ଚିତ୍ତାକର୍ଷକ ଏୟାର ଶୋ

September 16, 2022, ଓଡ଼ିଶା, , Anupambharat News Bureau


ଚିତ୍ତାକର୍ଷକ ଏୟାର ଶୋ
Anupambharat News Bureau
September 16, 2022


ଭୁବନେଶ୍ୱର,୧୬ା୯(ଅନୁପମ ମିଡ଼ିଆ): ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଅବସରରେ ଆଜି ଭୁବନେଶ୍ୱର ଉପକଣ୍ଠ ଜରିପାଟଣା ନିକଟସ୍ଥ ବାଲିଯାତ୍ରା ପଡିଆଠାରେ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍‌ ଟିମ୍‌ ଆକାଶମାର୍ଗରେ ଦୁଃସାହସିକ ତଥା ଚିତ୍ତାକର୍ଷକ ସମରକଳା ପ୍ରଦର୍ଶନ କରିଛନ୍ତି ।
ସକାଳ ୧୦ ଟା ୧୮ ମିନିଟ୍‌ ସମୟରେ ପ୍ରଦର୍ଶନୀ ସ୍ଥଳରେ ସୂର୍ଯ୍ୟକିରଣ ଟିମର ୨ଟି ହକ୍‌ ଏୟାର ଉଡାଜାହାଜ କୁଆଖାଇ ନଦୀ ଉପରେ ବିଭିନ୍ନ ପ୍ରକାର ସାହସିକତା ପ୍ରଦର୍ଶନର ସହ ବିମାନ ଉଡାଣ କରିଥିଲେ, ଯାହାକୁ ନଦୀର ଉଭୟ ପାଶ୍ୱର୍ରେ ଥିବା ଲକ୍ଷାଧିକ ଜନସାଧାରଣ ଉପସ୍ଥିତ ରହି ମନଭରି ଉପଭୋଗ କରିଥିଲେ । ଭାରତୀୟ ବାୟୁସେନାର ପରିଚାଳନାରେ ଓଡିଶା ରାଜ୍ୟ ପ୍ରଶାସନର ବିଭିନ୍ନ ବିଭାଗର ସହଯୋଗରେ ଏହି ଏୟାର ଶୋ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସମେତ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟ, ବିଭିନ୍ନ ବରିଷ୍ଠ ପ୍ରଶାସନିକ ଅଧୁକାରୀ, ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ବହୁସଂଖ୍ୟାରେ ଯୋଗଦେଇଥିଲେ । ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ଜାତୀୟ ପତାକା ଧରି ‘ମା ତୁଝେ ସଲାମ’ ଦେଶାତ୍ମବୋଧ ସଂଗୀତର ଧୁନ୍‌ ତାଳେ ତାଳେ ସୂର୍ଯ୍ୟକିରଣ ଟିମ୍‌କୁ ସ୍ୱାଗତ କରିଥିଲେ । କ୍‌ାଡର୍ସ ଲିଡର ଏ.ସାଲାରିଆ, କ୍‌ାଡର୍ଷ ଲିଡର ପି.ଭରଦ୍ୱାଜ, ଉଇଙ୍ଗ କମାଣ୍ଡର ଏ.ଯାଦବ, ଗୁପ୍ତ କ୍ୟାପଟେନ୍‌ ଜି.ଏସ୍‌.ନ, ଉଇଙ୍ଗ କମାଣ୍ଡର ଆର୍‌.ବରଡୋଲୋଲ, ଉଇଙ୍ଗ କମାଣ୍ଡର ଏ.ଗାଓକର, ସ୍‌ାଡର୍ସ ଲିଡର ଡି.ଗର୍ଗ, ସ୍‌ାଡର୍ସ ଲିଡର ଏମ୍‌ ଭାଲା, ସ୍‌ାଡର୍ସ ଲିଡର ଏ.ଗର୍ଗ, ଡର୍ସ ଲିଡର ଏଚ୍‌.ସିଂ, ଉଇଙ୍ଗ କମାଣ୍ଡର ଏନ୍‌. ନେଗୀ, ସ୍ୱାଡର୍ସ ଲିଡର ସୁଦରର୍ଶନ, ଉଇଂ କମାଣ୍ଡର ଏ.