ଛ’ ଲକ୍ଷ ହିତାଧିକାରୀ ପାଇନାହାନ୍ତି କୋଭିଡ୍‌ ସହାୟତା

July 13, 2022, ଓଡ଼ିଶା, , Anupambharat News Bureau


ଛ’ ଲକ୍ଷ ହିତାଧିକାରୀ  ପାଇନାହାନ୍ତି କୋଭିଡ୍‌ ସହାୟତା
Anupambharat News Bureau
July 13, 2022


କରୋନା ସମୟରେ ଜୀବନଜୀବିକା ପ୍ରଭାବିତ ହେଇଥିବାରୁ ଗରିବ ରାସନକାର୍ଡଧାରୀଙ୍କୁ ଓଡ଼ିଶା ସରକାର ଦୁଇଟି ପର୍ଯ୍ୟାୟରେ ହଜାରେ ଟଙ୍କା ଲେଖାଏଁ ସହାୟତା ଦେଇଥିଲେ । କି;ୁ ପ୍ରଥମ ପର୍ଯ୍ୟାୟରେ ୨.୦୯ଲକ୍ଷ ପରିବାର ଓ ଦ୍ୱିତୀୟ ପର୍ଯ୍ୟାୟରେ ୩.୬୪ଲକ୍ଷ ପରିବାର ଏହି ସହାୟତା ପାଇବାରୁ ବଞ୍ଚିତ ଅଛନ୍ତି । ବୁଧବାର ବିଧାନସଭାରେ ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏକ ପ୍ରଶ୍ନର ଲିଖିତ ଉତର ଦେଇ କହିଛନ୍ତି ଯେ, ରାଜ୍ୟରେ ୨୦୧୯-୨୦ ଆର୍ଥିକ ବର୍ଷରେ ମୋଟ ରାସନ କାର୍ଡଧାରୀ ପରିବାର ୯୫ଲକ୍ଷ ୫୧ହଜାର ୬୯୪ ଥିଲା । ଏବେ ତାହା ୯୫ଲକ୍ଷ ୮୫ହଜାର ୭୬୬ ଅଛି । ଏହି ରାସନକାର୍ଡଧାରୀ ପରିବାର ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୯୩ଲକ୍ଷ ୪୨ହଜାର ୪୪ଟି ପରିବାର ଓ ଦ୍ୱିତୀୟ ପର୍ଯ୍ୟାୟରେ ୯୨ଲକ୍ଷ ୨୧ହଜାର ୨୭୧ଟି ପରିବାରକୁ କୋଭିଡ୍‌ ସହାୟତା ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୨ଲକ୍ଷ ୯ହଜାର ୬୫୦ଟି ପରିବାର ଓ ଦ୍ୱିତୀୟ ପର୍ଯ୍ୟାୟରେ ୩ଲକ୍ଷ ୬୪ହଜାର ୪୯୫ଟି ପରିବାର ନିଜର ମାସିକ ଆବଂଟିତ ଖାଦ୍ୟଶସ୍ୟ ଉଠାଇନାହାନ୍ତି । ଗଞ୍ଜାମରେ ସର୍ବାଧିକ ପ୍ରଥମ ପର୍ଯ୍ୟାୟରେ ୩୨୩୦୪ଟି ପରିବାର ଓ ଦ୍ୱିତୀୟ ପର୍ଯ୍ୟାୟରେ ୨.୦୭ ଲକ୍ଷ ପରିବାର, ନୟାଗଡ଼ରେ ୭୪,୧୫୮ଟି ପରିବାର, ଖୋର୍ଦ୍ଧାରେ ୧୭୪୪୯ଟି ପରିବାର ଓ ପୁରୀରେ ୯୯୮୧ଟି ପରିବାର ସେମାନଙ୍କର ଖାଦ୍ୟଶସ୍ୟ ସହ ସହାୟତା ରାଶି ନେଇ ନଥିବା ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୫ ଲକ୍ଷରୁ ଊର୍ଦ୍ଧ୍ୱ  ଜାଲିନୋଟ ଜବତ : ଦୁଇ ଗିରଫ

୧୫ ଲକ୍ଷରୁ ଊର୍ଦ୍ଧ୍ୱ ଜାଲିନୋଟ ଜବତ : ଦୁଇ ଗିରଫ

Read More...

ଏସଡିପିଓଙ୍କ ଦୁର୍ବ୍ୟବହାର ଓ ସାର କଳାବଜାରୀ ପ୍ରସଙ୍ଗରେ ହଟ୍ଟଗୋଳ :  ଗୃହ ମୁଲତବୀ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଏସଡିପିଓଙ୍କ ଦୁର୍ବ୍ୟବହାର ଓ ସାର କଳାବଜାରୀ ପ୍ରସଙ୍ଗରେ ହଟ୍ଟଗୋଳ : ଗୃହ ମୁଲତବୀ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page