ଭୁବନେଶ୍ୱର,୭ା୮(ଅନୁପମ ମିଡ଼ିଆ):ଗୃହରକ୍ଷୀ ମାନଙ୍କ ଡୁ୍ୟଟି କଲ ଅପ ଭତ୍ତାରେ ରାଜ୍ୟ ସରକାର ୩୮ ପ୍ରତିଶତ ବୃଦ୍ଧି କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନଷ୍ପତ୍ତିି ଗ୍ରହଣ କରାଯାଇଛି ଏବଂ ଏହା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି ।
ପୂର୍ବରୁ ଗୃହରକ୍ଷୀ ମାନଙ୍କୁ ଡୁ୍ୟଟି କଲ ଅପ ଭତ୍ତା ଭାବରେ ମାସିକ ୯୦୦୦ ଟଙ୍କା ମିଳୁଥିବା ବେଳେ ଏହାକୁ ଦୈନିକ ୪୧୬ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ସେମାନଙ୍କ ଡୁ୍ୟଟ କଲ ଅପ ଭତ୍ତା ଭାବରେ ମାସିକ ୧୨,୨୮୦ ଟଙ୍କା ମିଳିବ । ଏତଦ୍ବ୍ୟତୀତ ପୂର୍ବରୁ ମିଳୁଥିବା ଅନ୍ୟାନ୍ୟ ଭତ୍ତା ମଧ୍ୟ ପୂର୍ବବତ୍ ମିଳିବ ।