ପ୍ରସାଦ, ୱାଡର୍ସ ଲିଡର ଏଚ୍‌, ଚନ୍ଦେଲ, ଉଇଙ୍ଗ କମାଣ୍ଡର ଏନ୍‌. ରାଇନା (ସିନିୟର ଟେକ୍‌ନିକାଲ ଅଫିସର), ସ୍କାଡ ଲିଡର ଏସ୍‌. ଦୟାଲ (ଇଂଜିନିୟରିଂ ଅଫିସର), ଫ୍ଲାଇଟ୍‌ ଲେପଫନାଣ୍ଟ ଆର୍‌. ଗୁରୁଙ୍ଗ ପ୍ରମୁଖ ଆକାଶ ମାର୍ଗରେ ଏହି ଦୁଃସାହସିକ ଉଡାଣରେ ସାମିଲ ହୋଇଥିଲେ । ସୂର୍ଯ୍ୟକିରଣ ଟିମକୁ ଏୟାର ମାର୍ଶାଲ, ଏୟାର ଅଫିସର କମାଣ୍ଡି, ଇଷ୍ଟର୍ଣ୍ଣ ଏୟାର କମାଣ୍ଡ ଦିଲ୍ଲୀପ କୁମାର ପଟ୍ଟନାୟକ, ଗୁପ୍‌ କ୍ୟାପଟେନ୍‌ ଆର୍‌. ଏସ୍‌, ରାଓ, ଉଇଙ୍ଗ କମାଣ୍ଡର ସୁନ୍ଦର, ଉଇଙ୍ଗ କମାଣ୍ଡର ଦର ଏବଂ ଡର୍ଣ ଲିଡର ଗୋପାଳ ଆୟାର, ଙ୍କାଇଟ୍‌ ଲେପଫନାଣ୍ଟ ତେଜପାଲ, ଫ୍ଲାଇଂ ଅଫିସର ସଞ୍ଜୟ କୁମାର ପ୍ରମୁଖ ଉପସ୍ଥିତ ରହି ଗତକାଲି ଉଡାଣ ଅଭ୍ୟାସ ଏବଂ ଆଜିର ଉଡାଣ କାର୍ଯ୍ୟ ପରିଚାଳନା କରିଥିଲେ । ଲେଫଫନାଣ୍ଟ ରିମା ଭାରତୀୟ ସୂର୍ଯ୍ୟକିରଣ ଟିମ୍‌ ତରଫରୁ ବିମାନଗୁଡିକ ଆକାଶରେ ଚିତ୍ତାକର୍ଷକ ଶୋ ପ୍ରଦର୍ଶନ କରୁଥିବା ସମୟରେ ଧାରା ବିବରଣୀ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବହୁ ଜନ ସମାଗମକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ, ଅତିରିକ୍ତ ଡିସିପି ସଂଜୀବ ଶତପଥୀଙ୍କ ନେତୃତ୍ୱରେ ଟ୍ରାଫିକ୍‌ ନିୟନ୍ତ୍ରଣ ଓ ଶୃଙ୍ଖଳା ରକ୍ଷା ପାଇଁ କାର୍ଯ୍ୟକ୍ରମ ସ୍ଥଳରେ ବେରିକେଟିଂ ବ୍ୟବସ୍ଥା ସହ ବ୍ୟାପକ ପୋଲିସ୍‌ ମୁତୟନ ସହ ସମସ୍ତ କାର୍ଯ୍ୟକ୍ରମର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କରିଥିଲେ ।
ପୂର୍ତ୍ତ ବିଭାଗ ତରଫରୁ ବାଲିଯାତ୍ରା ପଡିଆରେ ବେରିକେଟିଂ ବ୍ୟବସ୍ଥା, ମଞ୍ଚ ପ୍ରସ୍ତୁତି, ଅତିଥ୍ୟ ଓ ପଦାଧିକାରୀମାନଙ୍କ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଥିଲା । ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଏହି କାର୍ଯ୍ୟକ୍ରମ ନିମନ୍ତେ ଲାଇଭ୍‌ କମନ୍‌ ଫିଡ୍‌ ସିଷ୍ଟମ ଜରିଆରେ କାର୍ଯ୍ୟକ୍ରମର ସିଧାପ୍ରସାରଣ ଆୟୋଜନ କରାଯିବା ସହ ଆନୁଷଙ୍ଗିକ ସହଯୋଗ ପ୍ରଦାନ କରାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜଳବାୟୁ ପରିବର୍ତ୍ତନରୁ ଦୁଇଗୁଣ ବୃଦ୍ଧି ପାଇଛି କ୍ଷୁଧା : ରିପୋର୍ଟ

ଜଳବାୟୁ ପରିବର୍ତ୍ତନରୁ ଦୁଇଗୁଣ ବୃଦ୍ଧି ପାଇଛି କ୍ଷୁଧା : ରିପୋର୍ଟ

Read More...

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା: ବୀମା ରାଶି ଦଶ ଲକ୍ଷକୁ ବୃଦ୍ଧି ସମ୍ଭାବନା

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା: ବୀମା ରାଶି ଦଶ ଲକ୍ଷକୁ ବୃଦ୍ଧି ସମ୍ଭାବନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page