ପୁଣି ମହଙ୍ଗା ହେଲା ଅଟା

October 26, 2022, ଶିଳ୍ପ ବାଣିଜ୍ୟ, , Anupambharat News Bureau


ପୁଣି ମହଙ୍ଗା ହେଲା ଅଟା
Anupambharat News Bureau
October 26, 2022


ନୂଆଦିଲ୍ଲୀ:ଦୀପାବଳି ଓ ଛଟ ପୂଜା ମଧ୍ୟରେ ଅଟା ଦର ପୁଣି ବଢିଛ । ୧୫ ପ୍ରତିଶତ ମହଙ୍ଗା ହୋଇଛି ଅଟା । କେବଳ ଅଟା ନୁହେଁ ଗହମରୁ ପ୍ରସ୍ତୁତ ହେଉଥିବା ମଇଦା, ସୁଜି ଓ ଦଲିଆ ମଧ୍ୟ ମହଙ୍ଗା ହୋଇଛି । ଅଟା କେଜି ପିଛା ୫ ଟଙ୍କା ମହଙ୍ଗା ହୋଇଥିବା ବେଳେ ମଇଦା, ସୁଜି ଓ ଦଲିଆ ଦରରେ କେଜି ପିଛା ୩ରୁ ୫ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ତେବେ ଏଥର ଅଟା ମୂଲ୍ୟ ବୃଦ୍ଧିର କୌଣସି ସ୍ପଷ୍ଟ କାରଣ ନାହିଁ । ହେଲେ ବଜାର ବିଶେଷଜ୍ଞଙ୍କ ଅନୁସାରେ ଖୋଲା ବଜାରରେ ଗହମର ଅଭାବ ଏପରି ପରିସ୍ଥିତି ସୃଷ୍ଟି କରିଛି ।
ସରକାର ଖୋଲା ବଜାରକୁ ଗହମ ଯୋଗାଣ ବନ୍ଦ କରିଦେଇଛନ୍ତି । ଏଣୁ ବ୍ୟବସାୟୀଙ୍କୁ ମହଙ୍ଗା ଦରରେ ଗହମ କ୍ରୟ କରିବାକୁ ପଡୁଥିବାରୁ ଏପରି ମୂଲ୍ୟ ବୃଦ୍ଧି ହୋଇଛ । ଚଳିତବର୍ଷ ହୋଲି ପରଠାରୁ ବଜାରରେ ଅଟା ମହଙ୍ଗା ହେଲାଣି । ଦେଶରେ ଗହମ ଅମଳ ପୂର୍ବରୁ ହିଁ ଋଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା । ଏଣୁ କେବଳ ଭାରତ ନୁହେଁ ସାରା ବିଶ୍ୱ ବଜାରରେ ଗହମ ଦର ବଢିବାରେ ଲାଗିଥିଲା । ଏଣୁ ଏହାର ପ୍ରଭାବ ମଧ୍ୟ ଭାରତୀୟ ବଜାରରେ ପଡିଥିଲା ।
ଏହା ଛଡା ଚଳିତବର୍ଷ ଚଷୀ ଏମଏସପିଠାରୁ ଢେର ଉଚ୍ଚା ଦରରରେ ସେମାନଙ୍କ ଗହମ ବିକ୍ରି କରିଥିଲେ । ଏଣୁ ଅଟା ସେତେବେଳଠାରୁ ଅଧିକ ୫ ଟଙ୍କା ବୃଦ୍ଧି ପାଇ ରହିଛି । ଏହା ଛଡା ସରକାର ନନବ୍ରାଣ୍ଡେଡ ଅଟା ଓ ମଇଦାକୁ ମଧ୍ୟ ଜିଏସଟି ଅନ୍ତର୍ଗତ କରିଥିଲେ । ତେବେ ଏଥିରେ କେବଳ ଏତିକି ରିହାତି ଥିଲା ୨୫ କେଜିରୁ ଅଧିକ ପ୍ୟାକେଟ୍‌ ଉପରେ ଜିଏସଟି ଲାଗିବ ନାହିଁ । ଏଣୁ ଖୋଲା ବଜାରକୁ ଆସୁଥିବା ଗହମ ପ୍ୟାକେଟ୍‌ ୫୦ କେଜିର ହୋଇଥିବା ଯୋଗୁ ଜିଏସଟିରୁ ବର୍ତ୍ତି ଯାଇଥିଲା ।ହେଲେବି ବ୍ୟବସାୟୀମାନେ ସେତେବେଳେ ପ୍ରତି କେଜି ଅଟା ୨ ଟଙ୍କା ମହଙ୍ଗା କରିଦେଇଥିଲେ ।
