ଶିକ୍ଷକ ନିଯୁକ୍ତି ଜାଲିଆତି : ରିମାଣ୍ଡରେ ଗଲେ ପାର୍ଥ, ଗିରଫ ହେଲେ ଅର୍ପିତା

July 23, 2022, ଦେଶ, , Anupambharat News Bureau


 ଶିକ୍ଷକ ନିଯୁକ୍ତି ଜାଲିଆତି : ରିମାଣ୍ଡରେ ଗଲେ ପାର୍ଥ,  ଗିରଫ ହେଲେ ଅର୍ପିତା
Anupambharat News Bureau
July 23, 2022


କୋଲକାତା: ଚଳିତ ଶାସନ ବ୍ୟବସ୍ଥାରେ ଯଦିଓ କଡ଼ା ନିୟମାବଳୀ କାର୍ଯ୍ୟକାରୀ କରୁଛି ତେବେ ମଧ୍ୟ କେତେକ କ୍ଷେତ୍ରରେ ସରକାରଙ୍କ କୋହଳ ମନୋଭାବ ଏବଂ ଉଦାସୀନତାର ସୁଯୋଗ ନେଇ ବିଶିଷ୍ଟ ବ୍ୟକ୍ତିମାନେ କୋଟି କୋଟି ଟଙ୍କାର ଜାଲିଆତି କରିବା ଏବଂ ଆର୍ଥିକ ହରିଲୁଟ କରିବାରେ ସଫଳ ହେଉଛନ୍ତି । ଏଭଳି ଏକ ବଡଧରଣର ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ଜାଲିଆତି ହୋଇଥିବା ଘଟଣା ପର୍ଦ୍ଦାଫାଶ ହେବା ପରେ ସଙ୍କଟରେ ପଡିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଜଣେ ମନ୍ତ୍ରୀ ଭାବେ ପରିଚିତ ପାର୍ଥ ଚାଟାର୍ଜିଙ୍କୁ ଗିରଫ କରିବା ପରେ ଦୁଇଦିନିଆ ରିମାଣ୍ଡରେ ପଠାଇଦିଆଯାଇଛି । ଘଟଣାର ସରଜମିନ ସମୀକ୍ଷା ସହିତ ତଦନ୍ତ କରାଯିବ । ଦେଶର ଏକ ନିରପେକ୍ଷ ତଦନ୍ତକାରୀ ସଂସ୍ଥା ଭାବେ ପରିଚିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହାର ଚଢ଼ାଉ ବେଳେ ନଗଦ ୨୦ କୋଟି ଟଙ୍କା ପାଇବା ପରେ ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଦ୍ୱାରା ଗିରଫ ହୋଇଥିବା ପଶ୍ଚିମବଙ୍ଗ ରାଜ୍ୟର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଲା ଇଡି । କୋର୍ଟରେ ହାଜର ହେବା ପରେ ତାଙ୍କୁ ଦୁଇ ଦିନିଆ ରିମାଣ୍ଡରେ ପଠାଯାଇଛି । ଅନ୍ୟପକ୍ଷରେ ଚାଟାର୍ଜୀଙ୍କ ପରେ ତାଙ୍କର ଘନିଷ୍ଠ ସହଯୋଗୀ ତଥା ସିନେ-ଅଭିନେତ୍ରୀ ଅର୍ର୍ପିତା ମୁଖାର୍ଜୀଙ୍କୁ ମଧ୍ୟ ଗିରଫ କରାଯାଇଛି । ପାର୍ଥଙ୍କର ଅନ୍ୟତମ ସହକାରୀ ଅର୍ପିର୍ତା ମୁଖାର୍ଜୀଙ୍କ ହରିଦେବପୁର ଫ୍ଲାଟରୁ ଇଡି ୨୧ କୋଟି ଟଙ୍କା ଓ ୨୦ରୁ ଊର୍ଦ୍ଧ୍ୱ ମୋବାଇଲ୍‌ ଫୋନ୍‌ ଜବତ କରାଯାଇଥିଲା । ଏହା ସହ ଆସାନସୋଲ ସ୍ଥିତ ‘କାଜି ନଜ୍ରୁଲ୍‌ ଇସ୍ଲାମ୍‌ ବିଶ୍ୱବିଦ୍ୟାଳୟ’ର ବଙ୍ଗଳା ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ପ୍ରଫେସର ମୋନାଲିସା ଦାସଙ୍କ ନାମରେ ଅନ୍ୟୂନ ୧୦ଟି ଫ୍ଲାଟ୍‌ ଥିବା କଥା ପ୍ରବର୍ତ୍ତନ ନିର୍ଦେଶାଳୟ ଜାଣିପାରିଥିଲା । ଅର୍ର୍ପିତା ଏବଂ ମୋନାଲିସା କିଭଳି ବିପୁଳ ପରିମାଣର ଧନସମ୍ପତ୍ତିର ଅଧିକାରିଣୀ ହେଲେ ଓ ସେଥିରେ ପାର୍ଥଙ୍କର ଭୂମିକା ଅଛି କି, ନାହିଁ, ସେ ବିଷୟରେ ପ୍ରବର୍ତ୍ତନ ନିର୍ଦେଶାଳୟ ଜାଣିବାକୁ ଉଦ୍ୟମ କରୁଥିବା
ବେଳେ ଏବେ ଅର୍ପିର୍ତାଙ୍କୁ ଗିରଫ କରାଯାଇଛି । ତେବେ ‘ଏସ୍‌ଏସ୍‌ସି ସ୍କାମ୍‌’ (ଶିକ୍ଷକ ନିଯୁକ୍ତି ଦୁର୍ନୀତି) ମାମଲାରେ ଆଜି କୋଲକାତା ବାସଭବନରୁ ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷାମନ୍ତ୍ରୀ ତଥା ବର୍ତ୍ତମାନର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଥିଲା । ପ୍ରବର୍ତ୍ତନ ନିର୍ଦେଶାଳୟର ଜଣେ ଅଧିକାରୀ କହିଥିଲେ, ଶୁକ୍ରବାର ରାତି ସାରା ପାର୍ଥଙ୍କୁ ତାଙ୍କ ବାସଭବନରେ ଜେରା କରାଯାଇଥିଲା । ଜେରା ବେଳେ ତଦନ୍ତକାରୀଙ୍କୁ ସହଯୋଗ ନ କରିବା ଫଳରେ ତାଙ୍କୁ ଗିରଫ କରାଯାଇ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟକୁ ନିଆଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରକୃତିଙ୍କୁ ଟଣା ଓଟରା କଲେ ବାବୁସାନଙ୍କ ପତ୍ନୀ

ପ୍ରକୃତିଙ୍କୁ ଟଣା ଓଟରା କଲେ ବାବୁସାନଙ୍କ ପତ୍ନୀ

Read More...

ମିଡିଆ କଙ୍ଗାରୁ କୋର୍ଟ ଚଳାଇଛି : ସିଜେଆଇ

ମିଡିଆ କଙ୍ଗାରୁ କୋର୍ଟ ଚଳାଇଛି : ସିଜେଆଇ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page