ଇଡିରେ ସୋନିଆଙ୍କୁ ତିନି ଘଣ୍ଟିଆ ଜେରା: ୨୫ରେ ପୁଣି ହେବେ ହାଜର

July 21, 2022, ଦେଶ, , Anupambharat News Bureau


ଇଡିରେ ସୋନିଆଙ୍କୁ ତିନି ଘଣ୍ଟିଆ ଜେରା: ୨୫ରେ ପୁଣି ହେବେ ହାଜର
Anupambharat News Bureau
July 21, 2022


ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲï ଦୁର୍ନୀତି ମାମଲାରେ ଫସିଥିବା କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଆଜି ପ୍ରଥମଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଜେରାର ସମ୍ମୁଖୀନ ହୋଇଛନ୍ତି । ଇଡିର ଅଧିକାରୀମାନେ ତାଙ୍କୁ ପ୍ରାୟ ୩ ଘଣ୍ଟା ଧରି ମାରାଥନ ଜେରା କରି ବିଭିନ୍ନ ପ୍ରକାରର ପ୍ରଶ୍ନ କରିଥିଲେ । ସୋନିଆ ଇଡି ଅଫିସରେ ଜେରା ହେଉଥିବା ବେଳେ ବାହାରେ କଂଗ୍ରେସ କର୍ମୀମାନେ ଏହାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସୋନିଆଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ଇଡି ଅଫିସ ଭିତରେ ମା’ଙ୍କୁ ଅପେକ୍ଷା କରି ରହିଥିଲେ । ଜେରା ଶେଷ ହେବା ପରେ ପ୍ରିୟଙ୍କାଙ୍କ ସହ ସୋନିଆ ଘରକୁ ଫେରିଛନ୍ତି । ତେବେ ତାଙ୍କୁ ଇଡି ଆଉ ଥରେ ଜେରା କରିବ । ଏଥିପାଇଁ ତାଙ୍କୁ ୨୫ ତାରିଖରେ ପୁଣି ହାଜର ହେବାକୁ ନୋଟିସ କରାଯାଇଥିବା ଜଣାପଡ଼ିଛି । ଏହାପୂର୍ବରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ମଧ୍ୟ ଇଡି କ୍ରମାଗତ ଭାବେ ୫ ଦିନ ଧରି ୫୦ ଘଣ୍ଟା ପାଇଁ କରିଥିଲା । ଆଜି ସୋନିଆ ଇଡି ଅଫିସରେ ହାଜର ହେବା ପରେ ତାଙ୍କୁ ୫ ଜଣ ଅଧିକାରୀ ପଚରାଉଚରା କରିବା ଆରମ୍ଭ କରିଥିଲେ । ସୋନିଆ ନିକଟରେ କରୋନାରୁ ସୁସ୍ଥ ହୋଇଥିବାରୁ ଆଜି ଜେରା ବେଳେ ବେଶ ସତର୍କତା ଅବଲମ୍ବନ କରାଯାଇଥିଲା । ତାଙ୍କୁ ପଚରାଉଚରା କରୁଥିବା ଅଧିକାରୀମାନେ କୋଭିଡ ପ୍ରୋଟକଲ ଅନୁପାଳନ କରିଥିଲେ । ସେହିପରି ସମସ୍ତେ କରୋନା ଟେଷ୍ଟ ମଧ୍ୟ କରିଥିଲେ । ନେଗେଟିଭ ରିପୋର୍ଟ ମିଳିବା ପରେ ଅଧିକାରୀମାନେ ସୋନିଆଙ୍କୁ ଜେରା କରିଥିଲେ ।
ସୋନିଆ ଗାନ୍ଧିଙ୍କ ପାଇଁ ଇଡି ପକ୍ଷରୁ ପ୍ରାୟ ୫୦ଟି ପ୍ରଶ୍ନ ପ୍ରସ୍ତୁତ କରାଯାଇଥିଲା । ଆଡିସନାଲ ନିର୍ଦ୍ଦେଶକ ପାହ୍ୟାର ଜଣେ ମହିଳା ଅଧିକାରୀଙ୍କ ନେତୃତ୍ୱରେ ତାଙ୍କୁ ଜେରା କରାଯାଇଥିଲା ।
ମଧ୍ୟାହ୍ନ ପରେ ହିଁ ସୋନିଆ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ତାଙ୍କ ସହ ରାହୁଲ ଓ ପ୍ରିୟଙ୍କା ମଧ୍ୟ କାରରେ ରହିଥିଲେ । ଅଫିସ ଭିତରୁ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ସୋନିଆଙ୍କ ସହ ଯିବାକୁ ଅନୁମତି ମିଳିଥିଲା । ହେଲେ ସୋନିଆଙ୍କ ଜେରା କରାଯାଉଥିବା ରୁମରୁ ପ୍ରିୟଙ୍କାଙ୍କୁ ଯଥେଷ୍ଟ ଦୂରରେ ରଖାଯାଇଥିଲା । ଜେରା ବେଳେ ସୋନିଆ ଅସୁସ୍ଥ ହେବାର ଆଶଙ୍କା ଥିବାରୁ ଇଡି ପକ୍ଷରୁ ପ୍ରିୟଙ୍କାଙ୍କୁ କାର୍ଯ୍ୟାଳୟ ଭିତରକୁ ଛଡ଼ା ଯାଇଥିଲା ।








Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜିଠୁ ଭାରତ-େୱଷ୍ଟଇଣ୍ଡିଜ୍‌ ଦିନିକିଆ ସିରିଜ୍‌

ଆଜିଠୁ ଭାରତ-େୱଷ୍ଟଇଣ୍ଡିଜ୍‌ ଦିନିକିଆ ସିରିଜ୍‌

Read More...

ଏମଏଲଏ ଲ୍ୟାଡ ଫଣ୍ଡ ବୃଦ୍ଧି ଦାବି

ଏମଏଲଏ ଲ୍ୟାଡ ଫଣ୍ଡ ବୃଦ୍ଧି ଦାବି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page