ଗତ ସପ୍ତାହରେ ସରକାର ଜାରି ବର୍ଷ ନିମନ୍ତେ ଗହମର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ପ୍ରତ କୁଇଣ୍ଟାଲ ୧୧୦ ଟଙ୍କା ବୃଦ୍ଧି କରିଛନ୍ତି । ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ ବଜାରରେ ପୂର୍ବରୁ ଏହି ମୂଲ୍ୟରୁ ଅଧିକ ଦରରେ ଗହମ ବିକ୍ରି ହେଉଛି । ତଥାପି ବ୍ୟବସାୟୀମାନେ ଅଟା କେଜିପିଛା ଦରରେ ୫ ଟଙ୍କା ବୃଦ୍ଧି କରିଛନ୍ତି । ଫଳରେ ବଜାରରେ ଏବେ ମିଳୁଥିବା ଖୋଲା ଅଟା କେଜି ପିଛା ଦର ୩୫ରୁ ୪୦ ଟଙ୍କାରେ ପହଞ୍ଚିଥିବା ବେଳେ ୩୨ ଟଙ୍କା ଦରରେ ବିକ୍ରି ହେଉଥିବା ମଇଦା କେଜି ପିଛା ଦର ଏବେ ୩୫ ଟଙ୍କା ହୋଇଯାଇଛି । ଫଳରେ ସୁଜି କେଜି ପିଛା ଦର ୩ରୁ ୫ ଟଙ୍କା ମହଙ୍ଗା ହୋଇଯାଇଛି ।
ଗହମର ଗୁରୁତର ଅଭାବ ଦେଖା ଦେଇଛ । ଯେଉଁ ମିଲରମାନେ ପ୍ରଥମରୁ ଷ୍ଟକ ରଖିଥିଲେ ସେମାନେ ପୁରୁଣା ଷ୍ଟକରେ କାମ ଚଳାଉଛନ୍ତି । ସରକାରଙ୍କ ପାଖରେ ମଧ୍ୟ ଏବେ ୨୨୨ ଲକ୍ଷ ଟନ ଗହମ ମହଜୁଦ ଅଛି । ଏହା ବଫର ଷ୍ଟକ ହୋଇଥିବା ବେଳେ ପରିମାଣ ସାମାନ୍ୟରୁ ଟିକେ ଅଧିକ ରହିଛି । ଏଣୁ ଏଫସିଆଇ ମିଲରଙ୍କୁ ଗହମ ଆବଣ୍ଟନ ବନ୍ଦ କରିଦେଇଛନ୍ତି ।ଏଣୁ ବଜାରରେ ପୁଣି ଥରେ ଅଟା ଦର ବୃଦ୍ଧି ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସାରା ଦେଶରେ ୫-ଜି ସେବାକୁ ଲାଗିବ ଅଧିକ ସମୟ

ସାରା ଦେଶରେ ୫-ଜି ସେବାକୁ ଲାଗିବ ଅଧିକ ସମୟ

Read More...

 ଆଂଶିକ ସୂର୍ଯ୍ୟପରାଗ ଦୃଶ୍ୟମାନ

ଆଂଶିକ ସୂର୍ଯ୍ୟପରାଗ ଦୃଶ୍ୟମାନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page