ଆଜି ଏଆଇସିସି ସଭାପତି ଦାୟିତ୍ୱ ନେବେ ଖଡଗେ

October 25, 2022, ଦେଶ, , Anupambharat News Bureau


ଆଜି ଏଆଇସିସି ସଭାପତି ଦାୟିତ୍ୱ ନେବେ ଖଡଗେ
Anupambharat News Bureau
October 25, 2022


ନୂଆଦିଲ୍ଲୀ,୨୫ା୧୦ : ଦେଶର ବହୁ ପୁରତନ ରାଜନୈତିକ ଦଳ ଭାରତୀୟ ଜାତୀୟ କଂଗ୍ରେସ ତଥା କଂଗ୍ରେସ ଦଳର ନୂତନ ସଭାପତି ଭାବେ ମଲ୍ଲିକାର୍ଜୁନ ଖଡ୍‌ଗେ ନିର୍ବାଚିତ ହେବା ପରେ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱଗ୍ରହଣ କରିବେ । ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ଏହି ମୁଖ୍ୟ ପଦବି ଗ୍ରହଣ କରିବା ପରେ ତାଙ୍କ ନିକଟରେ ଦଳର ଭାବମୂର୍ତ୍ତୀ ସୁଧାରିବା ପାଇଁ ବହୁ ଚ୍ୟାଲେଞ୍ଜ ରହିଛି । ଦୀର୍ଘ ୨୦ ବର୍ଷର ବ୍ୟବଧାନ ପରେ ଅଣଗାନ୍ଧି ପରିବାରର ଜଣେ ସଦସ୍ୟ କଂଗ୍ରେସ ଦଳର ଦାୟିତ୍ୱଗ୍ରହଣ କରିଛନ୍ତି । ତେଣୁ ସମସ୍ତ ସଦସ୍ୟ ଓ ଦଳୀୟ କର୍ମୀମାନଙ୍କୁ ନେଇ ସମନ୍ୱୟ ରକ୍ଷା କରି ସମଗ୍ର ଦେଶରେ କଂଗ୍ରେସ ଦଳର ନେଟୱାର୍କକୁ ଅଧିକ ବ୍ୟାପକ କରିବା ଦିଗରେ ଖଡ୍‌ଗେଙ୍କ ଦାୟିତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ । ନିକଟରେ ଗୁଜୁରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ରହିଥିବା ବେଳେ ରାଜସ୍ଥାନର ରାଜନୈତିକ ସଙ୍କଟ ମଧ୍ୟ କୌଣସି ସାଧାରଣ କଥା ନୁହେଁ । ତେଣୁ ସମସ୍ତ ସମସ୍ୟାର ସମାଧାନ କରିବା ଦିଗରେ ମଲ୍ଲିକାର୍ଜୁନ ଖାଡଗେ ଅଗ୍ନିପରୀକ୍ଷା ସଦୃଶ୍ୟ ନିଜକୁ ଦଳର ଭବିଷ୍ୟତ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଦେବେ । ସୂଚନାଯେ, ସବୁଠାରୁ ବଡ ପ୍ରସଙ୍ଗ ହେଉଛି ଯେ, ୨୦୨୪ ଲୋକସଭା ନିର୍ବାଚନ । ଉକ୍ତ ନିର୍ବାଚନରେ ଦଳକୁ କିଭଳି ପରିଚାଳନା କରିବେ ତାହାହିଁ କଂଗ୍ରେସ ଦଳ ସମେତ ଅନ୍ୟ ଦଳର ନେତାମାନେ ମଧ୍ୟ ଉତ୍କଣ୍ଠାର ସହିତ ଦେଖିବା ପାଇଁ ଅପେକ୍ଷା କରିଛନ୍ତି । ଖଡଗେ ବୁଧବାର ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପାର୍ଟିର ଅନ୍ୟ ନେତାଙ୍କ ଉପସ୍ଥିତିରେ ପାର୍ଟିର ଅଧ୍ୟକ୍ଷ ପଦଭାର ଗ୍ରହଣ କରିବେ । କର୍ଣ୍ଣାଟକର ଦଳିତ ସମୁଦାୟରୁ ଆସିଥିବା ୮୦ ବର୍ଷୀୟ ଖଡଗେ ଅକେଫାବର ୧୭ରେ ପାର୍ଟିର ଅନୁଷ୍ଠିତ ଐତିହାସିକ ନିର୍ବାଚନରେ ନିଜର ପ୍ରତିଦ୍ୱନ୍ଦୀ ୬୬ ବର୍ଷୀୟ ଶଶି ଥରୁରଙ୍କୁ ହରାଇଥିଲେ । ପାର୍ଟିର ୧୩୭ ବର୍ଷର ଇତିହାସରେ ଷଷ୍ଠ ଥର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା । ୨୪ ବର୍ଷରେ ପ୍ରଥମ
ଥର ଅଣ ଗାନ୍ଧୀ ପରିବାରର ସଦସ୍ୟ କଂଗ୍ରେସର ଅଧ୍ୟକ୍ଷ ହୋଇ ପାରିଛନ୍ତି । ଖଡଗେଙ୍କୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପାର୍ଟିକୁ ମଜବୁତ କରିବା ପାଇଁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିଛି । ଗୁଜରାଟ ଏବଂ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଉନ୍ନତମାନର ପ୍ରଦର୍ଶନ କରିବା ଏକ ବଡ ଚ୍ୟାଲେଞ୍ଜ । ଅନ୍ୟପକ୍ଷେ ରାଜସ୍ଥାନ ଏବଂ କର୍ଣ୍ଣାଟକରେ ପାର୍ଟିରେ ଜାରି ଆଭ୍ୟନ୍ତରୀଣ କନ୍ଦଳ ଦଳର ଚିନ୍ତାକୁ ଆହୁରି ବଢାଇ ଦେଇଛି । ତେଣୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପାର୍ଟିକୁ ଏକଜୁଟ୍‌ ରଖିବା ଖଡଗେଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ରହିବ । ଶଶି ଥରୁରଙ୍କୁ ମାତ ଦେଇ ପାର୍ଟିର ଶୀର୍ଷ ପଦରେ ଅଧିଷ୍ଠିତ ଖଡଗେଙ୍କ ପକ୍ଷରେ ମଧ୍ୟ ପରିସ୍ଥିତି କିଛିଟା ଅନୁକୂଳ ଥିବା ପରି ଲାଗୁଛି । ଖଡଗେଙ୍କ ଛବି ହେଉଛି ସମସ୍ତଙ୍କୁ ସାଥିରେ ନେଇ ଆଗକୁ ଚାଲିବାର ରହିଛି । ତାଙ୍କର ଏହି ଗୁଣ ହିଁ ତାଙ୍କର ଆଗାମୀ ଯାତ୍ରାରେ ବେଶ ସହାୟକ ହୋଇଥାଏ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଆଂଶିକ ସୂର୍ଯ୍ୟପରାଗ ଦୃଶ୍ୟମାନ

ଆଂଶିକ ସୂର୍ଯ୍ୟପରାଗ ଦୃଶ୍ୟମାନ

Read More...

ବାଂଲାଦେଶରେ ‘ସିତ୍ରାଙ୍ଗ’ ତାଣ୍ଡବ, ୩୩ ମୃତ

ବାଂଲାଦେଶରେ ‘ସିତ୍ରାଙ୍ଗ’ ତାଣ୍ଡବ, ୩୩ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page