ଭୁବନେଶ୍ୱର, ୮ା୮(ଅନୁପମ ମିଡ଼ିଆ): ରାଜ୍ୟରେ ଏବେ ଗାଁକୁ ଗାଁ ବୁଲିବ ବୁଷ୍ଟର ଟୀକା ଭ୍ୟାନ । ଟିକାକରଣ ଉପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁତ୍ୱାରୋପ କରା ଯାଉଛି । ଟିକାକରଣ ବଢ଼ାଇବାକୁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆ ଯାଇଛି ।
ପ୍ରତିଟି ବ୍ଲକରେ ୪ଟି ମୋବାଇଲ ଭ୍ୟାନ ବୁଲିବା ନେଇ ବ୍ୟବସ୍ଥା କରାଯାଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ଟିକାର ଅଭାବ ନାହିଁ । ଏବେ ସୁଦ୍ଧା ୪୬ଲକ୍ଷ ୨୬ହଜାର ଲୋକଙ୍କୁ ପ୍ରିକସନ ଡୋଜ ଦିଆସରିଛି । ରାଜ୍ୟର ମୋଟ ୧୪% ବ୍ୟକ୍ତି ନେଇଛନ୍ତି ବୁଷ୍ଟର ଡୋଜ । ପ୍ରିକସନ ଡୋଜ ନେବାକୁ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅନୁରୋଧ । ଦ୍ୱିତୀୟ ଡୋଜ ନେଇନାହାନ୍ତି ୨୪ଲକ୍ଷ ୯୦ହଜାର ବ୍ୟକ୍ତି । ପ୍ରକାଶ ଥାଉକି ବୁଷ୍ଟର ଡୋଜ ଦେବା ଲାଗି କେହି ଆଗ୍ରହ ପ୍ରକାଶ କରୁନଥିବାରୁ ନିକଟରେ ସ୍ୱାସ୍ଥ୍ୟ ବିଭାଗ ଉଦ୍ବେଗ ପ୍ରକାଶ କରିଥିଲା ।