ଚୀନ ଭୂକମ୍ପରେ ୪୬ ମୃତ

September 05, 2022, ବିଦେଶ, , Anupambharat News Bureau


ଚୀନ ଭୂକମ୍ପରେ ୪୬ ମୃତ
Anupambharat News Bureau
September 05, 2022


ବେଜିଂ: ଚୀନର ଦକ୍ଷିଣ-ପଶ୍ଚିମ ଭାଗରେ ଅବସ୍ଥିତ ସିଚୁଆନ ପ୍ରଦେଶର ରାଜଧାନୀ ନଗରୀ ଚିଙ୍ଗୁଡୁ ଠାରେ ଆଜି ଭୟଙ୍କର ଭୂକମ୍ପ ସୃଷ୍ଟି ହୋଇଛି । ଫଳରେ ଏହି ପ୍ରାକୃତିକ ବିପର୍ଯ୍ୟୟରେ ୪୬ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ଲୋକ ମାଟି ତଳେ ପୋତିହୋଇ ରହିଥିବା ଆଶଙ୍କା ଦେଖାଦେଇଛି । ଲକ୍‌ଡ଼ାଉନ ସ୍ଥିତିରେ ଗତି କରୁଥିବା ଚିଙ୍ଗୁଡୁ ଠାରେ ହିଁ ଏହି ଭୂକମ୍ପନ ସୃଷ୍ଟି ହୋଇଛି । ରିକଫର ସ୍କେଲରେ ଆଜିର ଭୂକମ୍ପର ତୀବ୍ରତା ୬.୮ ମାଗ୍ନିଚୁ୍ୟଡ ରେକର୍ଡ ହୋଇଥିବା ଜଣାଯାଇଛି । କାଙ୍ଗଡିଙ୍ଗ ନଗରୀ ଠାରୁ ଦକ୍ଷିଣପୂର୍ବ ଭାଗକୁ ପ୍ରାୟ ୪୩ କିଲୋମିଟର ପୂର୍ବ ପର୍ଯ୍ୟନ୍ତ ଏହି ଭୂକମ୍ପନ ପ୍ରଭାବିତ ହୋଇଥିଲା ବୋଲି ଆମେରିକୀୟ ଜିଓଲୋଜିକାଲ ସର୍ଭେ ପକ୍ଷରୁ କୁହାଯାଇଛି । ସୂଚନାଥାଉକି ସିଚୁଆନ୍‌ ଅଞ୍ଚଳରେ ଭୟଙ୍କର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏଥିରେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଭୂମିକମ୍ପର କେନ୍ଦ୍ରସ୍ଥଳୀ ଲୁଡିଙ୍ଗ କାଉଣ୍ଟି ଥିବା ଜଣାପଡିଛି । ମୁତାବକ, ଆଜି ମଧ୍ୟହ୍ନରେ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା । ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ବହୁ ବଡ଼ ବଡ଼ କୋଠା ଥରିବାକୁ ଲାଗିଥିଲା । ଏହା ଦେଖି ଲୋକମାନେ ଭୟରେ ବାହାରକୁ ଚାଲି ଆସିଥିଲେ । ଭୂକମ୍ପରେ ୪୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଇଛି । ଅନେକ ସ୍ଥାନରେ କ୍ଷୟକ୍ଷତି ହୋଇଛି । ବଡ଼ ବଡ଼ କୋଠା ଗୁଡ଼ିକ ସବୁ ଭାଙ୍ଗି ଯାଇଛି । ରାସ୍ତାରେ ପାହାଡ଼ ଉପରୁ ପଥର ଖସି ଟ୍ରାଫିକ୍‌ ଜାମ୍‌ ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସିଚୁଆନ୍‌ ପ୍ରାନ୍ତ ଯେଉଁଠାରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି, ତାହା ତି³ତର ପାହାଡରେ ଅବସ୍ଥିତ । ୨୦୦୮ରେ ମଧ୍ୟ ଏଠାରେ ଏକ ଭୟଙ୍କର ଭୂକମ୍ପ ହୋଇଥିଲା, ଯେଉଁଥିରେ ପ୍ରାୟ ୭୦ ହଜାର ଲୋକ ପ୍ରାଣ ହରାଇଥିଲେ । ୨୦୧୩ ମଧ୍ୟ ସମାନ ଅଞ୍ଚଳରେ ରିକଫର ସ୍କେଲରେ ୭ ତୀବ୍ରତାର ସହ ଭୂମିକମ୍ପ ହୋଇଥିଲା । ଏଥିରେ ୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୯ରୁ ପ୍ରବଳ ବର୍ଷା : ୨୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

୯ରୁ ପ୍ରବଳ ବର୍ଷା : ୨୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Read More...

ଲିଜ୍‌ ଟ୍ରସ୍‌ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ଲିଜ୍‌ ଟ୍ରସ୍‌ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page