ଭୁବନେଶ୍ୱର, ୧୭ା୮(ଅନୁପମ ମିଡ଼ିଆ): ଦିଲ୍ଲୀ ପୋଲିସରେ ହାଜର ହେବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ୧୫ ଦିନ ମଧ୍ୟରେ ହାଜର ହେବାକୁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ୧୫ ଦିନ ଯାଏଁ ଅନ୍ତରୀଣ ସୁରକ୍ଷା ବଳବତ୍ତର ରଖିଛନ୍ତି କୋର୍ଟ । ସ୍ୱାମୀ ଅନୁଭବ ମହାନ୍ତିଙ୍କ କର୍ମଚାରୀଙ୍କ ପ୍ରତି ଜାତିଆଣ ଆକ୍ଷେପ ନେଇ ବର୍ଷାଙ୍କ ନାଁରେ ଦିଲ୍ଲୀରେ ମାମଲା ରୁଜୁ ହୋଇଥିଲା । ଯାହାକୁ ନେଇ ୨ ଥର ନୋଟିସ ହୋଇଥିଲା । ନୋଟିସ ସତ୍ତେ୍ୱ୍ୱ ବର୍ଷା ଦିଲ୍ଲୀ ପୋଲିସ ପାଖରେ ହାଜର ହୋଇନାହାନ୍ତି । ହାଜର ପରିବର୍ତ୍ତେ ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା ।