ଭୁବନେଶ୍ୱର, ୩୧ା୧୦(ଅନୁପମ ମିଡିଆ): ଜୟପୁରକୁ ଆରମ୍ଭ ହେଲା ବିମାନ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧିବଦ୍ଧ ଭାବେ ଏହାର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱର, ଝାରସୁଗୁଡା ଏବଂ ରାଉରକେଲା ବିମାନବନ୍ଦର ପରେ ଏହା ରାଜ୍ୟର ଚତୁର୍ଥ ଲାଇସେନ୍ସପ୍ରାପ୍ତ ବିମାନବନ୍ଦର ଭାବେ ପରିଗଣିତ ହେବ । ଏହା ରାଜ୍ୟର ପ୍ରଥମ ନିଜସ୍ୱ ବିମାନବନ୍ଦର ହେବ, ଯାହା ବ୍ୟବସାୟିକ ବିମାନ ଚଳାଚଳ ପାଇଁ ଲାଇସେନ୍ସପ୍ରାପ୍ତ । ପ୍ରଥମ ପର୍ଯ୍ୟାୟରେ, ଜୟପୁର ସହରଟି ଆକାଶପଥରେ ଭୁବନେଶ୍ୱରକୁ ସଂଯୋଗ କରିବାକୁ ଯାଉଛି । ଉଲ୍ଲେଖନୀୟ ଯେ ପ୍ରଥମ ପର୍ଯ୍ୟାୟରେ ୯ ସିଟ ବିଶିଷ୍ଟ ବିମାନ ଚଳାଇଛି ଇଣ୍ଡିଆ ୱାନ ଏୟାର । ପ୍ରତିଦିନ ପୂର୍ବାହ୍ନ ୧୧ଟା ୩୫ରୁ ଭୁବନେଶ୍ୱରରୁ ଉଡ଼ାଣ ଆରମ୍ଭ କରି ଜୟପୁରରେ ଅପରାହ୍ନ ଗୋଟାଏ ୨୦ରେ ପହଂଚିବ ।ପ୍ରାରମ୍ଭିକ ଭାବେ ଟିକେଟ୍ର ମୂଲ୍ୟ ୯୯୯ ଟଙ୍କା ରଖାଯାଇଛି । ଏହା ରାଜ୍ୟ ରାଜଧାନୀ ଏବଂ ଜୟପୁର ସହର ମଧ୍ୟରେ ଯାତ୍ରା ସମୟକୁ ୧.୩୦ ଘାକୁ ହ ୍ରାସ କରିବ । ଜୟପୁର ସହରରେ ବିମାନବନ୍ଦର ଏହି ଅ*ଳର ଅର୍ଥନୈତିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବ ।