କଲମ୍ବୋ: ଭାରତର ପଡୋଶୀ ଦେଶ ଶ୍ରୀଲଙ୍କା ପରିସ୍ଥିତିରେ କୌଣସି ପରିବର୍ତ୍ତନ ହେଉ ନାହିଁ । ବର୍ଷେ ହେଲା ଦେଶର ଆର୍ଥିକ ସ୍ଥିତି ବିଗିଡି ଯାଇଥିବା ବେଳେ ନାଗରିକଙ୍କ ଲାଗି ବିଦେଶରୁ ଅତ୍ୟାବଶକୀୟ ସାମଗ୍ରୀ ଆମଦାନୀ ଲାଗି ବୈଦେଶିକ ମୁଦ୍ରାଭଣ୍ଡାର ଖାଲି ହୋଇଯାଇଛ । ଉପୁଜିଥିବା ପରିସ୍ଥିତିରେ ସରକାର ଏବେ ଶ୍ରୀଲଙ୍କା ଏୟାର ଲାଇନ୍ସ ବିକ୍ରି କରିଦେବାକୁ ଯୋଜନାରେ ଅଛନ୍ତି । ଶ୍ରୀଲଙ୍କା ସରକାରୀ ବିମାନ କମ୍ପାନୀ ଗୁରୁତର କ୍ଷତିରେ ଚାଲିଛି । ଏଣୁ ଏଥିରୁ ସରକାର ନିଜକୁ ବାହାର କରି ନେଇ କମ୍ପାନୀକୁ ଘରୋଇକରଣ କରିବାକୁ ଯୋଜନା କରିଛନ୍ତି । ଦେଶ ଏବେ ନଗଦ ପାଇଁ ସଂଘର୍ଷ କରୁଥିବା ବେଳେ ଏୟାରଲାଇନ୍ସ ଚଳାଇବା ପାଇଁ ସରକାର ପଇସା କେଉଁଠୁ ଆଣିବେ ବୋଲି ଓଲଟା ପ୍ରଶ୍ନ କରିଛନ୍ତି ଶ୍ରୀଲଙ୍କା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ନିର୍ମଲ ସିରିପାଲା ଡିଦସିଲଭା ।