗତ ତୃତୀୟ ଥର ପାଇଁ ପାଲଲହଡ଼ା ବିଧାନସଭା କ୍ଷେତ୍ରକୁ ନିଜ ବିଜେଡ଼ି ଦଖଲରେ ରଖିପାରିଥିବା ବେଳେ ଧର୍ମେନ୍ଦ୍ରଙ୍କୁ ବଡ଼ ଝଟ୍‌କା ଦେଇଛି । ଆଠମଲ୍ଲିକ ବିଧାନସଭା କ୍ଷେତ୍ରରୁ ବିଜେଡ଼ି ଏଥର ପ୍ରାର୍ଥୀ ପରିବର୍ତ୍ତନ କରିଥିଲା । ତିନିଥରର ବିଧାୟକ ସଞ୍ଜୀବ ସାହୁଙ୍କ ବଦଳରେ ସରକାରୀ ଚାକିରୀ ଛାଡ଼ି ରାଜନୀତିକୁ ଆସିଥିବା ରମେଶ ଚନ୍ଦ୍ର ସାଏଙ୍କୁ ପ୍ରାର୍ଥୀ କରିବା ବିଜେଡ଼ି ପାଇଁ ଲାଭଦାୟକ ହୋଇଛି । ରମେଶ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ଜିଲା ସଭାପତି ଥିବା ଭାଗିରଥି ପ୍ରଧାନଙ୍କୁ ୪୭,୧୮୪ ଭୋଟର ବ୍ୟବଧାନରେ ପରାସ୍ତ କରିଛନ୍ତି । ଅନୁଗୋଳ ଜିଲାରେ ଏହା ହେଉଛି ବଡ଼ ବିଜୟ ବ୍ୟବଧାନ । ସେହିପରି ତାଳଚେର ବିଧାନସଭା କ୍ଷେତ୍ରରୁ ଏଥର ହ୍ୟାଟ୍ରିକ ମାରିଛନ୍ତି ବ୍ରଜକିଶୋର ପ୍ରଧାନ । ବିଜେଡ଼ି ପ୍ରାର୍ଥୀ ବ୍ରଜକିଶୋର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ କାଳନ୍ଦୀ ଚରଣ ସାମଲଙ୍କୁ ୨୪,୦୦୮ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି । ଦିନ ଥିଲା ତାଳଚରେ ବିଜେପିର ଗଡ଼ ଥିଲା । ହେଲେ ଏଠାରେ ଧର୍ମେନ୍ଦ୍ରଙ୍କ ବେଶ ପ୍ରଭାବ ଥିବା ସେ‰ ବିଜେପିର ରାଜ୍ୟ ମୁଖ୍ୟପାତ୍ର କାଳନ୍ଦୀ ଚରଣ ସାମଲଙ୍କ ଉପରେ ତାଳଚେରବାସୀ ଆସ୍ଥା ପ୍ରକଟ କରି ନାହାନ୍ତି । ତେବେ ଅନୁଗୋଳ ବିଧାନସଭା କ୍ଷେତ୍ରରୁ ଏଥର ବିଜୟୀ ହେବା ସହ କ୍ରମାଗତ ଚତୁର୍ଥ ଥର ନିର୍ବାଚନ ଜିତିବାର ଅନୁଗୋଳ ଜିଲା ଇତିହାସରେ ବିରଳ ରେକର୍ଡ଼ ସୃଷ୍ଟି କରିଛନ୍ତି ବିଜେଡ଼ି ପ୍ରାର୍ଥୀ ରଜନୀକାନ୍ତ ସିଂହ । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ପ୍ରତାପ ପ୍ରଧାନଙ୍କୁ ୮,୮୨୩ ଭୋଟରେ ପରାଜିତ କରିଛନ୍ତି । ସେହିପରି ଛେଣ୍ଡିପଦା ବିଧାନସଭା କ୍ଷେତ୍ରରେ ଏଥର ପୁଣି ଇତିହାସର ପୁନରାବୃତ୍ତି ଘଟିଛି । ଛେଣ୍ଡିପଦା ବିଧାନସଭା କ୍ଷେତ୍ରର ଜନମତ ସହିତ ରାଜ୍ୟବାସୀଙ୍କ ଜନାଦେଶ ସବୁବେଳେ ସାମଞ୍ଜସ୍ୟ ରହି ଆସିଛି । ଏଥର ଓଡ଼ିଶାରେ ବିଜେଡ଼ିକୁ ସରକାର ଗଠନ ପାଇଁ ପୂର୍ଣ୍ଣ ବହୁମତ ମିଳିଛି । ଠିକ ସେହିପରି ଛେଣ୍ଡିପଦାରେ ବି ବିଜେଡ଼ି ପ୍ରାର୍ଥୀ ସୁଶାନ୍ତ ବେହେରାଙ୍କ ବିଜୟ ହୋଇଛି । ବିଜେଡ଼ି ପ୍ରାର୍ଥୀ ସୁଶାନ୍ତ ବେହେରା ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଅଗସ୍ତୀ ବେହେରାଙ୍କୁ ୬,୭୯୪ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ୩ଲକ୍ଷ ଟଙ୍କା ଲୁଟ୍‌

ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ୩ଲକ୍ଷ ଟଙ୍କା ଲୁଟ୍‌

Read More...

ନୋଟାରେ ୧୨ ହଜାର ଭୋଟର

ନୋଟାରେ ୧୨ ହଜାର ଭୋଟର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page