ସ୍ମୃତି ଇରାନୀଙ୍କ ଘନିଷ୍ଠ ସହଯୋଗୀଙ୍କୁ ହତ୍ୟା

May 27, 2019, ଦେଶ, , Anupambharat News Bureau


ସ୍ମୃତି ଇରାନୀଙ୍କ ଘନିଷ୍ଠ ସହଯୋଗୀଙ୍କୁ ହତ୍ୟା
Anupambharat News Bureau
May 27, 2019

ଆମେଠି: କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ହରାଇ କଂଗ୍ରେସ ଗଡ଼ ‘ଆମେଠି’ରେ ପଦ୍ମ ପତାକା ଉଡ଼ାଇଥିବା ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ତାଙ୍କ ନାଁ ସୁରେନ୍ଦ୍ର ସିଂହ । ସେ ହେଉଛନ୍ତି ଆମେଠିର ବରୌଲିଆ ଗାଁର ପୂର୍ବତନ ମୁଖିଆ । ଗତକାଲି ବିଳମ୍ବିତ ରାତିରେ ସୁରେନ୍ଦ୍ର ତାଙ୍କ ଘର ବାହାରେ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆମେଠି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଲକ୍ଷ୍ନୌ ପଠାଯାଇଥିଲା । ତେବେ ସେଠାକୁ ଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ବରୌଲିଆ ଗାଁ ସହିତ ଆଖପାଖ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି । ପୁଲିସ୍‌ ଏ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି । ପୁଲିସ୍ର କହିବା ଅନୁଯାୟୀ, ଦୁର୍ବୃତ୍ତମାନେ ବାଇକ୍‌ରେ ଆସିଥିଲେ । ନିର୍ବାଚନ ବେଳେ ସ୍ମୃତି ଇରାନୀଙ୍କ ପ୍ରଚାରରେ ସୁରେନ୍ଦ୍ର ବଡ଼ ଭୂମିକା ଗ୍ରହଣ କରିଥିଲେ । କେବଳ ବରୌଲିଆ ନୁହେଁ, ଆଖପାଖ ଅନେକ ଗାଁରେ ତାଙ୍କର ଭଲ ପ୍ରଭାବ ରହିଥିଲା । କୁହାଯାଉଛି, ତାଙ୍କର ଏହି ପ୍ରଭାବର ଫାଇଦା ସ୍ମୃତିଙ୍କୁ ଭୋଟ୍‌ ଆକାରରେ ମିଳିଥିଲା । ସୂଚନାଯୋଗ୍ୟ, ଆମେଠି ଲୋକସଭା ଆସନରେ ଏହା ପୂର୍ବରୁ (ଚଳିତ ନିର୍ବାଚନକୁ ଛାଡ଼ି) ୧୬ଟି ର୍ନିବାଚନ ଓ ୨ଟି ଉପ-ନିର୍ବାଚନ ହୋଇଛି । ଏଥିରୁ କଂଗ୍ରେସ ୧୬ ଥର ବିଜୟୀ ହୋଇଛିଛ ୧୯୭୭ରେ ଲୋକଦଳ ଓ ୧୯୯୮ରେ ବିଜେପି ପ୍ରାର୍ଥୀ ଏଠାରୁ ବିଜୟୀ ହୋଇଥିଲେଛ କଂଗ୍ରେସର ଦୁର୍ଗ ଭାବେ ଜଣାଣୁଣା ଏହି ଆସନରୁ ସଞ୍ଜୟ ଗାନ୍ଧି, ରାଜୀବ ଗାନ୍ଧି, ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ପ୍ରମୁଖ ସାଂସଦ ହୋଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପଶି ଆସିଛନ୍ତି ଆଇଏସ୍‌ ଆତଙ୍କବାଦୀ , କେରଳରେ ହାଇ ଆଲର୍ଟ ଜାରି

ପଶି ଆସିଛନ୍ତି ଆଇଏସ୍‌ ଆତଙ୍କବାଦୀ , କେରଳରେ ହାଇ ଆଲର୍ଟ ଜାରି

Read More...

ଭାରତ ବିପକ୍ଷ ପରାଜୟ ଧାରା ଭାଙ୍ଗିବ ପାକିସ୍ତାନ: ଇଞ୍ଜାମାମ୍‌

ଭାରତ ବିପକ୍ଷ ପରାଜୟ ଧାରା ଭାଙ୍ଗିବ ପାକିସ୍ତାନ: ଇଞ୍ଜାମାମ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page