ଭୁବନେଶ୍ୱର, ୧୬ା୧୦(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ରାଜଧାନୀ ଭୁବନେଶ୍ୱରର ଚନ୍ଦକ ଶିଳ୍ପାଞ୍ଚଳରେ ଆଇବିଏମର ଭୁବନେଶ୍ୱର କାର୍ଯ୍ୟାଳୟକୁ ଉଦ୍ଘାଟନ କରିଛନ୍ତି । ଏହି କେନ୍ଦ୍ରରେ ୫୦୦ କର୍ମଚାରୀଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳି ପାରିବ ।
ଉଦ୍ଘଟନୀ ଉତ୍ସବରେ ନବୀନ କହିଛନ୍ତି ଯେ, ଆଇଟି ପ୍ରତିଭାରେ ଭରପୂର ଓଡ଼ିଶାର ଅନୁକୂଳ ପରିବେଶରେ କାମ କରିବା ପାଇଁ ଅଧିକରୁ ଅଧିକ ସଂସ୍ଥା ଆଗ୍ରହ ପ୍ରକାଶ କରୁଛନ୍ତି । ଆଗାମୀ ଦିନରେ ଆମ ରାଜ୍ୟ ଦେଶର ପ୍ରମୁଖ ବୈଷୟିକ ସମ୍ବଳ କେନ୍ଦ୍ର (ଟେକ୍ନୋଲୋଜି ରିସୋର୍ସ ହବ୍)ରେ ପରିଣତ ହେବାକୁ ଯାଉଛି ଏଥିରେ କୌଣସି ସନ୍ଦେହ ନାହିଁ ।
ଦେଶର ପୂର୍ବ ଭାଗରେ ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ଆଇବିଏମର ଏହ ପ୍ରଥମ ଶାଖା କାର୍ଯ୍ୟାଳୟ । କାର୍ଯ୍ୟାଳୟ ଉଦ୍ଘାଟନ ସମୟରେ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଆଇଟି ସଚିବ ମଧ୍ୟ ଉପସ୍ଥିତ ଥିଲେ ।