ଇସ୍ତଫା ଦେବାକୁ ଜିଦ୍‌ ଧରିଲେ ରାହୁଲ ଗାନ୍ଧି

May 25, 2019, ଦେଶ, , Anupambharat News Bureau


ଇସ୍ତଫା ଦେବାକୁ ଜିଦ୍‌ ଧରିଲେ ରାହୁଲ ଗାନ୍ଧି
Anupambharat News Bureau
May 25, 2019

ନୂଆଦିଲ୍ଲୀ: ନିଜ ପଦରୁ ଇସ୍ତଫା ନେଇ ଜିଦରେ ଅଟଳ ରହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଆଜି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ରାହୁଲଙ୍କ ଇସ୍ତଫା ଅଗ୍ରାହ୍ୟ ହୋଇଥିଲା । ଏ ନେଇ ଦଳ ମଧ୍ୟ ପ୍ରେସ କନଫରେନସ କରି ସ୍ପଷ୍ଟ କରିଥିଲା । ହେଲେ ରାହୁଲ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପାଇଁ ଚାହୁଁଥିବା ଜଣାପଡ଼ିଛି । ରାହୁଲ ଗାନ୍ଧିଙ୍କ ମା’ ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି, ଭଉଣୀ ପ୍ରିୟଙ୍କା ଗାନ୍ଧି ଭାଡ୍ରା ରାହୁଲଙ୍କୁ ନିଜ ନିଷ୍ପତ୍ତିରୁ ଓହରିବା ପାଇଁ ବୁଝାଶୁଝା କରୁଥିବା ଜଣାପଡ଼ିଛି । ହେଲେ ଚୂଡ଼ାନ୍ତ ନିଷ୍ପତ୍ତି ରାହୁଲ ନେବେ ବୋଲି ଜଣାପଡ଼ିଛି । ଯଦି ରାହୁଲ ଗାନ୍ଧି ଇସ୍ତଫା ନେଇ ନିଜ ଜିଦରେ ଅଟଳ ରହିବେ, ତା’ହେଲେ କିଏ କଂଗ୍ରେସର ମୁଖିଆ ହେବେ, ସେ ନେଇ ଦଳର ବରିଷ୍ଠ ନେତା ପ୍ରଶ୍ନ କରିଛନ୍ତି । ସାଧାରଣ ର୍ନିବାଚନରେ ପରାଜୟ ପରେ ଆଜି ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବସିଥିଲା । ବୈଠକରେ ନିର୍ବାଚନରେ ଦଳର ଅତି ଖରାପ ପ୍ରଦର୍ଶନ ପାଇଁ ନିଜକୁ ଦାୟୀ କରିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏଥିସହ ଏହି ବୈଠକରେ ସେ ଇସ୍ତଫା ଦେବାକୁ କାହିଁକି ଚାହୁଁଛନ୍ତି, ସେ ସମ୍ପର୍କରେ ନିଜର ମତ ରଖିଥିଲେ । ହେଲେ କମିଟି ସଦସ୍ୟଙ୍କ ଦ୍ୱାରା ଏହା ଅଗ୍ରାହ୍ୟ ହୋଇଛି । ୩ ଘଣcା ଧରି ଚାଲିଥିବା ଏହି ବୈଠକରେ ଆଗାମୀ ବିଧାନସଭା ର୍ନିବାଚନ ବାବଦରେ ମଧ୍ୟ ଆଲୋଚନା ହୋଇଥିବାର ସୂଚନା ରହିଛି । ବୈଠକ ପରେ କି;ୁ କାର୍ଯ୍ୟକାରିଣୀର କୌଣସି ସଦସ୍ୟ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିନଥିଲେ । ଏହାପରେ ଦଳ ପ୍ରେସ କନଫରେନସ କରି ର୍ନିବାଚନରେ ରାହୁଲଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରିଛି । ଦଳର ସ୍ଥିତି ଏପରି ହୋଇଛି ଯେ ରାହୁଲ ଗାନ୍ଧି ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେଛ ହେଲେ ଏଭଳି ସ୍ଥିତିରେ ରାହୁଲ ହିଁ ଏକମାତ୍ର ନେତା ଯିଏକି ଦଳକୁ ଆଗକୁ ନେଇପାରିବେ ବୋଲି ସିଡବ୍ଲ୍ୟୁସି ସଦସ୍ୟ ଗୁଲାମ ନବୀ ଆଜାଦ୍‌ କହିଛନ୍ତି । ତେବେ ଆଗକୁ ଦଳ ନିଜ ବିଚାରଧାରାକୁ ନେଇ ପୁଣି ଲଢ଼ିବେ ବୋଲି ସେ କହିଛନ୍ତି । ଦଳ ପରାଜୟର କାରଣ ଖୋଜିବା ପାଇଁ ସମସ୍ତ ପ୍ରକାର ସମୀକ୍ଷା କରିବ ବୋଲି କଂଗ୍ରେସ ନେତା କହିଛନ୍ତି । ଏବେ ଦଳ ଆଗାମୀ ବିଧାନସଭା ନିର୍ବାଚନ ଉପରେ ଫୋକସ ରଖିଛି । ସୂଚନା ଥାଉ କି ନିକଟ ଭବିଷ୍ୟତରେ ମହାରାଷ୍ଟ୍ର, ହରିଆନା ଓ ଝାରଖଣ୍ଡ ବିଧାନସଭା ନିର୍ବାଚନ ରହିଛି । ଜମ୍ମୁ କଶ୍ମୀରରେ କୌଣସି ମୁହୂର୍ତ୍ତରେ ବିଧାନସଭା ନିର୍ବାଚନ ହୋଇପାରେ । ଏଥିସହ ଆସନ୍ତାବର୍ଷ ଫେବୃଆରୀରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ କଂଗ୍ରେସ ନିଜ ଭୁଲକୁ ସୁଧାରି ଏଥିରେ ସଫଳ ହେବାକୁ ଚେଷ୍ଟା କରିବ ବୋଲି ପ୍ରେସ କନଫରେସନରେ କଂଗ୍ରେସ ନେତା କହିଛନ୍ତି । କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ମୋଟ ୨୩ ଜଣ ସଦସ୍ୟ ରହିଛନ୍ତି । ଚଳିତ ଥର ୪ ଜଣ ସଂସଦକୁ ନିର୍ବାଚନ ହୋଇଥିବା ବେଳେ ୧୨ ଜଣ ପରାଜିତ ହୋଇଛନ୍ତି । ୭ ଜଣ ଚଳିତଥର ନିର୍ବାଚନ ଲଢ଼ିନଥିଲେ । ତେବେ ନିର୍ବାଚନରେ ହାରିବା ପରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ୟୁପି ପିସିସି ସଭାପତି ରାଜ ବବର ଓ କର୍ଣ୍ଣାଟକ କଂଗ୍ରେସ ର୍ନିବାଚନ ଦାୟିତ୍ୱରେ ଥିବା ଏଚ.କେ ପାଟିଲ ନିଜ ପଦବୀରୁ ଇସ୍ତଫା ଦେଇଥିବା କଥା ଦଳ ସ୍ପଷ୍ଟ କରିଛି । ଏହି ବୈଠକରେ ସିଡବ୍ଲ୍ୟୁସି ସଦସ୍ୟ ତଥା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଛାଡ଼ିଦେଲେ ୪ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିବା ଜଣାପଡ଼ିଛି । ମଧ୍ୟପ୍ରଦେଶ ଓ କର୍ଣ୍ଣାଟକରେ ବିଜେପି ସରକାର ଗଢ଼ିବା ପାଇଁ ପ୍ରୟାସ କରୁଥିବାରୁ ଏ ବାବଦରେ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି । କଂଗ୍ରେସ ୨୦୧୪ରେ ୪୪ଟି ଆସନ ଜିତିଥିବା ବେଳେ ଚଳିତଥର ୫୨ଟି ଆସନ ଜିତିବାରେ ସକ୍ଷମ ହୋଇଛି । ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୁଲାମ ନବୀ ଆଜାଦ୍‌, ପ୍ରିୟଙ୍କା ଗାନ୍ଧି ଭାଡ୍ରା, ପରାଜିତ ନେତା ମଲ୍ଲିକାର୍ଜୁନ ଖାଡ଼ଗେ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଆଦି ୨୨ ଜଣ କଂଗ୍ରେସ କମିଟି ସଦସ୍ୟ ଯୋଗ ଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଛାତ୍ର ପ୍ରକାଶ କଲେ ରୋମଟାଙ୍କୁରା ଦୃଶ୍ୟ

ଛାତ୍ର ପ୍ରକାଶ କଲେ ରୋମଟାଙ୍କୁରା ଦୃଶ୍ୟ

Read More...

ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ

ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page