ବାତ୍ୟାର ରୂପ ନେଲା ଅବପାତ :ବନ୍ଦର ଗୁଡିକୁ ବିପଦ ସଙ୍କେତ ଜାରି

October 23, 2022, ଓଡ଼ିଶା, , Anupambharat News Bureau


ବାତ୍ୟାର ରୂପ ନେଲା ଅବପାତ :ବନ୍ଦର ଗୁଡିକୁ ବିପଦ ସଙ୍କେତ ଜାରି
Anupambharat News Bureau
October 23, 2022


ଭୁବନେଶ୍ୱର ,୨୩ା୧୦(ଅନୁପମ ମିଡ଼ିଆ): ­ ଗଭୀର ଅବପାତ, ବାତ୍ୟା ‘ସିତ୍ରାଙ୍ଗ’ରେ ପରିଣତ ହୋଇଛି । ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ବାତ୍ୟାରେ ପରିଣତ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସାଗର ଦ୍ୱୀପର ଦକ୍ଷିଣକୁ ୫୮୦ କିମି ଦୂରରେ ଏବଂ ବାଂଲାଦେଶର ବରିସାଲ ଠାରୁ ୭୪୦ କିମି ଦୂରରେ ରହିଛି ବାତ୍ୟା ସିତ୍ରାଙ୍ଗ । ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ବାଂଲାଦେଶ ଉପକୂଳ ଛୁଇଁବ । ଓଡ଼ିଶାରେ ବାତ୍ୟା ସିତ୍ରାଙ୍ଗର ବିଶେଷ ପ୍ରଭାବ ପଡ଼ିବ ନାହିଁ । ବର୍ଷାର ମଧ୍ୟ ବିଶେଷ ପ୍ରଭାବ ନାହିଁ । ୨୪ରେ ସାମାନ୍ୟ ପ୍ରଭାବ ରହିବ ବୋଲି ଅନୁମାନ କରାଯାଉଛି । ଗତକାଲିର ଅବପାତ ଆଜି ସକାଳେ ଗଭୀର ଅବପାତରେ ପରିଣତ ହୋଇଛି । ଗତ ୬ ଘଣ୍ଟା ଭିତରେ ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୨୦ କିମି ବେଗରେ ବାତ୍ୟା ଗତି କରୁଛି । ଏହାର ପ୍ରଭାବରେ ଆଜି ରାତିରୁ ଉପକୂଳରେ ବର୍ଷା ହୋଇପାରେ । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆସନ୍ତାକାଲି ଦୀପାବଳିରେ ଉପକୂଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଉତ୍ତର-ଉପକୂଳରେ ସାମାନ୍ୟ ଅଧିକ ପ୍ରଭାବ ରହିବ । ରାଜ୍ୟର ସମସ୍ତ ସାମୁଦ୍ରିକ ବନ୍ଦର ଗୋପାଳପୁର, ପାରାଦ୍ୱୀପ, ପୁରୀ ଏବଂ ଧାମରା ବନ୍ଦର ପାଇଁ ବିପଦ ସଙ୍କେତ-୩ ଜାରି କରାଯାଇଛି ।
ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଏହା ସକ୍ରିୟ ଅଛି । ଆଗାମୀ ୧୨ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବ ଓ ବାତ୍ୟାର ରୂପ ନେବାର ସମ୍ଭାବନା ରହୁଛି । ଆଗାମୀ ୧୨ ଘଣ୍ଟା ପର୍ଯ୍ୟନ୍ତ ଏହା ଉତ୍ତର ପଶ୍ଚିମ ଦିଗରେ ରହିବା ନେଇ ଅନୁମାନ କରାଯାଉଛି । ବାତ୍ୟାରେ ପରିଣତ ହେବା ପରେ ଗତିର ଦିଗ ପରିବର୍ତ୍ତନ ହେବ । ଉତ୍ତର ପୂର୍ବ ଦିଗରେ ୨୫ ସକାଳ ପର୍ଯ୍ୟନ୍ତ ଗତି କରିବ ।
ପାଣିପାଗ ବିଜ୍ଞାନୀ ଭବାନୀ ଶଙ୍କର ଦାସ କହିଛନ୍ତି, ବର୍ତ୍ତମାନ ଓଡ଼ିଶା ପାଖରୁ ପାଖାପାଖି ୫୦୦ କିମି ଦୂରରେ ଅଛି । ଗତିପଥ ପରିବର୍ତ୍ତନ କଲା ପରେ ଓଡ଼ିଶା ଉପକୂଳରୁ ୨୦୦ରୁ ୨୫୦ କିମି ଦୂରରେ ରହିବ । ଉପକୂଳବର୍ତ୍ତୀ ଜିଲ୍ଲାରେ ଏହା ବିଶେଷ ପ୍ରଭାବ ପକାଇବ । ଆଜି ଦିନତମାମ ଉପକୂଳ ଓଡ଼ିଶାରେ ଆକାଶ ମେଘୁଆ ରହିବ । ଆସନ୍ତାକାଲି ପୁରୀ, କେନ୍ଦ୍ରାପଡ଼ା, ବାଲେଶ୍ୱର, କଟକ, ଯାଜପୁର, ଭଦ୍ରକ ଓ ଜଗତସିଂହପୁରରେ ପ୍ରବଳ ବର୍ଷାର ସମ୍ଭାବନା ଅଛି । ୨୫ ତାରିଖ ପରଠାରୁ ବର୍ଷାର ପ୍ରଭାବ କମିବ । ଆଜିଠାରୁ ଉପକୂଳ ଓଡ଼ିଶାରେ ପବନର ଘଣ୍ଟା ପ୍ରତି ବେଗ ୩୫ରୁ ୪୫ କିମି ରହିବ । ସର୍ବାଧିକ ୫୫ କିମି ଯାଏଁ ପବନର ବେଗ ଯିବ । ଆସନ୍ତାକାଲି ପବନର ବେଗ ଘଣ୍ଟା ପ୍ରତି ସର୍ବାଧିକ ୬୫ କିମି ରହିବା ସମ୍ଭାବନା ଅଛି । ଏହି କାରଣରୁ ୨୫ ତାରିଖ ଯାଏଁ ମସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରିଟେନରେ ସୁନକ ଶାସନ ଆରମ୍ଭ

ବ୍ରିଟେନରେ ସୁନକ ଶାସନ ଆରମ୍ଭ

Read More...

୩୦ ଆଇଏଏସ୍‌ଙ୍କୁ ୩୦ ଜିଲ୍ଲା ଦାୟିତ୍ୱ

୩୦ ଆଇଏଏସ୍‌ଙ୍କୁ ୩୦ ଜିଲ୍ଲା ଦାୟିତ୍ୱ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page