ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ମୁଦ୍ରା ବିନିମୟ ବଜାରରେ ଗତ କିଛିମାସ ହେଲା ବୃଦ୍ଧି ପାଇ ଆସୁଥିବା ଡଲାର ମୂଲ୍ୟ ଏବେ କିଛିଦିନ ହେଲା କମୁଛି । ବିଶ୍ୱର ଅନ୍ୟ ପ୍ରମୁଖ ମୁଦ୍ରା ତୁଳନାରେ ଡଲାର ମୂଲ୍ୟ ଗତ ୩ ସପ୍ତାହ ମଧ୍ୟରେ ସର୍ବନିମ୍ନ ସ୍ତରକୁ କମିଛ । ବ୍ଲୁମବର୍ଗ ଡଲାର ସ୍ପଟ ଇଣ୍ଡେକ୍ସ ୦.୭ ପ୍ରତିଶତ ହ ୍ରାସ ଘଟିଛି । ଆଗାମୀ ଦିନରେ ମଧ୍ୟ ଏହାର ଆହୁରି ହ ୍ରାସ ପାଇବା ଆଶଙ୍କା ରହିଛ । କାରଣ ଫେଡେରାଲ ରିଜର୍ଭ ଅତୀତରେ ସୁଧହାର ଯେତେ ମାତ୍ରାରେ ବଢ଼ାଉଥିଲେ ଆଗାମୀ ଦିନରେ ସେହି ସୁଯୋଗ ରହିନପାରେ । ବିଶ୍ୱର ଏହି ସର୍ବବୃହତ ଅର୍ଥନୀତିରେ ମାନୁଫାକ‘ରିଂ, ଗୃହମୂଲ୍ୟ ଏବଂ ଖାଉଟିଙ୍କ ଆତ୍ମବିଶ୍ୱାସ ଆଦି ହ ୍ରାସ ପାଇଛ । ଏହା ଏକ ପ୍ରକାର ମାନ୍ଦାବସ୍ଥାର ସୂ‘ନା ଦେଉଛି ।ତେଣୁ ଆଗାମୀ ଦିନରେ ଯଦି ଫେଡେରାଲ ରିଜର୍ଭ ଅଧିକ ମାତ୍ରାରେ ସୁଧ ବୃଦ୍ଧି କରେ ଆମେରିକା ଅର୍ଥନୀତି ଆହୁରି କ୍ଷତି ସହିବ ବୋଲି ବିଶେଷଜ୍ଞ ମତ ଦେଉଛନ୍ତି ।