ଭୁବନେଶ୍ୱର, ୧୩ା୭ (ଅନୁପମ ମିଡିଆ): ଓଡ଼ିଶାର ବାଲେଶ୍ୱରରେ ସ୍ଥାପନ ହେବ ବ୍ୟାଙ୍କ ନୋଟ୍ ପେପର ମିଲ୍ । ବୁଧବାର ଦିନ ବ୍ୟାଙ୍କ ନୋଟ୍ ପେପର ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି କମ୍ପାନୀର ଓଡ଼ିଶା ପ୍ରକଳ୍ପ ସଂପର୍କରେ ଅବଗତ କରାଇଛନ୍ତି । ବାଲେଶ୍ୱର ପ୍ରକଳ୍ପରେ କମ୍ପାନୀ ପ୍ରାୟ ୨୫୦୦ କୋଟି ଟଙ୍କା ନିବେଶ କରିବ । ଏହି ପ୍ରକଳ୍ପକୁ ଓଡ଼ିଶା ସରକାର ସବୁପ୍ରକାରର ସହାୟତା ଯୋଗାଇ ଦେବେ ବୋଲି ମଖ୍ୟମନ୍ତ୍ରୀ ତାଙ୍କୁ ଆଶ୍ୱାସନା ପ୍ରଦାନ କରିଛନ୍ତି । ଏହି ଅବସରରେ ୫- ଟି ସଚିବ ଭି.କେ.ପାଣ୍ଡିଆନ ଉପସ୍ଥିତ ଥିଲେ । ବ୍ୟାଙ୍କ ନୋଟ ପେପର ଇଣ୍ଡିଆ ହେଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ ମୁଦ୍ରଣ ପ୍ରାଇଭେଟ ଲିମିଟେଡର ଏକ ଯୌଥ ଉଦ୍ୟୋଗ ।