ନିକଟରେ ବାତ୍ୟା ହେବାର ସମ୍ଭାବନା ନାହିଁ । ବାତ୍ୟା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏଭଳି କିଛି ସୂଚନା ନଥିବା କହିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ସେ କହିଛନ୍ତି ଯେ ଆଇଏମଡି ବାତ୍ୟା ନେଇ କୌଣସି ଆକଳନ କରିନାହିଁ । ବାତ୍ୟା ସମ୍ପର୍କରେ ଆଇଲଏମଡି କୌଣସି ସୂଚନା ଜାରି କରି ନାହିଁ । ୮ ତାରିଖ ମଧ୍ୟରେ ଘୂର୍ଣ୍ଣିବଳୟ ବା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ବାତ୍ୟା ସୂଚନା ନାହିଁ କି ବାତ୍ୟା ନେଇ କିଛି ଆକଳନ କରାଯାଇନି । ଆସନ୍ତା ୧୦ କିମ୍ବା ୧୧ ତାରିଖରେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳରେ ମାଡ଼ ହୋଇପାରେ ବୋଲି ଚର୍ଚ୍ଚା ହେଉଥିଲା ।