କାଶ୍ମୀର ଭଡାଟିଆ ବାସିନ୍ଦା ଦେଇପାରିବେ ଭୋଟ୍‌

August 18, 2022, ଦେଶ, , Anupambharat News Bureau


 କାଶ୍ମୀର ଭଡାଟିଆ ବାସିନ୍ଦା ଦେଇପାରିବେ ଭୋଟ୍‌
Anupambharat News Bureau
August 18, 2022


ନୂଆଦିଲ୍ଲୀ ୧୮ା ୮: ଜାମ୍ମୁକାଶ୍ମୀରରେ ବସବାସ କରୁଥିବା ବାହାର ରାଜ୍ୟର ଲୋକମାନେ ଏଣିକି ଭୋଟ ଦେଇପାରିବେ ବୋଲି କହିଛନ୍ତି । ଜାମ୍ମୁ କାଶ୍ମୀରର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ହୃଦେଶ କୁମାର । ନିର୍ବାଚନ ଆୟୋଗ ଏମାନଙ୍କୁ ଭୋଟ୍‌ ଅଧିକାର ପ୍ରଦାନ କରିଛନ୍ତି । ଏଥିରେ କର୍ମଚାରୀ, ଛାତ୍ର, ଶ୍ରମିକ କିମ୍ବା ଦେଶର ଅନ୍ୟାନ୍ୟ ରାଜ୍ୟରୁ ଆସିଥିବା ବ୍ୟକ୍ତିମାନେ ସାମିଲ ହୋଇପାରିବେ, ଯେଉଁମାନେ କି ସାଧାରଣତ ଜାମ୍ମୁ କାଶ୍ମୀରରେ ରହୁଥିବେ । ସେମାନେ ସେମାନଙ୍କର ନାମ ଭୋଟର ତାଲିକାରେ ନାମ ଲେଖାଇ ପାରିବେ । ଏଥିସହ ଜାମ୍ମୁ କାଶ୍ମୀରରେ ହେବାକୁ ଥିବା ନିର୍ବାଚନରେ ମଧ୍ୟ ଭୋଟ୍‌ ଦେଇପାରିବେ । ରିପୋର୍ଟ ଅନୁଯାୟୀ, ସେ କହିଛନ୍ତି ଯେ ବାହାର ଲୋକଙ୍କୁ ଭୋଟର ଭାବରେ ତାଲିକାଭୁକ୍ତ କରିବା ପାଇଁ ବାସସ୍ଥାନ ଆବଶ୍ୟକ ନୁହେଁ ।
ସେ ଏହା ମଧ୍ୟ କହିଛନ୍ତି ଯେ ଜାମ୍ମୁ କାଶ୍ମୀରରେ ପୋଷ୍ଟ ହୋଇଥିବା ଅନ୍ୟ ରାଜ୍ୟର ସଶସ୍ତ୍ର ବାହିନୀର କର୍ମଚାରୀମାନେ ମଧ୍ୟ ଭୋଟର ତାଲିକାରେ ସେମାନଙ୍କ ନାମ ଯୋଡିପାରିବେ । ସ୍ଥାନୀୟ ଲୋକଙ୍କୁ ଭୋଟ୍‌ ଦେବା ପାଇଁ କୌଣସି ସମସ୍ୟା ନାହିଁ ବୋଲି ସେ କହିଛନ୍ତି । ଜାମ୍ମୁ କାଶ୍ମୀରରେ କିଏ କେତେ ଦିନ ବାସ କରୁଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ଜାମ୍ମୁ କାଶ୍ମୀରରେ ଅଣ-ସ୍ଥାନୀୟ ଲୋକ ରହୁଛନ୍ତି କି ନାହିଁ ତାହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବ । ଏପରିକି ଏଠାରେ ଭଡ଼ାରେ ରହୁଥିବା ଲୋକମାନେ ମଧ୍ୟ ଭୋଟ୍‌ ଦେଇପାରିବେ । ସୂଚନାଯେ, ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବାର ଏକମାତ୍ର ସର୍ତ୍ତ ହେଉଛି ବ୍ୟକ୍ତି ଜଣକ ତାଙ୍କ ଜନ୍ମ ରାଜ୍ୟରୁ ଭୋଟର ପଞ୍ଜୀକରଣକୁ ବାତିଲ କରିବାକୁ ହେବ । ଆୟୋଗର ଏହି ନିଷ୍ପତ୍ତି ସହିତ ପ୍ରାୟ ୨୦ରୁ ୨୫ଲକ୍ଷ ନୂତନ ଭୋଟର ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜେଡିର ଛ’ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ  :ଦେବୀ ପ୍ରସାଦଙ୍କୁ ଗଞ୍ଜାମ

ବିଜେଡିର ଛ’ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ :ଦେବୀ ପ୍ରସାଦଙ୍କୁ ଗଞ୍ଜାମ

Read More...

 ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ: ୧୫ ଦିନ ରିଲିଫ୍‌

ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ: ୧୫ ଦିନ ରିଲିଫ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page