ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଦେହାନ୍ତ

September 11, 2022, ଓଡ଼ିଶା, , Anupambharat News Bureau


ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ  ସରସ୍ୱତୀଙ୍କ ଦେହାନ୍ତ
Anupambharat News Bureau
September 11, 2022


ନୂଆଦିଲ୍ଲୀ,୧୧ା୯: ହିନ୍ଦୁ ଧର୍ମର ଜଣେ ବିଶିଷ୍ଟ ଆଧ୍ୟାତ୍ମିକ ବ୍ୟକ୍ତ ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ରବିବାର ୯୯ ବର୍ଷ ବୟସରେ ପରଲୋକ ଘଟିଛି । ମଧ୍ୟପ୍ରଦେଶର ନିରସିଂହପୁରରେ ତାଙ୍କର ଦେହାନ୍ତ ହୋଇଛି । ବାର୍ଦ୍ଧକ୍ୟଜନିତ ଶାରିରୀକ ଅସୁସ୍ଥତା କାରଣରୁ ଶଙ୍କରାଚାର୍ଯ୍ୟ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହୃଦଘାତ ଯୋଗୁ ତାଙ୍କର ମୃତୁ୍ୟ ଘଟିଥିବା କୁହାଯାଇଛିି । ଆଜି ଅପରାହ୍ନ ପ୍ରାୟ ୩ଟା ୫୦ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ସ୍ୱରୂପାନନ୍ଦ ସରସ୍ୱତୀଙ୍କ ସୋମବାର ବିଧି ଅନୁଯାୟୀ, ଅନ୍ତିମ ସଂସ୍କାର କରାଯିବ । ଗତ କିଛି ବର୍ଷ ହେଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ନଥିଲା ।
ସ୍ୱ୍ୱରୂପାନନ୍ଦ ସରସ୍ୱତୀଙ୍କ ପରଲୋକରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ଗଭୀର ଶୋକ ପ୍ରକାଶ କରିଛନ୍ତି । ୧୯୨୪ ସେମପେଫମ୍ବର ୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ସ୍ୱରୂପାନନ୍ଦ । ମାତ୍ର ନ’ ବର୍ଷ ବୟସରେ ସେ ଭଗବାନଙ୍କ ଅନେ୍ୱଷଣରେ ଘର ଛାଡ଼ି ଚାଲିି ଯାଇଥିଲେ ।
କିଛି ଦିନ ପୂର୍ବରୁ, ସେ ନିଜର ୯୯ତମ ଜନ୍ମଦିନ ପାଳନ କରିଥିଲେ । ସେ ଦ୍ୱାରକା ଏବଂ ଜ୍ୟୋର୍ତିମଠର ଶଙ୍କରାଚାର୍ଯ୍ୟ ଥିଲେ । ଦେଶକୁ ସ୍ୱାଧୀନତା ଦେବା ପାଇଁ ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ମଧ୍ୟ ବ୍ରିଟିଶମାନଙ୍କ ସହ ମୁହାଁମୁହିଁ ହୋଇଥିଲେ । ପିଲାଦିନେ ତାଙ୍କର ନାମ ପୋଥିରାମ ଥିଲା । ସେ କାଶୀରେ କରପାତ୍ରୀ ମହାରାଜଙ୍କଠାରୁ ଧର୍ମ ଶିକ୍ଷା କରିଥିଲେ । ସେ ୧୯୪୨ମସିହାରେ ଭାରତ ଛାଡ୍‌ ଆନ୍ଦୋଳନରେ ମଧ୍ୟ ଯୋଗ ଦେଇଥିବା ବେଳେ ତାଙ୍କୁ ଦୁଇଥର ଜେଲ ଯିବାକୁ ପଡିଥିଲା । ୧୯୮୯ରେ ସେ ଶଙ୍କରାଚାର୍ଯ୍ୟ ଆଖ୍ୟା ପାଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜେଇଇ ଆଡଭାନ୍ସ ରେଜଲଫ: ଆର୍‌କେ. ଶିଶିର ଟªର

ଜେଇଇ ଆଡଭାନ୍ସ ରେଜଲଫ: ଆର୍‌କେ. ଶିଶିର ଟªର

Read More...

ଦକ୍ଷିଣ ଓଡ଼ିିଶା ଉପକୂଳରେ ସକ୍ରିୟ ଅବପାତ

ଦକ୍ଷିଣ ଓଡ଼ିିଶା ଉପକୂଳରେ ସକ୍ରିୟ ଅବପାତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page