ୱାସିଂଟନ:ଭାରତ ସରକାର ଗ୍ରହଣ କରିଥିବା ଡାଇରେଟ କ୍ୟାସ ଟ୍ରନ୍ସଫର ଓ ଏଭଳି ଅନ୍ୟ ସାମାଜିକ ମଙ୍ଗଳ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି(ଆଇଏମଏଫ) କହିଛି । ଏହି କାରଣରୁ ଭାରତ ଠାରୁ ଏସମ୍ପର୍କରେ ଅନେକ କଥା ଶିଖିବାର ରହିଛି । ଏଥିସହ ବିଶ୍ୱର ଅନେକ ଦେଶରେ ଗ୍ରହଣ କରାଯାଇବା ପଦକ୍ଷେପରୁ ମଧ୍ୟ ଶିଖିବାର ଅଛି । ଭାର୍ତ ସରକାର ଗ୍ରହଣ କରିଥିବା ପଦକ୍ଷେପ ବେଶ ଆକର୍ଶଣୀୟ ବୋଲି ଆଇଏମଏଫର ଆର୍ଥିକ ବ୍ୟାପାର ଡେପୁଟି ଡାଇରେକଫର ପାଉଲୋ ମାଓର କହିଛନ୍ତି ।
ଭାରତର ଆୟତନକୁ ବିଚାରକୁ ନେଲେ ଏହା ଏକ ଯୁଗାନ୍ତକାରୀ କାର୍ଯ୍ୟକ୍ରମ । ଏତେ ଲୋକଙ୍କୁ ଏଭଳି ସାମାଜିକ କାର୍ଯ୍ୟକ୍ରମରେ ସାମିଲ କରାଯିବା ଅତ୍ୟନ୍ତ କଷ୍ଟକର ହୋଇଥିଲେ ମଧ୍ୟ ସଫଳତାର ସହ କରାଯାଇଥିବାରୁ ଏହା ବେଶ ଆକର୍ଶଣୀୟ ବୋଲି ସେ କହିଛନ୍ତି ।