ଚନ୍ଦ୍ରବାବୁ ନାଇଡୁଙ୍କୁ ଭଗବାନ ଠିକ୍‌ ଦଣ୍ଡ ଦେଇଛନ୍ତି : ଜଗନ୍‌

May 25, 2019, ଓଡ଼ିଶା, , Anupambharat News Bureau


ଚନ୍ଦ୍ରବାବୁ ନାଇଡୁଙ୍କୁ ଭଗବାନ ଠିକ୍‌ ଦଣ୍ଡ ଦେଇଛନ୍ତି : ଜଗନ୍‌
Anupambharat News Bureau
May 25, 2019

ଅମରାବତୀ: ଆନ୍ଧ୍ର ପ୍ରଦେଶରେ ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଆସନ୍ତା ସପ୍ତାହରେ ଶପଥ ଗ୍ରହଣ କରିବେ ୱାଇଏସଆର୍‌ କଂଗ୍ରେସ ସଭାପତି ଜଗନ ରେzୀ । ଆଜି ଏଥିପାଇଁ ୱାଇଏସଆର୍‌ କଂଗ୍ରେସର ବିଧାୟକଙ୍କ ଦ୍ୱାରା ଦଳର ନେତା ଭାବରେ ନିର୍ବାଚନ ହୋଇଛନ୍ତି । ଏହି ଅବସରରେ ସେ କହିଛନ୍ତି ତେଲୁଗୁ ଦେଶମ ପାର୍ଟିର ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁଙ୍କୁ ଭଗବାନ ଦଣ୍ଡ ଦେଇଛନ୍ତି । ଯିଏ ଅନ୍ୟାୟ ଓ ଅତ୍ୟାଚାର କରିବ ତାକୁ ଭଗବାନ ଶାସ୍ତି ଦେବେ, ଯାହାକି ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳରୁ ଜଣାପଡ଼ିଛି ବୋଲି ଆନ୍ଧ୍ର ପ୍ରଦେଶର ଭାବୀ ମୁଖ୍ୟମନ୍ତ୍ରୀ କହିଛନ୍ତି । ନିଜ ଦଳର ନବ ନିର୍ବାଚନ ବିଧାୟକଙ୍କୁ ଉଦବୋଧନ ଦେବାକୁ ଯାଇ ଜଗନ ରେzୀ କହିଛନ୍ତି ୨୦୧୪ ଆନ୍ଧ୍ର ପ୍ରଦେଶ ବିଧାନସଭା ର୍ନିବାଚନ ପରେ ଚନ୍ଦ୍ରବାବୁ ନାଇଡୁ ୱାଇଏସଆର୍‌ କଂଗ୍ରେସର ୨୩ ବିଧାୟକଙ୍କୁ କିଣି ନେଇଥିଲେଛ ଏବେ ୨୦୧୯ରେ ତାଙ୍କ ଦଳର ମୋଟ ୨୩ ଜଣ ବିଧାୟକ ର୍ନିବାଚିତ ହୋଇଛନ୍ତି । ସେହିଭଳି ଚନ୍ଦ୍ରବାବୁ ନାଇଡୁ ୱାଇଏସଆର୍‌ କଂଗ୍ରେସର ୩ ବିଧାୟକଙ୍କୁ କିଣି ନେଇଥିଲେ ଏବେ ତାଙ୍କ ଦଳରେ ମୋଟ ୩ ଜଣ ଏମପି ର୍ନିବାଚିତ ହୋଇଛନ୍ତି । ଭଗବାନ ଏକ ସୁନ୍ଦର ଗିଫଫ ତାଙ୍କ ପାଇଁ ଦେଇଛନ୍ତି ବୋଲି ଏହି ଅବସରରେ ସେ କହିଛନ୍ତି । ସୂଚନାଥାଉ କି ଆନ୍ଧ୍ରପ୍ରଦେଶରେ ସାଧାରଣ ର୍ନିବାଚନ ସହିତ ବିଧାନସଭା ନିର୍ବାଚନ ହୋଇଥିଲା । ରାଜ୍ୟରେ ୨୫ ସାଂସଦ ଆସନରୁ ୱାଇଏସଆର୍‌ ୨୨ଟି ଏବଂ ଟିଡିପି ୩ଟି ଆସନ ପାଇଛନ୍ତି । ସେହିଭଳି ୧୭୫ ବିଧାନସଭା ଆସନରୁ ୧୫୧ ଜଣ ୱାଇଏସଆର୍‌ କଂଗ୍ରେସ ବିଧାୟକ ର୍ନିବାଚିତ ହୋଇଥିବା ବେଳେ ଟିଡିପିର ୨୩ ଜଣ ବିଧାୟକ ନିର୍ବାଚିତ ହୋଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପରାଜୟର ବ୍ୟଥାକୁ କବିତାରେ ପ୍ରକାଶ କଲେ ମମତା

ପରାଜୟର ବ୍ୟଥାକୁ କବିତାରେ ପ୍ରକାଶ କଲେ ମମତା

Read More...

ଛାତ୍ର ପ୍ରକାଶ କଲେ ରୋମଟାଙ୍କୁରା ଦୃଶ୍ୟ

ଛାତ୍ର ପ୍ରକାଶ କଲେ ରୋମଟାଙ୍କୁରା ଦୃଶ୍ୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page