ବିଧାୟକ ଓ ପୂର୍ବତନ ବିଧାୟକଙ୍କ ସ୍ୱାସ୍ଥ୍ୟବୀମା ବୃଦ୍ଧି

September 07, 2022, ଓଡ଼ିଶା, , Anupambharat News Bureau


ବିଧାୟକ ଓ ପୂର୍ବତନ ବିଧାୟକଙ୍କ ସ୍ୱାସ୍ଥ୍ୟବୀମା ବୃଦ୍ଧି
Anupambharat News Bureau
September 07, 2022


ଭୁବନେଶ୍ୱର, ୭ା୯(ଅନୁପମ ମିଡ଼ିଆ): ­ ରାଜ୍ୟର ବିଧାୟକ ବିଧାୟିକା ଏବଂ ପୂର୍ବତନ ବିଧାୟକ ବିଧାୟିକା ମାନଙ୍କ ସ୍ୱାସ୍ଥ୍ୟବୀମା ରାଶି ୫ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି ପାଇଛି । ଏସମ୍ପର୍କିତ ପ୍ରସ୍ତାବକୁ ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅନୁମୋଦନ କରିଛନ୍ତି । ଏହାଫଳରେ ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କୁ ବାଦଦେଇ ୧୨୪ ଜଣ ବିଧାୟକ/ବିଧାୟିକା ଏବଂ ତାଙ୍କର ୮୮ ଜଣ ପତି/ପତ୍ନୀ, ଏହିପରି ମୋଟ ୨୧୨ ଜଣଙ୍କୁ ଏହି ବର୍ଦ୍ଧିତ ସ୍ୱାସ୍ଥ୍ୟବୀମାର ସୁବିଧା ମିଳିବ । ଏଥି ସହିତ ଓଡ଼ିଶା ବିଧାନସଭାର ୩୧୭ ଜଣ ପୂର୍ବତନ ବିଧାୟକ/ବିଧାୟିକା ଏବଂ ସେମାନଙ୍କର ୨୪୫ ଜଣ ପତି/ପତ୍ନୀ, ଏହିପରି ମୋଟ ୫୬୨ ଜଣ ଏହି ବର୍ଦ୍ଧିତ ସ୍ୱାସ୍ଥ୍ୟବୀମାର ସୁବିଧା ପାଇବେ ।ଓଡ଼ିଶା ବିଧାନସଭାର ସଦସ୍ୟ/ସଦସ୍ୟା ଏବଂ ପୂର୍ବତନ ସଦସ୍ୟ/ସଦସ୍ୟାମାନଙ୍କ ନିମନ୍ତେ ସରକାରଙ୍କ ତରଫରୁ ୨୦୧୨-୧୩ ଆର୍ଥିକ ବର୍ଷରୁ ରାଷ୍ଟ୍ରୀୟ ବୀମା କମ୍ପାନୀ ମାଧ୍ୟମରେ ସ୍ୱାସ୍ଥ୍ୟବୀମାର ସୁବିଧା ଯୋଗାଇ ଦିଆଯାଉଛି । ଚଳିତ ଆର୍ଥିକ ବର୍ଷ ପାଇଁ ମଧ୍ୟ ପ୍ରତ୍ୟେକ ସଦସ୍ୟ/ସଦସ୍ୟା ଏବଂ ପୂର୍ବତନ ସଦସ୍ୟ/ସଦସ୍ୟା ଏବଂ ସେମାନଙ୍କର ପତି/ପତ୍ନୀଙ୍କ ନିମନ୍ତେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ସୁବିଧା ଦିଆଯାଉଥିଲା । ସ୍ୱାସ୍ଥ୍ୟସେବାର ବ୍ୟୟବୃଦ୍ଧି ଦୃଷ୍ଟିରୁ ବିଧାୟକ ଏବଂ ପୂର୍ବତନ ବିଧାୟକମାନେ ଏହି ସ୍ୱାସ୍ଥ୍ୟବୀମା ରାଶିର ପରିମାଣ ବୃଦ୍ଧି କରିବା ନିମନ୍ତେ ବାରମ୍ବାର ଦାବି କରିଆସୁଥିଲେ । ତଦନୁଯାୟୀ ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ସ୍ୱାସ୍ଥ୍ୟବୀମା ରାଶିକୁ ୫ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ନିମନ୍ତେ ପ୍ରସ୍ତାବ ରାଜ୍ୟ ସରକାରଙ୍କ ବିଚାର ନିମନ୍ତେ ଉପସ୍ଥାପନ କରାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦକ୍ଷିଣ ଓଡ଼ିିଶା ଉପକୂଳରେ ସକ୍ରିୟ ଅବପାତ

ଦକ୍ଷିଣ ଓଡ଼ିିଶା ଉପକୂଳରେ ସକ୍ରିୟ ଅବପାତ

Read More...

୯ରୁ ବଢିବ ବର୍ଷା

୯ରୁ ବଢିବ ବର୍ଷା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page