ପାଞ୍ଚ ବର୍ଷରେ ୫୦ ହଜାରରୁ ଅଧିକ ଲୋକ ଜୀବନ୍ତ ଦU

October 29, 2022, ଦେଶ, , Anupambharat News Bureau


ପାଞ୍ଚ ବର୍ଷରେ ୫୦ ହଜାରରୁ ଅଧିକ ଲୋକ ଜୀବନ୍ତ ଦU
Anupambharat News Bureau
October 29, 2022


ନୂଆଦିଲ୍ଲୀ: ବିହାରର ଔରଙ୍ଗାବାଦ ଜିଲ୍ଲାରେ ଛଠ ପୂଜାର ପ୍ରସାଦ ପ୍ରସ୍ତୁତ ସମୟରେ ଏଲପିଜି ସିଲିଣ୍ଡର ବିସ୍ପୋରଣରେ ପ୍ରାୟ ୩୫ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାରେ ସାଧାରଣ ଲୋକଙ୍କ ସହ ପୋଲିସ ସାମିଲ ଅଛନ୍ତି । ଆହତଙ୍କ ମଧ୍ୟରୁ ଅନେକ ଗୁରୁତର ଥିବା କୁହାଯାଉଛି ।
ନିଆଁ ଲାଗି ମୃତାହାତର ଏହା ପ୍ରଥମ ଘଟଣା ନୁହେଁ, ଯେଉଁଥିରେ ଲୋକଙ୍କ ଜୀବନ ବିପଦରେ ପଡିଛ । ପୂର୍ବରୁ ମଧ୍ୟ ସାରା ଦେଶରେ ଅନେକ ବଡ଼ ଦୁର୍ଘଟଣା ଘଟିସାରିଛି । ଗତ ବର୍ଷ ଆଠ ହଜାରରୁ ଅଧିକ ନିଆଁ ଲାଗିବା ଘଟଣା ରେକର୍ଡ ହୋଇଛି ।
ଗତ ବର୍ଷ ଅର୍ଥାତ ୨୦୨୧ରେ ୮,୪୯୧ ନିଆଁ ଲାଗିବା ଘଟଣା ରେକର୍ଡ ହୋଇଛି । ଏହି ସଂଖ୍ୟା ନ୍ୟାସନାଲ କ୍ରାଇମ ରେକର୍ଡ ବୁ୍ୟରୋ ଜାରି ତଥ୍ୟରୁ ଜଣାପଡିଛି । ଏହା ଅନୁସାରେ ୨୦୨୧ରେ ୮,୩୪୮ ଜଣ ନିଆଁରେ ପୋଡି ହୋଇ ଜୀବନ ହରାଇଛନ୍ତି । ଏଥିରୁ ଅଧିଂକାଶ ମାମଲା ବାସପଯୋଗୀ କୋଠା ଏବଂ କଲୋନୀରେ ଘଟିଛି । ତେବେ ଆଶ୍ୱସ୍ତୀର ବିଷୟ ଏହା ଯେ ପୂର୍ବ ବର୍ଷ ତୁଳନାରେ ଏହି ମାମଲାରେ ୯ ପ୍ରତିଶତ ହ ୍ରାସ ଘଟିଛି । ୨୦୨୦ରେ ୯,୩୨୯ ନିଆଁ ଲଗିବା ମାମଲା ରେକର୍ଡ ହୋଇଥିଲା ।
ନିଆଁକୁ ନେଇ ଏନସିଆରବି ରିପୋର୍ଟ ଅନୁସାରେ ୨୦୧୭ରୁ ୨୦୨୧ ମଧ୍ୟରେ ୫୫ ହଜାର ୩୫୩ ନିଆଁ ଲଗିବା ଘଟଣା ରେକର୍ଡ ହୋଇଛି । ଏଥିରେ ମୋଟ ୫୪,୨୮୦ ଜଣଙ୍କ ଜୀବନ ଯାଇଛି ।୨୦୨୧ ମସିହାରେ ୮,୩୪୮ ଜଣ, ୨୦୨୦ରେ ୯,୧୧୦ ଜଣ, ୨୦୧୯ରେ ୧୦,୯୧୫ ଜଣ, ୨୦୧୮ରେ ୧୨,୭୪୮ ଜଣ, ୨୦୧୭ରେ ୧୩,୧୫୯ ଜଣଙ୍କ ଜୀବନ ନିଆଁରେ ଯାଇଛି ।
ଏନସିଆରବି ରିପୋର୍ଟ ଅନୁସାରେ ସବୁଠୁ ଅଧିକ ନିଆଁ ଲାଗିବା ଘଟଣା ଓଡ଼ିଶାରେ ଘଟିଛି । ଓଡିଶାରେ ୧୨୪୮ଟି ଘଟଣାରେ ୧୨୪୮ ଜଣଙ୍କ ଜୀବନ ଯାଇଛି । ଏହା ପଛକୁ ମଧ୍ୟ ପ୍ରଦେଶ ରହିଛି । ଏଠାରେ ୧୧୭୯ଟି ଘଟଣାରେ ୧୧୭୮ ଜଣଙ୍କ ଜୀବନ ଯାଇଛି ।ଛତିଶଗଡରେ ୭୦୨ଟି ଘଟଣାରେ ୭୦୨ ଜଣଙ୍କ ମୃତୁ୍ୟ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୪୮୮ କୋଟିର ନୂଆ ପ୍ରକଳ୍ପର ଶୁଭାରମ୍ଭ : ପଦ୍ମପୁର ଓଡ଼ିଶାର ଭାତହାଣ୍ଡି: ମୁଖ୍ୟମନ୍ତ୍ରୀ

୪୮୮ କୋଟିର ନୂଆ ପ୍ରକଳ୍ପର ଶୁଭାରମ୍ଭ : ପଦ୍ମପୁର ଓଡ଼ିଶାର ଭାତହାଣ୍ଡି: ମୁଖ୍ୟମନ୍ତ୍ରୀ

Read More...

ଟ୍ୱିଟରରୁ ତଡ଼ାଖାଇଲେ ପରାଗ, ମସ୍କ ନୂଆ ମାଲିକ

ଟ୍ୱିଟରରୁ ତଡ଼ାଖାଇଲେ ପରାଗ, ମସ୍କ ନୂଆ ମାଲିକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page